ଅସ୍ତିତ୍ୱ ହରାଉଛି ଜୀରାନଦୀ, ପଶୁଛି ନର୍ଦ୍ଦମା ପାଣି

ବରଗଡ଼,୨୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ବହି ଯାଇଛି ଜୀରାନଦୀ। ଏହି ନଦୀକୁ ବରଗଡ଼ର ଜୀବନ ରେଖା ବୋଲି କୁହାଯାଏ। ମାତ୍ର ଦିନକୁ ଦିନ ଜୀରାନଦୀ ଅସ୍ତିତ୍ୱ ହରାଇ ବସିଛି। ଗୋଟିଏ ପଟେ ନଦୀକୁ ଜବରଦଖଲକାରୀମାନେ ମାଡ଼ି ବସିଛନ୍ତି। ଅନ୍ୟପଟେ ନଦୀଗର୍ଭରେ ରହିଥିବା ବାଲି ଉପରେ ମାଫିଆଙ୍କ ନଜର ପଡ଼ିଥିବାବେଳେ ନଦୀକୁ ସହରରୁ ନିଷ୍କାସିତ ନର୍ଦ୍ଦମା ପାଣି ପ୍ରବେଶ କରିବା ଚିନ୍ତାର ବିଷୟ ପାଲଟିଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଜୀରାନଦୀର […] The post ଅସ୍ତିତ୍ୱ ହରାଉଛି ଜୀରାନଦୀ, ପଶୁଛି ନର୍ଦ୍ଦମା ପାଣି appeared first on Dharitri Odia News.

ଅସ୍ତିତ୍ୱ ହରାଉଛି ଜୀରାନଦୀ, ପଶୁଛି ନର୍ଦ୍ଦମା ପାଣି

ବରଗଡ଼,୨୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ବହି ଯାଇଛି ଜୀରାନଦୀ। ଏହି ନଦୀକୁ ବରଗଡ଼ର ଜୀବନ ରେଖା ବୋଲି କୁହାଯାଏ। ମାତ୍ର ଦିନକୁ ଦିନ ଜୀରାନଦୀ ଅସ୍ତିତ୍ୱ ହରାଇ ବସିଛି। ଗୋଟିଏ ପଟେ ନଦୀକୁ ଜବରଦଖଲକାରୀମାନେ ମାଡ଼ି ବସିଛନ୍ତି। ଅନ୍ୟପଟେ ନଦୀଗର୍ଭରେ ରହିଥିବା ବାଲି ଉପରେ ମାଫିଆଙ୍କ ନଜର ପଡ଼ିଥିବାବେଳେ ନଦୀକୁ ସହରରୁ ନିଷ୍କାସିତ ନର୍ଦ୍ଦମା ପାଣି ପ୍ରବେଶ କରିବା ଚିନ୍ତାର ବିଷୟ ପାଲଟିଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଜୀରାନଦୀର ସୁରକ୍ଷା ପାଇଁ ରବିବାର ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଜୀରାନଦୀ ବଞ୍ଚାଅ ଆନ୍ଦୋଳନ ଆରମ୍ଭ କରିଛି। ସେହିପରି ଜିଲାପାଳ ଆଦତ୍ୟ ଗୋୟଲ ବିଭାଗୀୟ ଅଧିକାରୀଙ୍କୁ ଧରି ଜୀରାନଦୀ ପରିଦର୍ଶନ ସହିତ ନଦୀର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ଜୀରାନଦୀ କୂଳରେ ବରଗଡ଼ ମ୍ୟୁନିସିପାଲିଟି ଏବଂ ବରଗଡ଼ ବ୍ଲକ ଅନ୍ତର୍ଗତ ଅନେକ ୱାର୍ଡ଼ ରହିଛି। ସେହି ୱାର୍ଡବାସୀ ଏହି ନଦୀର ପାଣି ଉପରେ ମୁଖ୍ୟତଃ ନିର୍ଭର କରି ଆସୁଛନ୍ତି। ଏପରିକି ଖରାଦିନେ ନଦୀଗର୍ଭରେ ବାଲିଚୂଆ ଖୋଲି ମହିଳାମାନେ ପାଣି ସଂଗ୍ରହ କରିଥାନ୍ତି। ସେହିପରି ଏହି ନଦୀରୁ ବରଗଡ଼ ସହର ସମେତ ବିଭିନ୍ନ ଗ୍ରାମକୁ ପାଇପ୍‌ ଜଳ ଯୋଗାଇ ଦିଆଯାଉଛି। ଅପରପକ୍ଷେ ସହରରୁ ନିଷ୍କାସିତ ନର୍ଦ୍ଦମା ପାଣି ମଧ୍ୟ ଜୀରାନଦୀକୁ ଯାଇ ମିଶୁଛି। ଏପରିକି ନଦୀରେ କୁଢ଼କୁଢ଼ ମଇଲା, ଆବର୍ଜନା ପଡ଼ି ରହୁଛି। ଏଭଳିସ୍ଥଳେ ନଦୀପାଣି ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ। ମାତ୍ର ସଚେତନତାର ଅଭାବ ଏବଂ ଅନ୍ୟ ବିକଳ୍ପ ବ୍ୟବସ୍ଥା ନଥିବାରୁ ଏହି ପାଣିକୁ ସ୍ନାନ ଆଦି କାର୍ଯ୍ୟରେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।

ଏହି ଦୃଷ୍ଟିରୁ ଜୀରାନଦୀର ସୁରକ୍ଷା ପାଇଁ ସ୍ଥାନୀୟ ଲୋକେ ଦୀର୍ଘଦିନରୁ ଦାବି କରି ଆସୁଛନ୍ତି। ଦାବି ଜୋର୍‌ ଧରିବା ସମୟରେ ବିଭାଗୀୟ ଅଧିକାରୀମାନେ ଚିରାଚରିତ ଢଙ୍ଗରେ କ୍ଷେତ୍ର ପରିଦର୍ଶନ କରୁଛନ୍ତି ଏବଂ ନଦୀର ସୁରକ୍ଷା ପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି ସହରବାସୀଙ୍କୁ ଆଶ୍ୱାସନା ଦେଇ ଆସୁଛନ୍ତି। ଏପରିକି ସହରରୁ ନିଷ୍କାସିତ ନର୍ଦ୍ଦମା ପାଣିକୁ ଟ୍ରିଟମେଣ୍ଟ ପ୍ଲାଣ୍ଟ ଦ୍ୱାରା ସଫା କରାଯିବା ପରେ ନଦୀକୁ ଛଡ଼ାଯିବ ବୋଲି ମଧ୍ୟ ବହୁପୂର୍ବରୁ ବିଭାଗୀୟ ଅଧିକାରୀମାନେ କହି ଆସୁଛନ୍ତି। ମାତ୍ର ତାହା ଯେଉଁ ତିମିରେକୁ ସେହି ତିମିରେ ରହି ଆସିଛି ଏବଂ ନଦୀପାଣି ପ୍ରଦୂଷିତ ହେବାରେ ଲାଗିଥିବାବେଳେ ସ୍ଥାନୀୟ ଲୋକେ ମଧ୍ୟ ସେହି ଦୂଷିତ ପାଣିକୁ ବ୍ୟବହାର କରି ଆସୁଛନ୍ତି।

ତେବେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନ ଜୀରାନଦୀର ସୁରକ୍ଷା ଦାବି କରିଛି। ଏହି ଦାବି ନେଇ ସଂଗଠନର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସ, ଜିଲା ସଂଯୋଜକ ପାଣ୍ଡବ କର୍ଣ୍ଣ, କିଶୋର ସାହୁଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟମାନେ ପଦଯାତ୍ରା ସହିତ ଜୀରାନଦୀକୁ ଯାଇଥିଲେ। ସେଠାରେ ସେମାନେ ଜୀରାନଦୀର ସୁରକ୍ଷା ପାଇଁ ହାତରେ ପାଣି ଧରି ଶପଥ ନେଇଥିଲେ। ସମ୍ବିଧାନ ସୁରକ୍ଷା ମଞ୍ଚର ଆବାହକ ପବିତ୍ର ଦେହେରୀ, ଗୋବିନ୍ଦ ଶର୍ମା, ରାଜେନ୍ଦ୍ର ସିକନ୍ଦର, ସରୋଜ ନାଏକଙ୍କ ସମେତ ବିଭିନ୍ନ ସଙ୍ଗଠନର ପ୍ରତିନଧି ସେଠାକୁ ପହଞ୍ଚତ୍ ସମର୍ଥନ ଜଣାଇଥିଲେ। ଅନ୍ୟପଟେ ବରଗଡ଼ ଜିଲାପାଳ ଗୋୟଲ, ଉପଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅରୁଣ ପାଣ୍ଡେ, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ ପ୍ରମୁଖ ମଧ୍ୟ ଜୀରାନଦୀ ପରିଦର୍ଶନ କରିଥିଲେ। ଡ୍ରେନ ଯୋଗେ ଯାଉଥିବା ନର୍ଦ୍ଦମା ପାଣି ଯେଭଳି ସିଧାସଳଖ ନଦୀପାଣିରେ ମିଶିବ ନାହିଁ ଏବଂ ଏହାକୁ ଏଡ଼ାଇବା ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ କରାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲ ଜିଲାପାଳ ଗୋୟଲ କହିଛନ୍ତି।

The post ଅସ୍ତିତ୍ୱ ହରାଉଛି ଜୀରାନଦୀ, ପଶୁଛି ନର୍ଦ୍ଦମା ପାଣି appeared first on Dharitri Odia News.