ଅହମ୍ମଦାବାଦ-ଲଣ୍ଡନ ବିମାନ ଦୁର୍ଘଟଣାର ତଦନ୍ତ ଚାଲିଥିବା ବେଳେ ଏୟାର ଇଣ୍ଡିଆ ଅଧିକାରୀଙ୍କୁ ଡିଜିସିଏର ସମନ

ନୂଆଦିଲ୍ଲୀ: ଅହମ୍ମଦାବାଦ-ଲଣ୍ଡନ ବିମାନ ଦୁର୍ଘଟଣାର ତଦନ୍ତ ଚାଲିଥିବା ବେଳେ ବିମାନ ନିୟାମକ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ମଙ୍ଗଳବାର ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ବରିଷ୍ଠ ଅଧିକାରୀମାନଙ୍କୁ ସମନ କରିଛି।ଏନେଇ ଇକୋନୋମିକ୍ସ ଟାଇମ୍ସରେ ଖବର ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ଡିଜିସିଏ ମୁଖ୍ୟ ଫୈଜ ଅହମ୍ମଦ କିଦୱାଇଙ୍କ ଅଧ୍ୟକ୍ଷତାରେ ବିମାନ କର୍ତ୍ତୃପକ୍ଷଙ୍କ ସହ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହେବ। ତେବେ କେଉଁ ବିଷୟରେ ଆଲଚୋନା ହେବା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ସୂଚନା ଥାଉକି ଜୁନ୍ ୧୨ ତାରିଖରେ, ଏୟାର ଇଣ୍ଡିଆ ବିମାନ AI-171 ଅହମ୍ମଦାବାଦରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ନିକଟସ୍ଥ ବିଜେ ମେଡିକାଲ କଲେଜ ହଷ୍ଟେଲ ଉପରେ ପଡ଼ିବାରୁ ବିମାନରେ ବସିଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ପ୍ରଭାବିତ ନିକଟବର୍ତ୍ତୀ ବିଜେ ମେଡିକାଲ୍ କଲେଜ ହଷ୍ଟେଲର ଲୋକଙ୍କ ସମେତ ମୋଟ ୨୬୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ତେବେ ସବୁଠାରୁ ବଡ଼ କଥା ହେଲା ଏହି ଦୁର୍ଘଟଣାରୁ ଜଣେ ଯାତ୍ରୀ ବିଶ୍ୱାଶ କୁମାର ରମେଶ ବଞ୍ଚି ଯାଇଛନ୍ତି। ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ଏହାର ତଦନ୍ତ ଆରମ୍ଭ କରିଛି ଏବଂ ଦୁର୍ଘଟଣାସ୍ଥଳରୁ ବିମାନର ବ୍ଲାକ ବାକ୍ସ ଉଦ୍ଧାର କରିଛି। ଏହି ଦୁଃଖଦ ଘଟ

ଅହମ୍ମଦାବାଦ-ଲଣ୍ଡନ ବିମାନ ଦୁର୍ଘଟଣାର ତଦନ୍ତ ଚାଲିଥିବା ବେଳେ ଏୟାର ଇଣ୍ଡିଆ ଅଧିକାରୀଙ୍କୁ ଡିଜିସିଏର ସମନ

ନୂଆଦିଲ୍ଲୀ: ଅହମ୍ମଦାବାଦ-ଲଣ୍ଡନ ବିମାନ ଦୁର୍ଘଟଣାର ତଦନ୍ତ ଚାଲିଥିବା ବେଳେ ବିମାନ ନିୟାମକ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ମଙ୍ଗଳବାର ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ବରିଷ୍ଠ ଅଧିକାରୀମାନଙ୍କୁ ସମନ କରିଛି।ଏନେଇ ଇକୋନୋମିକ୍ସ ଟାଇମ୍ସରେ ଖବର ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ଡିଜିସିଏ ମୁଖ୍ୟ ଫୈଜ ଅହମ୍ମଦ କିଦୱାଇଙ୍କ ଅଧ୍ୟକ୍ଷତାରେ ବିମାନ କର୍ତ୍ତୃପକ୍ଷଙ୍କ ସହ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହେବ। ତେବେ କେଉଁ ବିଷୟରେ ଆଲଚୋନା ହେବା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। 

ସୂଚନା ଥାଉକି ଜୁନ୍ ୧୨ ତାରିଖରେ, ଏୟାର ଇଣ୍ଡିଆ ବିମାନ AI-171 ଅହମ୍ମଦାବାଦରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ନିକଟସ୍ଥ ବିଜେ ମେଡିକାଲ କଲେଜ ହଷ୍ଟେଲ ଉପରେ ପଡ଼ିବାରୁ ବିମାନରେ ବସିଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ପ୍ରଭାବିତ ନିକଟବର୍ତ୍ତୀ ବିଜେ ମେଡିକାଲ୍ କଲେଜ ହଷ୍ଟେଲର ଲୋକଙ୍କ ସମେତ ମୋଟ ୨୬୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। 

ତେବେ ସବୁଠାରୁ ବଡ଼ କଥା ହେଲା ଏହି ଦୁର୍ଘଟଣାରୁ ଜଣେ ଯାତ୍ରୀ ବିଶ୍ୱାଶ କୁମାର ରମେଶ ବଞ୍ଚି ଯାଇଛନ୍ତି। ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ଏହାର ତଦନ୍ତ ଆରମ୍ଭ କରିଛି ଏବଂ ଦୁର୍ଘଟଣାସ୍ଥଳରୁ ବିମାନର ବ୍ଲାକ ବାକ୍ସ ଉଦ୍ଧାର କରିଛି। ଏହି ଦୁଃଖଦ ଘଟଣା ପ୍ରତି ପ୍ରତିକ୍ରିୟା ସ୍ୱରୂପ, ଟାଟା ଗ୍ରୁପ୍ ପ୍ରତ୍ୟେକ ମୃତ ଯାତ୍ରୀଙ୍କ ପରିବାର ପାଇଁ ₹୧ କୋଟି କ୍ଷତିପୂରଣ ଘୋଷଣା କରିଛି। ସେହିପରି ଏୟାର ଇଣ୍ଡିଆ ପକ୍ଷରୁ ୨୫ ଲକ୍ଷ ଘୋଷଣା କରାଯାଇଛି। 

ସେପଟେ ମଙ୍ଗଳବାର ଏୟାର ଇଣ୍ଡିଆ ପକ୍ଷରୁ ଦୁଇଟି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ରଦ୍ଦ କରାଯାଇଛି। ଏହି ଦୁଇଟି ବିମାନ ହେଉଛି ଏୟାର ଇଣ୍ଡିଆର ଫ୍ଲାଇଟ AI 143 ଏବଂ AI 142। ଜୁନ୍ ୧୭ରେ AI 143 ଫ୍ଲାଇଟ ଦିଲ୍ଲୀରୁ ପ୍ୟାରିସ ଯିବାର ଥିଲା। ସେହିଭଳି AI 142 ଜୁନ୍‌ ୧୮ରେ ପ୍ୟାରିସରୁ ଦିଲ୍ଲୀ ଆସିବାର ଥିଲା। ତେବେ ବିମାନ ରଦ୍ଦ ସମ୍ପର୍କରେ ଯାତ୍ରୀଙ୍କୁ ସୂଚନା ଦିଆଯାଇସାରିଥିବାବେଳେ, ଏୟାର ଇଣ୍ଡିଆ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଉଛି। 

ଏୟାର ଇଣ୍ଡିଆ ପକ୍ଷରୁ ଜାରି ବିବୃତ୍ତି କୁହାଯାଇଛି ଯେ, ଯାନ୍ତ୍ରିକ ତ୍ରୁଟି କାରଣରୁ ଏୟାର ଇଣ୍ଡିଆର ଦିଲ୍ଲୀ-ପ୍ୟାରିସ ଫ୍ଲାଇଟ ରଦ୍ଦ କରାଯାଉଛି। ଏହି ସମୟରେ ଯାତ୍ରୀଙ୍କୁ ବିକଳ୍ପ ସୁବିଧା ତଥା ରିଫଣ୍ଡ୍‌ ବ୍ୟବସ୍ଥା କରାଯାଇଛି। ଏୟାର ଇଣ୍ଡିଆ ମୁଖପାତ୍ରଙ୍କ ସୂଚନା ଅନୁସାରେ ପ୍ରି- ଫ୍ଲାଇଟ ଯାଞ୍ଚ ସମୟରେ ବିମାନରେ ଯାନ୍ତ୍ରିକ ସମସ୍ୟା ଦେଖିବାକୁ ଏଥିପାଇଁ ଉଡ଼ାଣ ବନ୍ଦ କରାଯାଇଛି। ଏହାସହ ସମସ୍ୟାର ସମାଧାନ କରାଯାଉଛି।