ଅସୁସ୍ଥ ଦନ୍ତାହାତୀକୁ କାବୁ କରିପାରୁନି ବନ ବିଭାଗ

ଢେଙ୍କାନାଳ,୨୦ା୭(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦର ରେଞ୍ଜ୍‌ ଖଡ଼ଗପ୍ରସାଦ ବଡ଼ପୋଲ ଅଞ୍ଚଳରେ ଏକ ଦନ୍ତାହାତୀ ଅସୁସ୍ଥ ହୋଇ ଗର୍ଜନ କରୁଥିବା ଦେଖାଯାଇଥିଲା। ହାତୀଟିର ଚିକିତ୍ସା ପାଇଁ ବନବିଭାଗର ଏକ ସ୍ବତନ୍ତ୍ର ଦଳ ପହଞ୍ଚି ଥିଲେ ମଧ୍ୟ ହାତୀଟିକୁ କାବୁ କରିପାରି ନ ଥିଲା। ଦନ୍ତା ହାତୀର ଗର୍ଜନ ଶୁଣି ଉକ୍ତ ଜଙ୍ଗଲରେ ଥିବା ଅନ୍ୟ ହାତୀମାନେ ମଧ୍ୟ ଗର୍ଜନ କରୁଛନ୍ତି। ଫଳରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି। ଘଟଣାସ୍ଥଳରୁ ଲୋକଙ୍କୁ ଦୂରେଇ ଯିବା ପାଇଁ ବନ […] The post ଅସୁସ୍ଥ ଦନ୍ତାହାତୀକୁ କାବୁ କରିପାରୁନି ବନ ବିଭାଗ appeared first on Dharitri Odia News.

ଅସୁସ୍ଥ ଦନ୍ତାହାତୀକୁ କାବୁ କରିପାରୁନି ବନ ବିଭାଗ

ଢେଙ୍କାନାଳ,୨୦ା୭(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦର ରେଞ୍ଜ୍‌ ଖଡ଼ଗପ୍ରସାଦ ବଡ଼ପୋଲ ଅଞ୍ଚଳରେ ଏକ ଦନ୍ତାହାତୀ ଅସୁସ୍ଥ ହୋଇ ଗର୍ଜନ କରୁଥିବା ଦେଖାଯାଇଥିଲା। ହାତୀଟିର ଚିକିତ୍ସା ପାଇଁ ବନବିଭାଗର ଏକ ସ୍ବତନ୍ତ୍ର ଦଳ ପହଞ୍ଚି ଥିଲେ ମଧ୍ୟ ହାତୀଟିକୁ କାବୁ କରିପାରି ନ ଥିଲା। ଦନ୍ତା ହାତୀର ଗର୍ଜନ ଶୁଣି ଉକ୍ତ ଜଙ୍ଗଲରେ ଥିବା ଅନ୍ୟ ହାତୀମାନେ ମଧ୍ୟ ଗର୍ଜନ କରୁଛନ୍ତି। ଫଳରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି।

ଘଟଣାସ୍ଥଳରୁ ଲୋକଙ୍କୁ ଦୂରେଇ ଯିବା ପାଇଁ ବନ ବିଭାଗ ପକ୍ଷରୁ ନିବେଦନ କରାଯାଇଛି। ସେହିପରି ହାତୀଟିକୁ ବନବିଭାଗର ଏକ ଦଳ ଟ୍ରାଙ୍କୁଲାଇଜ୍‌ କରିବା ପରେ ମଧ୍ୟ ହାତୀଟି ଉପରେ ଏହାର କୌଣସି ପ୍ରଭାବ ପଡି ନ ଥିବା ଜଣାପଡିଛି। ହାତୀଟି ଲୋକଙ୍କୁ ଗୋଡ଼ାଉଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି।

ହାତୀ ଉପରେ ବନବିଭାଗର ଅଧିକାରୀ ଓ କର୍ମଚାରୀ ନଜର ରଖିଛନ୍ତି। ତେବେ ହାତୀଟିର ଅସୁସ୍ଥତାର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ସୁୁମିତ କୁମାର କର କହିଛନ୍ତି, ଅସୁସ୍ଥ ଦନ୍ତା ହାତୀ ଉପରେ ବନବିଭାଗ ସ୍ବତନ୍ତ୍ର ନଜର ରଖିଛି। ଚିକିତ୍ସା ପାଇଁ ଉଦ୍ୟମ ଜାରି ରଖିଛି। ଘଟଣାକୁ ନେଇ ଯେଉଁଭଳି ପ୍ରଚାର କରାଯାଉଛି, ସେଭଳି ପରିସ୍ଥିତି ସୃଷ୍ଟି ହୋଇନାହିଁ। ହାତୀଟିର ଚିକିତ୍ସା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି। ହାତୀଟି କେଉଁ କାରଣରୁ ଆହତ ହୋଇଛି ତାହା ଜଣାପଡ଼ିବ ବୋଲି ଜିଲା ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି।

The post ଅସୁସ୍ଥ ଦନ୍ତାହାତୀକୁ କାବୁ କରିପାରୁନି ବନ ବିଭାଗ appeared first on Dharitri Odia News.