ଅହମ୍ମଦାବାଦ୍ ବିମାନ ଟ୍ରାଜେଡ଼ି.... ଆଉ ହାତ ଧୋଇ ଫେରିପାରିଲାନି ସାଙ୍ଗ
ନୂଆଦିଲ୍ଲୀ18/06 : ଆରେ ସାଙ୍ଗ ଶୁଣୁ ତୁ ମେସ୍ ବାହାରକୁ ଚାଲେ। ମୁଁ ଏହି ଜଷ୍ଟ ମୋ ହାତ ଧୋଇ ଆସୁଛି।... ସାଙ୍ଗ ତ ବାହାରକୁ ଚାଲିଗଲା... କିନ୍ତୁ ସେ ଆଉ ହାତ ଧୋଇକି ଫେରିଲେନି। ସାଙ୍ଗର ଅପେକ୍ଷା ସେମିତି ଅପେକ୍ଷାରେ ରହିଗଲା। ଭାଗ୍ୟର ବିଡ଼ମ୍ବନା ଦେଖ ସାଙ୍ଗକୁ ତ ବଞ୍ଚେଇ ଦେଲେ। କିନ୍ତୁ ନିଜେ ସବୁଦିନ ପାଇଁ ଛାଡ଼ି ଚାଲିଗଲେ। ବୋଇଂ ବିମାନ ଟ୍ରାଜେଡ଼ିର ଏ ହେଉଛି ଆଉ ଏକ ଦୁଃଖଦ କାହାଣୀ। ଆଉ ଏଥିରେ ପ୍ରାଣ ହରାଇଛନ୍ତି, MBBS ଛାତ୍ର ଆର୍ଯ୍ୟନ। ଏ କାହାଣୀ ଯେତିକି ଭାଇରାଲ, ତା ଠାରୁ ବେଶି ହୃଦୟବିଦାରକ। ଅହମ୍ମଦାବାଦ୍ ବିମାନ ଟ୍ରାଜେଡ଼ି ... ଯନ୍ତ୍ରଣା ଆଉ କୋହର ଏକ ରକ୍ତାକ୍ତ ଉଦାହରଣ... ୨୬୫ ଜଣଙ୍କ ମୃତ୍ୟୁ ଭିତରୁ ଅନେକଙ୍କର ଅନେକ କଥା, କେତେ କାହାଣୀ। ସେମିତି ଏକ କାହାଣୀ ହେଉଛି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମଧ୍ୟପ୍ରଦେଶ ଗ୍ବାଲିୟରର ଜିଗସୌଲି ଗାଁର ବାସିନ୍ଦା ଆର୍ଯ୍ୟାନ ରାଜପୁତଙ୍କର । ସେ MBBS ଛାତ୍ର। ବିଜେ ମେଡିକାଲ କଲେଜର ଦ୍ୱିତୀୟ ବର୍ଷର ଛାତ୍ର। ଦୁର୍ଘଟଣା ଦିନ ଆର୍ଯ୍ୟନ ହଷ୍ଟେଲ ମେସ୍ ରେ ଖାଉଥିଲେ। ସେତେବେଳେ ଏୟାର ଇଣ୍ଡିଆର ବୋଇଂ 787 ଡ୍ରିମଲାଇନର ବିମାନ ତାଙ୍କ ହଷ୍ଟେଲରେ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଆର୍ଯ୍ୟନ। ଯାହା ପରିବାର ଏବଂ ପୂରା ଅଞ୍ଚଳବାସୀଙ୍କୁ କରିଛି ସ୍ତବ୍ଧ। 19 ବର୍ଷୀୟ ଆର୍ଯ୍ୟନ ରାଜପୁତ । ଖୁବ୍ ଟ୍ୟାଲେଣ୍ଟେଡ୍ ...ପ୍ରଥମ ପ୍ରୟାସରେ NEE
ନୂଆଦିଲ୍ଲୀ18/06 : ଆରେ ସାଙ୍ଗ ଶୁଣୁ ତୁ ମେସ୍ ବାହାରକୁ ଚାଲେ। ମୁଁ ଏହି ଜଷ୍ଟ ମୋ ହାତ ଧୋଇ ଆସୁଛି।... ସାଙ୍ଗ ତ ବାହାରକୁ ଚାଲିଗଲା... କିନ୍ତୁ ସେ ଆଉ ହାତ ଧୋଇକି ଫେରିଲେନି। ସାଙ୍ଗର ଅପେକ୍ଷା ସେମିତି ଅପେକ୍ଷାରେ ରହିଗଲା। ଭାଗ୍ୟର ବିଡ଼ମ୍ବନା ଦେଖ ସାଙ୍ଗକୁ ତ ବଞ୍ଚେଇ ଦେଲେ। କିନ୍ତୁ ନିଜେ ସବୁଦିନ ପାଇଁ ଛାଡ଼ି ଚାଲିଗଲେ। ବୋଇଂ ବିମାନ ଟ୍ରାଜେଡ଼ିର ଏ ହେଉଛି ଆଉ ଏକ ଦୁଃଖଦ କାହାଣୀ। ଆଉ ଏଥିରେ ପ୍ରାଣ ହରାଇଛନ୍ତି, MBBS ଛାତ୍ର ଆର୍ଯ୍ୟନ। ଏ କାହାଣୀ ଯେତିକି ଭାଇରାଲ, ତା ଠାରୁ ବେଶି ହୃଦୟବିଦାରକ।
ଅହମ୍ମଦାବାଦ୍ ବିମାନ ଟ୍ରାଜେଡ଼ି ... ଯନ୍ତ୍ରଣା ଆଉ କୋହର ଏକ ରକ୍ତାକ୍ତ ଉଦାହରଣ... ୨୬୫ ଜଣଙ୍କ ମୃତ୍ୟୁ ଭିତରୁ ଅନେକଙ୍କର ଅନେକ କଥା, କେତେ କାହାଣୀ। ସେମିତି ଏକ କାହାଣୀ ହେଉଛି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମଧ୍ୟପ୍ରଦେଶ ଗ୍ବାଲିୟରର ଜିଗସୌଲି ଗାଁର ବାସିନ୍ଦା ଆର୍ଯ୍ୟାନ ରାଜପୁତଙ୍କର । ସେ MBBS ଛାତ୍ର। ବିଜେ ମେଡିକାଲ କଲେଜର ଦ୍ୱିତୀୟ ବର୍ଷର ଛାତ୍ର। ଦୁର୍ଘଟଣା ଦିନ ଆର୍ଯ୍ୟନ ହଷ୍ଟେଲ ମେସ୍ ରେ ଖାଉଥିଲେ। ସେତେବେଳେ ଏୟାର ଇଣ୍ଡିଆର ବୋଇଂ 787 ଡ୍ରିମଲାଇନର ବିମାନ ତାଙ୍କ ହଷ୍ଟେଲରେ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଆର୍ଯ୍ୟନ। ଯାହା ପରିବାର ଏବଂ ପୂରା ଅଞ୍ଚଳବାସୀଙ୍କୁ କରିଛି ସ୍ତବ୍ଧ।
19 ବର୍ଷୀୟ ଆର୍ଯ୍ୟନ ରାଜପୁତ । ଖୁବ୍ ଟ୍ୟାଲେଣ୍ଟେଡ୍ ...ପ୍ରଥମ ପ୍ରୟାସରେ NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ MBBSରେ ଏଣ୍ଟ୍ରି ପାଇଥିଲେ। ସେ ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ପାଇଁ NEET କ୍ୱାଲିଫାଏ କରିଥିଲେ। ଦୁର୍ଘଟଣା ଦିନ, ପ୍ରାୟ 1:39 ସମୟରେ ବିମାନଟି ହଷ୍ଟେଲ କୋଠାରେ ଧକ୍କା ଦେଇଥିଲା। ଆର୍ଯ୍ୟନ ସେ ସମୟରେ ମେସ୍ ରେ ଖାଉଥିଲେ। ଖାଇସାରିବା ପରେ, ସେ ତାଙ୍କ ବନ୍ଧୁଙ୍କୁ ତାଙ୍କ ମୋବାଇଲ୍ ଦେଇ କହିଲେ, "ତୁମେ ଯାଅ, ମୁଁ ମୋ ହାତ ଧୋଇ ଆସୁଛି।" ବନ୍ଧୁ ମେସ୍ ବାହାରକୁ ଚାଲିଗଲା, କିନ୍ତୁ ଆର୍ଯ୍ୟନ ଭିତରେ ରହିଗଲା। ବିମାନ ଦୁର୍ଘଟଣାର ସେହି ମୁହୂର୍ତ୍ତରେ ସବୁ କିଛି ସାରିଦେଲା। ଦୁର୍ଘଟଣା ପରେ ତୁରନ୍ତ ଆର୍ଯ୍ୟନଙ୍କ ବନ୍ଧୁ ତାଙ୍କ ମୋବାଇଲ ମାଧ୍ୟମରେ ତାଙ୍କ ପରିବାରକୁ ଜଣାଇଥିଲେ । ଆର୍ଯ୍ୟନ ଆହତ ହୋଇଛନ୍ତି ଏବଂ ତାଙ୍କୁ ICUରେ ଭର୍ତ୍ତି କରାଯାଇଛି ବୋଲି କହିଥିଲେ। ଅପରାହ୍ନ 2 ଟାରେ ଏହି ଖବର ପାଇବା ପରେ, ଆର୍ଯ୍ୟନଙ୍କ ସମ୍ପର୍କୀୟମାନେ ଅହମ୍ମଦାବାଦ ଆସିଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ ଜଣାପଡିଲା ଯେ ଆର୍ଯ୍ୟନଙ୍କ ଘଟଣାସ୍ଥଳେ ମୃତ୍ୟୁ ଘଟିଛି। ଆର୍ଯ୍ୟନଙ୍କ ଘରେ ତାଙ୍କ ବାପା ରାମହେତ ରାଜପୁତ, ମା' ରାଣୀ ରାଜପୁତ, ବଡ଼ ଭଉଣୀ ନିକିତା ଏବଂ ବଡ଼ ଭାଇ ଆଦିତ୍ୟ ଅଛନ୍ତି। ଏହି ଦୁଃଖଦ ଖବରରେ ସମସ୍ତେ ଭାଙ୍ଗି ପଡ଼ିଛନ୍ତି। ସମ୍ପର୍କୀୟ ଏବଂ ଗାଁ ଲୋକଙ୍କ ମନରୁ ବି ସହଜରେ ଲିଭୁନି।
ଆର୍ଯ୍ୟନ ସବୁବେଳେ ତାଙ୍କ ପାଠପଢ଼ାରେ ଖୁବ୍ ଉତ୍କୃଷ୍ଟ ପ୍ରଦର୍ଶନ କରୁଥିଲେ। ପ୍ରଥମ ପ୍ରୟାସରେ NEET ପାସ୍ କରି ସେ ପରିବାର ଏବଂ ଗାଁ ପାଇଁ ଗୌରବ ଆଣିଥିଲେ। କିନ୍ତୁ ଡାକ୍ତର ହେବାର ତାଙ୍କର ସ୍ୱପ୍ନ ଏବେ ଅଧୁରା ରହିଗଲା।
ଗୁରୁବାର ଦିନ, ଲଣ୍ଡନ ଯାଉଥିବା ଏଆର ଇଣ୍ଡିଆ ବିମାନ AI-171 ଉଡ଼ାଣ ଭରିବାର ମାତ୍ର 33 ସେକେଣ୍ଡ ପରେ ମେଘାଣୀନଗର ଅଞ୍ଚଳର ଦୁର୍ଘଟମା ଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଆର୍ଯ୍ୟନ ରାଜପୁତଙ୍କ ସମେତ 265 ଜଣଙ୍କର ମୃତ୍ୟୁ ହୋଇଥିଲା। ତଦନ୍ତ ପାଇଁ ବିମାନର ବ୍ଲାକ ବାକ୍ସ ଉଦ୍ଧାର କରାଯାଇଛି। ଜାତୀୟ ତଦନ୍ତ ସଂସ୍ଥା (NIA) ସମେତ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ତଦନ୍ତ ଚଳାଇଛନ୍ତି।