ଅସୁରକ୍ଷିତ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ, ଜୟପୁର ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟରେ ତେଜୁଛି ଛାତ୍ର ଅସନ୍ତୋଷ
କୋରାପୁଟ: ବିପଦରେ ଛାତ୍ରଛାତ୍ରୀଙ୍କ ଜୀବନ। ଅସୁରକ୍ଷିତ ଜୟପୁର ବିକ୍ରମ ଦେବ ବିଶ୍ବ ବିଦ୍ୟାଳୟ କ୍ୟାମ୍ପସ। ଅଣଛାତ୍ରଙ୍କ ଉତ୍ପାତରେ ଅତିଷ୍ଠ କଲେଜ... The post ଅସୁରକ୍ଷିତ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ, ଜୟପୁର ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟରେ ତେଜୁଛି ଛାତ୍ର ଅସନ୍ତୋଷ appeared first on .
କୋରାପୁଟ: ବିପଦରେ ଛାତ୍ରଛାତ୍ରୀଙ୍କ ଜୀବନ। ଅସୁରକ୍ଷିତ ଜୟପୁର ବିକ୍ରମ ଦେବ ବିଶ୍ବ ବିଦ୍ୟାଳୟ କ୍ୟାମ୍ପସ। ଅଣଛାତ୍ରଙ୍କ ଉତ୍ପାତରେ ଅତିଷ୍ଠ କଲେଜ କର୍ତ୍ତୃପକ୍ଷ । ଗତ ୩ ତାରିଖରେ ଜଣେ ଡିଗ୍ରୀ ଦ୍ବିତୀୟ ବର୍ଷ ଛାତ୍ର ରାମ ଚନ୍ଦ୍ର ମାଢୀଙ୍କୁ ଛୁରାରେ ଆକ୍ରମଣ କରିଥିଲେ ୬ ଜଣ ଅଣଛାତ୍ର । ମୋବାଇଲ ଛଡାଇବାକୁ ଚେଷ୍ଟା କରିବା ସହ ଟଙ୍କା ମାଗିଥିଲେ । କିନ୍ତୁ ମୋବାଇଲ୍ ନପାଇବାରୁ ଏକ ଛୁରାରେ ପେଟକୁ ମାରି ଚମ୍ପଟ ମାରିଥିଲେ । ପରେ ବିଶ୍ବ ବିଦ୍ୟାଳୟ ରେଜିଷ୍ଟେର ରଞ୍ଜନ କୁମାର ପ୍ରଧାନ ଏ ନେଇ ଜୟପୁର ଥାନାରେ ଏତଲା ଦେଇଥିଲେ। ଏବେ ଅସାମାଜିକ ମାନଙ୍କୁ ଗିରଫ କରିବା ଦାବିରେ ବିଶ୍ବ ବିଦ୍ୟାଳୟ କ୍ୟାମ୍ପସ ଆଗରେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ କରିବା ସହ ଧାରଣା ବସିଥିଲେ । କଲେଜ କ୍ଯାମ୍ପସ ଭିତରେ ଅଣ ଛାତ୍ର ମାନେ ଅବାଧ ପ୍ରବେଶ କରୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ବିଶ୍ବ ବିଦ୍ୟାଳୟ କତ୍ତୃପକ୍ଷ ମଧ୍ୟ ଏଥପ୍ରତି ଧ୍ୟାନ ଦେବାକୁ ଦାବି କରିଛନ୍ତି ଆନ୍ଦୋଳନ ରତ ଛାତ୍ରଛାତ୍ରୀ ।
ଧାରଣା ସ୍ଥଳରେ ବିଶ୍ବ ବିଦ୍ୟାଳୟ କତ୍ତୃପକ୍ଷ ପହଞ୍ଚି ଆନ୍ଦୋଳନକାରୀ ଛାତ୍ର ଛାତ୍ରୀଙ୍କୁ ବୁଝାସୁଝା କରିଛନ୍ତି । କ୍ୟାମ୍ପସ ମଧ୍ୟରେ କଡା ସୁରକ୍ଷା ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେବା ସହ ବିନା ପରିଚୟ ପତ୍ରରେ କ୍ୟାମ୍ପସ ଭିତରକୁ ପ୍ରବେଶ ନକରେଇବାକୁ କଡା ନିୟମ କରାଯାଇଛି। ଏହି ମାମଲାରେ ୬ ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ଦେଇଛନ୍ତି ଜୟପୁର ଟାଉନ୍ ଥାନା ଅଧିକାରୀ । ସେଥିମଧ୍ୟରୁ ୫ ଜଣ ନାବାଳକ ହୋଇଥିବା ବେଳେ ଜଣେ ଶାବାଳକ । ସେମାନଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ ।
ପୂର୍ବରୁ ମଧ୍ୟ ବିଶ୍ବ ବିଦ୍ୟାଳୟରେ ବହୁ ଛାତ୍ରଙ୍କ ଠାରୁ ମୋବାଇଲ ଛଡେଇ ନେବା ଘଟଣା ଘଟିଛି । ହେଲେ ବାରମ୍ବାର ଏପରି ଅପରାଧିକ ଘଟଣା ପରେ ବି ପୋଲିସ କିମ୍ବା ବିଶ୍ବ ବିଦ୍ଯାଳୟ କତ୍ତୃପକ୍ଷ ନିରବ ରହିବା ଯୋଗୁଁ ଛାତ୍ର ଅସନ୍ତୋଷ ଉଗ୍ରରୁପ ନେବାକୁ ଯାଉଛି ।
The post ଅସୁରକ୍ଷିତ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ, ଜୟପୁର ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟରେ ତେଜୁଛି ଛାତ୍ର ଅସନ୍ତୋଷ appeared first on .