‘ଆଇ ପ୍ରମିଜ୍ ଟୁ ବି ଓ୍ବିଥ୍ ୟୁ’…
ଭୁବନେଶ୍ୱର, ୧୧। ୨(ବନ୍ଦନା ସେଠୀ)‘ଆଇ ପ୍ରମିଜ୍ ଟୁ ବି ଓ୍ବିଥ୍ ୟୁ ଫର୍ ଲାଇଫ୍ଟାଇମ୍, ମାଇଁ ଲଭ୍’…। ପ୍ରେମ ସପ୍ତାହର ପଞ୍ଚମ ଦିନ ଅର୍ଥାତ୍ ରବିବାର ଏଭଳି କିଛି ପ୍ରତିଶ୍ରୁତି ଦିଆନିଆ କରିବେ ପ୍ରେମୀଯୁଗଳ। ସମ୍ପର୍କ ସେତେବେଳେ ତିଷ୍ଠି ରହେ, ଯେତେବେଳେ ସେଥିରେ ବିଶ୍ୱାସ, ଭରସା ଆଉ ପରସ୍ପରକୁ ଦିଆଯାଇଥିବା ପ୍ରତଶ୍ରୁତିକୁ ପୂରଣ କରାଯାଏ। ସେଥିପାଇଁ ପ୍ରେମୀଯୁଗଳ ଏହି ଦିନଟିକୁ ଚାହିଁ ରହିଥାନ୍ତି, ଯେତେବେଳେ ସେମାନେ ନିଜନିଜ ପାର୍ଟନରଙ୍କଠାରୁ ପ୍ରେମକୁ ଆହୁରି ମଜଭୁତ କରିବାକୁ ପ୍ରତିଶ୍ରୁତି ନେବେ। […] The post ‘ଆଇ ପ୍ରମିଜ୍ ଟୁ ବି ଓ୍ବିଥ୍ ୟୁ’… appeared first on Dharitri Odia News.
ଭୁବନେଶ୍ୱର, ୧୧। ୨(ବନ୍ଦନା ସେଠୀ)‘ଆଇ ପ୍ରମିଜ୍ ଟୁ ବି ଓ୍ବିଥ୍ ୟୁ ଫର୍ ଲାଇଫ୍ଟାଇମ୍, ମାଇଁ ଲଭ୍’…। ପ୍ରେମ ସପ୍ତାହର ପଞ୍ଚମ ଦିନ ଅର୍ଥାତ୍ ରବିବାର ଏଭଳି କିଛି ପ୍ରତିଶ୍ରୁତି ଦିଆନିଆ କରିବେ ପ୍ରେମୀଯୁଗଳ। ସମ୍ପର୍କ ସେତେବେଳେ ତିଷ୍ଠି ରହେ, ଯେତେବେଳେ ସେଥିରେ ବିଶ୍ୱାସ, ଭରସା ଆଉ ପରସ୍ପରକୁ ଦିଆଯାଇଥିବା ପ୍ରତଶ୍ରୁତିକୁ ପୂରଣ କରାଯାଏ। ସେଥିପାଇଁ ପ୍ରେମୀଯୁଗଳ ଏହି ଦିନଟିକୁ ଚାହିଁ ରହିଥାନ୍ତି, ଯେତେବେଳେ ସେମାନେ ନିଜନିଜ ପାର୍ଟନରଙ୍କଠାରୁ ପ୍ରେମକୁ ଆହୁରି ମଜଭୁତ କରିବାକୁ ପ୍ରତିଶ୍ରୁତି ନେବେ। ଦୂରରେ ରୁହନ୍ତୁ କି ପାଖରେ ପରସ୍ପର ପ୍ରତି ବିଶ୍ୱସ୍ତ ରହିବେ। ଯେ କୌଣସି ପ୍ରତିକୂଳ ପରିସ୍ଥିତି ଆସିଲେ ବି କେହି କାହାର ହାତ ଛାଡ଼ିବେ ନାହିଁ। କେବଳ ପ୍ରତିଶ୍ରୁତି ନୁହେଁ, ସୋସିଆଲ ମିଡିଆରୁ କୋଟେସନ୍, ଶାୟରୀ ନେଇ ସେଥିରେ ନିଜର ଭାବନାକୁ ରଖି ପରସ୍ପରକୁ ମେସେଜ୍ ଦିଆନିଆ ମଧ୍ୟ ଚାଲିବ। ଖାଲି ସେତିକି ନୁହେଁ, ପୂର୍ବ ବର୍ଷ ପ୍ରୋମିଜ୍ ଡେ’ରେ ଯାହା ପ୍ରତିଶ୍ରୁତି ଦିଆ ହୋଇଥିଲା ତାହା କେତେଦୂର ପାଳନ ହୋଇଛି ତା’ର ମଧ୍ୟ ହିସାବ କିତାବ ହେବ। ଆଉ ଏହା ଭିତରେ ମିଛିମିଛିକା ରାଗରୁଷା, ଅଭିମାନକୁ ମନାଇବାକୁ ଯାଇ ପ୍ରେମୀଯୁଗଳ ନିଜର ପ୍ରେମରେ ଆଉ ଟିକେ ନିବିଡ଼ତା ଭରିବାକୁ ଚେଷ୍ଟା କରିବେ। ରବିବାର ପ୍ରୋମିଜ୍ ଡେ’ ପଡୁଥିବାରୁ ବିଭିନ୍ନ ପାର୍କ, ରେଷ୍ଟୁରାଣ୍ଟ, ସିନେମା ହଲ୍ ଓ ପର୍ଯ୍ୟଟନସ୍ଥଳରେ ପ୍ରେମୀଯୁଗଳଙ୍କ ଭିଡ଼ ଦେଖିବାକୁ ମିଳିବ।
The post ‘ଆଇ ପ୍ରମିଜ୍ ଟୁ ବି ଓ୍ବିଥ୍ ୟୁ’… appeared first on Dharitri Odia News.