ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ନୂଆ ବିଜ୍ଞପ୍ତି ଜାରି, ଏୟାରପୋର୍ଟ ପାଖରେ ରହିବନି ଉଚ୍ଚ କୋଠା ଏବଂ ଗଛ
ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି ସାମ୍ନାକୁ ଆସିଛି । ବିମାନବନ୍ଦର ନିକଟରେ ଥିବା ଘର ଓ ଗଛର ଉଚ୍ଚତା କମିବ। ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ମାଲିକମାନଙ୍କୁ ନୋଟିସ୍ ଦିଆଯିବ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବିମାନ ନିୟମ ୨୦୨୫ର ଏଭଳି ବିଜ୍ଞପ୍ତି ଜାରି କରିଛନ୍ତି । ସୂଚନାନୁଯାୟୀ, ବେସାମରିକ ବିମାନ ଚଳାଚଳ କର୍ତ୍ତପକ୍ଷଙ୍କ ଠାରୁ ନୋଟିସ୍ ପାଇବାର ୬୦ଦିନ ଭିତରେ ଘରର ଉଚ୍ଚତା କମ୍ କରିବେ ମାଲିକ। ବିମାନ […] The post ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ନୂଆ ବିଜ୍ଞପ୍ତି ଜାରି, ଏୟାରପୋର୍ଟ ପାଖରେ ରହିବନି ଉଚ୍ଚ କୋଠା ଏବଂ ଗଛ appeared first on KNews Odisha.

ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି ସାମ୍ନାକୁ ଆସିଛି । ବିମାନବନ୍ଦର ନିକଟରେ ଥିବା ଘର ଓ ଗଛର ଉଚ୍ଚତା କମିବ। ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ମାଲିକମାନଙ୍କୁ ନୋଟିସ୍ ଦିଆଯିବ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବିମାନ ନିୟମ ୨୦୨୫ର ଏଭଳି ବିଜ୍ଞପ୍ତି ଜାରି କରିଛନ୍ତି ।
ସୂଚନାନୁଯାୟୀ, ବେସାମରିକ ବିମାନ ଚଳାଚଳ କର୍ତ୍ତପକ୍ଷଙ୍କ ଠାରୁ ନୋଟିସ୍ ପାଇବାର ୬୦ଦିନ ଭିତରେ ଘରର ଉଚ୍ଚତା କମ୍ କରିବେ ମାଲିକ। ବିମାନ ଉଡାଣରେ କୌଣସି ଗଛ ଅବରୋଧ କରୁଥିଲେ ତୁରନ୍ତ କଟାଯିବ । ଏଥିରେ ଘର ମାଲିକ କ୍ଷତିପୂରଣ ପାଇଁ ଆବେଦନ କରିପାରିବେ। ଯଦି ଘର ମାଲିକ ନିର୍ଦ୍ଧାରିତ ସମୟ ଭିତରେ ଘର ଭାଙ୍ଗିବା ଓ ଉଚ୍ଚତା କମ୍ ନକରିବେ ତାହେଲେ ଏରୋଡ୍ରମ ଅଧିକାରୀ ଜିଲ୍ଲାପାଳଙ୍କୁ ଅବଗତ କରିବେ । ଏହାପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପରେ ଘର ଓ ଗଛ ଉଚ୍ଚତା କମାଯିବ ।
ସୂଚନାଯୋଗ୍ୟ ଜୁନ୍ ୧୨ରେ ଗୁଜୁରାଟରେ ବଡ଼ ଧରଣର ଏୟାର ଇଣ୍ଡିଆ ବିମାନ କ୍ରାସ ହୋଇଥିଲା । ଏହି ଅହମ୍ମଦାବାଦ ଦୁର୍ଘଟଣା ସମୟରେ ପ୍ଲେନରେ ଥିବା ୨୪୨ ଯାତ୍ରୀଙ୍କ ମଧ୍ୟରୁ ୨୪୧ ପ୍ରାଣ ହରାଇଥିଲେ । ସେହି ଦୁର୍ଘଟଣାରେ କେବଳ ଜଣେ ଯାତ୍ରୀ ପାର୍ ପାଇଯାଇଥିଲେ । ସେ ଜଣକ ହେଲେ ବିଶ୍ବସ କୁମାର ରମେଶ । ଯାହା ପୂର୍ବରୁ ଏକ ଭାଇରଲ ଭିଡିଓ ଭାବେ ସାମ୍ନାକୁ ଆସିଥିଲା । ଘନ ଧୂଆଁ ଭିତରୁ ରମେଶ ବାହାରକୁ ଆସୁଥିବାର ସେହି ଭିଡିଓରେ ଦେଖିବାକୁ ମିଳିଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା ।
Also Read : ତେହେରାନରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାକୁ ଅପରେସନ ସିନ୍ଧୁ, ପ୍ରଥମ ବିମାନରେ ନୂଆଦିଲ୍ଲୀ ଫେରିଲେ ଛାତ୍ରଛାତ୍ରୀ
The post ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ନୂଆ ବିଜ୍ଞପ୍ତି ଜାରି, ଏୟାରପୋର୍ଟ ପାଖରେ ରହିବନି ଉଚ୍ଚ କୋଠା ଏବଂ ଗଛ appeared first on KNews Odisha.