ଅଡ଼ୁଆରେ ମାଲକାନଗିରି ପୂର୍ବତନ ଜିଲ୍ଲାପାଳ, IAS ମନୀଷ ଅଗ୍ରୱାଲଙ୍କ ନାଁରେ NBW

ଅଡ଼ୁଆରେ ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ।  IAS ମନୀଷ ଅଗ୍ରୱାଲଙ୍କ ନାଁରେ NBW  ।   ତତ୍ କାଳୀନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ମାମଲାରେ NBW ଜାରି କରିଛନ୍ତି ମାଲକାନଗିରି SDJM । ମନୀଷଙ୍କ ସହ ଅନ୍ୟ ୩ ଜଣଙ୍କ ନାଁରେ ମଧ୍ୟ NBW ଜାରି ହୋଇଛି । ସେମାନେ ହେଲେ ଭଗବାନ୍ ପାଣିଗ୍ରାହୀ, ଭେଲି ସେଠୀ ବେନୁ ଏବଂ ପ୍ରକାଶ ଚନ୍ଦ୍ର ସ୍ୱାଇଁ । ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ବାରମ୍ବାର […] The post ଅଡ଼ୁଆରେ ମାଲକାନଗିରି ପୂର୍ବତନ ଜିଲ୍ଲାପାଳ, IAS ମନୀଷ ଅଗ୍ରୱାଲଙ୍କ ନାଁରେ NBW appeared first on KNews Odisha.

ଅଡ଼ୁଆରେ ମାଲକାନଗିରି ପୂର୍ବତନ ଜିଲ୍ଲାପାଳ, IAS ମନୀଷ ଅଗ୍ରୱାଲଙ୍କ ନାଁରେ NBW
IAS Manish Agrawal

ଅଡ଼ୁଆରେ ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ।  IAS ମନୀଷ ଅଗ୍ରୱାଲଙ୍କ ନାଁରେ NBW  ।   ତତ୍ କାଳୀନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ମାମଲାରେ NBW ଜାରି କରିଛନ୍ତି ମାଲକାନଗିରି SDJM । ମନୀଷଙ୍କ ସହ ଅନ୍ୟ ୩ ଜଣଙ୍କ ନାଁରେ ମଧ୍ୟ NBW ଜାରି ହୋଇଛି । ସେମାନେ ହେଲେ ଭଗବାନ୍ ପାଣିଗ୍ରାହୀ, ଭେଲି ସେଠୀ ବେନୁ ଏବଂ ପ୍ରକାଶ ଚନ୍ଦ୍ର ସ୍ୱାଇଁ । ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ବାରମ୍ବାର ସମନ ସତ୍ତ୍ବେ ହାଜର ମନୀଷ ହେଉନାହାଁନ୍ତି  । ସମୟ ଗଡ଼ାଇ ଚାଲିଛନ୍ତି ମନୀଷ ଓ ସହଯୋଗୀ ।

ତେଣୁ SDJM କୋର୍ଟ NBW ଜାରି କରିଛନ୍ତି । ସେହିପରି ମନୀଷ ଅଗ୍ରୱାଲ ବାହାରେ ରହିଥିବାରୁ ନିଜର ଓକିଲ ଏହି କେଶରେ ଉପସ୍ଥିତ ରହିବେ ବୋଲି ନିବେଦନ କରିଥିଲେ। କିନ୍ତୁ କୋର୍ଟ ଏହାକୁ ଆଗ୍ରାହ୍ୟ କରିଛନ୍ତି ।  ୨୦୧୯ ଡିସେମ୍ବର ମାସରେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ ଦେହ ସତିଗୁଡା ଜଳ ଭଣ୍ଡାରରେ ମିଳିଥିଲା । ପରିବାର ଲୋକେ ତତ୍କାଳୀନ ଜିଲ୍ଲାପାଳଙ୍କ ସହ ୪ ଜଣଙ୍କ ନା ରେ ହତ୍ୟା ଅଭିଯୋଗ ଆଣି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

The post ଅଡ଼ୁଆରେ ମାଲକାନଗିରି ପୂର୍ବତନ ଜିଲ୍ଲାପାଳ, IAS ମନୀଷ ଅଗ୍ରୱାଲଙ୍କ ନାଁରେ NBW appeared first on KNews Odisha.