ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ହୋଇଛି କେତେ ମୃତ୍ୟୁ ? ପ୍ରଥମ ଥର ସରକାରୀ ତଥ୍ୟ ପ୍ରକାଶିତ

ନୂଆଦିଲ୍ଲୀ – ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବୋଇଂ ଡ୍ରିମଲାଇନର ବିମାନ କ୍ରାଶ ହେବା ପରେ ପ୍ରଥମ ଥର ମୃତ୍ୟୁର ସରକାରୀ ସଂଖ୍ୟା ପ୍ରକାଶିତ ହୋଇଛି। ଗୁଜରାଟ ସ୍ୱାସ୍ଥ୍ୟବିଭାଗ କହିଛି ଯେ ,ଏହି ଦୁର୍ଘଟଣାରେ ବିମାନରେ ବସିଥିବା ୨୪୧ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହା ବ୍ୟତୀତ ହଷ୍ଟେଲର ଯେଉଁ ବିଲ୍ଡଂରେ ବିମାନ ଖସି ଥିଲା ଏଥିରେ କିଛି ଲୋକଙ୍କ ମୃତ୍ୟୁ ହୋଇଛି। ଏହିପରି ଦୁର୍ଘଟଣାରେ ମୋଟ ୨୭୫ ଲୋକଙ୍କ ମୃତ୍ୟୁ ହୋଇଛି। ୧୨ ଜୁନରେ ଅହମ୍ମଦାବାଦରେ ଲଣ୍ଡନ ଯାଉଥିବା ବିମାନ ଉଡ଼ାଣର ୩୦ ସେକେଣ୍ଡ ପରେ ହିଁ କ୍ରାଶ୍‌ ହୋଇଥିଲା। ଏବେସୁଦ୍ଧା ୬ ଅଧିକାରୀଙ୍କ କହିବାର ଥିଲା ଯେ, ଡିଏନଏ ମ୍ୟାଚିଂ ପୂରା ହେବା ପରେ ହିଁ ସଠିକ୍ ସଂଖ୍ୟା କୁହାଯାଇ ପାରିବ। ଏହି ସ୍ଥିତିରେ ଏବେ ସୁଦ୍ଧା ମୃତ୍ୟୁର ସରକାରୀ ସଂଖ୍ୟ ଜାରି କରାଯାଇ ନଥିଲା। ଅଧିକାରୀମାନେ କହିଛନ୍ତି ଯେ ୨୬୦ ଟି ମୃତଦେହର ଚିହ୍ନଟ ଡିଏନଏ ମ୍ୟାଚିଂରେ କରାଯାଇଛି। ସେଠାରେ ମୁହଁରୁ ୬ଟି ମୃତଦେହକୁ ଚିହ୍ନଟ କରାଯାଇଛି। ଏଥିରୁ ୧୨୦ ଜଣ ପୁରୁଷ ୧୨୪ ଜଣ ମହିଳା ଓ ୧୬ ଜଣ ଶିଶୁ ଥିଲେ। ଏବେସୁଦ୍ଧା ୨୫୬ ଟି ମୃତଦେହ ସେମାନଙ୍କ ପରିବାରକୁ ପ୍ରଦାନ କରାଯାଇ ସାରିଛି। ଅବଶିଷ୍ଟ ମୃତଦେହର ଡିଏନଏ ଆଇଡେଣ୍ଟିଫିକେସନ କରାଯାଉଛି।   କହି ରଖୁଛୁ ଯେ, ଏହି ବିମାନ ବିଜେ ମେଡିକାଲ କଲେଜ ମେଘାନୀନଗରର ହଷ୍ଟେଲରେ ଖସି ପଡ଼ିଥିଲା। ଦୁର୍ଘଟଣାରେ କେବଳ ଜଣେ ବ୍ରିଟିଶ ନାଗରିକ ବଞ୍ଚି ଥିଲେ। ସେ ବିମାନରେ

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ହୋଇଛି କେତେ ମୃତ୍ୟୁ ? ପ୍ରଥମ ଥର ସରକାରୀ ତଥ୍ୟ ପ୍ରକାଶିତ

ନୂଆଦିଲ୍ଲୀ – ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବୋଇଂ ଡ୍ରିମଲାଇନର ବିମାନ କ୍ରାଶ ହେବା ପରେ ପ୍ରଥମ ଥର ମୃତ୍ୟୁର ସରକାରୀ ସଂଖ୍ୟା ପ୍ରକାଶିତ ହୋଇଛି। ଗୁଜରାଟ ସ୍ୱାସ୍ଥ୍ୟବିଭାଗ କହିଛି ଯେ ,ଏହି ଦୁର୍ଘଟଣାରେ ବିମାନରେ ବସିଥିବା ୨୪୧ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହା ବ୍ୟତୀତ ହଷ୍ଟେଲର ଯେଉଁ ବିଲ୍ଡଂରେ ବିମାନ ଖସି ଥିଲା ଏଥିରେ କିଛି ଲୋକଙ୍କ ମୃତ୍ୟୁ ହୋଇଛି। ଏହିପରି ଦୁର୍ଘଟଣାରେ ମୋଟ ୨୭୫ ଲୋକଙ୍କ ମୃତ୍ୟୁ ହୋଇଛି। ୧୨ ଜୁନରେ ଅହମ୍ମଦାବାଦରେ ଲଣ୍ଡନ ଯାଉଥିବା ବିମାନ ଉଡ଼ାଣର ୩୦ ସେକେଣ୍ଡ ପରେ ହିଁ କ୍ରାଶ୍‌ ହୋଇଥିଲା।

 

ଏବେସୁଦ୍ଧା ୬ ଅଧିକାରୀଙ୍କ କହିବାର ଥିଲା ଯେ, ଡିଏନଏ ମ୍ୟାଚିଂ ପୂରା ହେବା ପରେ ହିଁ ସଠିକ୍ ସଂଖ୍ୟା କୁହାଯାଇ ପାରିବ। ଏହି ସ୍ଥିତିରେ ଏବେ ସୁଦ୍ଧା ମୃତ୍ୟୁର ସରକାରୀ ସଂଖ୍ୟ ଜାରି କରାଯାଇ ନଥିଲା। ଅଧିକାରୀମାନେ କହିଛନ୍ତି ଯେ ୨୬୦ ଟି ମୃତଦେହର ଚିହ୍ନଟ ଡିଏନଏ ମ୍ୟାଚିଂରେ କରାଯାଇଛି। ସେଠାରେ ମୁହଁରୁ ୬ଟି ମୃତଦେହକୁ ଚିହ୍ନଟ କରାଯାଇଛି। ଏଥିରୁ ୧୨୦ ଜଣ ପୁରୁଷ ୧୨୪ ଜଣ ମହିଳା ଓ ୧୬ ଜଣ ଶିଶୁ ଥିଲେ। ଏବେସୁଦ୍ଧା ୨୫୬ ଟି ମୃତଦେହ ସେମାନଙ୍କ ପରିବାରକୁ ପ୍ରଦାନ କରାଯାଇ ସାରିଛି। ଅବଶିଷ୍ଟ ମୃତଦେହର ଡିଏନଏ ଆଇଡେଣ୍ଟିଫିକେସନ କରାଯାଉଛି।  

 

କହି ରଖୁଛୁ ଯେ, ଏହି ବିମାନ ବିଜେ ମେଡିକାଲ କଲେଜ ମେଘାନୀନଗରର ହଷ୍ଟେଲରେ ଖସି ପଡ଼ିଥିଲା। ଦୁର୍ଘଟଣାରେ କେବଳ ଜଣେ ବ୍ରିଟିଶ ନାଗରିକ ବଞ୍ଚି ଥିଲେ। ସେ ବିମାନରେ ସିଟ୍‌ ନମ୍ୱର ୧୧ ଏରେ ବସିଥିଲେ। ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର ବିମାନର ବ୍ଲାକ୍ ବକ୍ସ ଓ ଏହାର କକପିଟ୍‌ ଭଏସ୍‌ ରେକର୍ଡର ଦୁର୍ଘଟଣାର କିଛି ଦିନ ପରେ ଭଗ୍ନାବଶେଷରୁ ଉଦ୍ଧାର କରାଯାଇଥିଲା। ଏଏଆଇବି ବ୍ୟତୀତ , ଆମେରିକାର ରାଷ୍ଟ୍ରୀୟ ପରିବନ ସୁରକ୍ଷା ବୋର୍ଡ (ଏନଟିଏସବି) ମଧ୍ୟ ବିମାନ ଦୁର୍ଘଟଣାର ସମାନାନ୍ତର ଅନ୍ତରାଷ୍ଟ୍ରୀୟ ଯାଞ୍ଚର ନେତୃତ୍ୱ ନେଉଛି। 

 

ମଙ୍ଗଳବାର ଦିନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ କହିଛନ୍ତି , ଜୁନ ୧୨ ତାରିଖରେ ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏଯାର ଇଣ୍ଡିଆ ବିମାନର ବ୍ଲାକ୍‌ ବକ୍ସ ଭାରତରେ ହିଁ ଅଛି ଏବଂ ବିମାନ ଦୁର୍ଘଟଣା ଯାଞ୍ଚ ବ୍ୟୁରୋ (ଏଏଆଇବି) ଏହାର ଯାଞ୍ଚ କରୁଛି । ନାଉଡୁ ବ୍ଲାକ୍‌ ବକ୍ସକୁ ବିଦେଶ ପଠାଯିବା ସମ୍ୱନ୍ଧୀୟ ଅଟକଳକୁ ଖାରଜ କରି ଦେଇଛି।