ଆଇଆଇଏସ୍ଏସ୍ଏସ୍ସି ସହ ନାଲ୍କୋର ବୁଝାମଣା
ଭୁବନେଶ୍ୱର,୨୭।୮ (ଅଭୟ ଦାଶ): ଭାରତୀୟ ଲୌହ ଓ ଇସ୍ପାତ ଦକ୍ଷତା ପରିଷଦ (ଇଣ୍ଡିଆନ ଆଇରନ ଆଣ୍ଡ ଷ୍ଟିଲ ସେକ୍ଟର ସ୍କିଲ୍ କାଉନସିଲ (ଆଇଆଇଏସ୍ଏସ୍ଏସ୍ସି) ଏବଂ ନାଲ୍କୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଭାରତ ସରକାରଙ୍କ ସ୍କିଲ୍ ଇଣ୍ଡିଆ ଇନିସିଏଟିଭ୍ର ଅଂଶ ବିଶେଷ ରାଷ୍ଟ୍ରୀୟ କୌଶଳ ତଥା ଯୋଗ୍ୟତା ଫ୍ରେମୱାର୍କ ଆଧାରିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ପରିଚାଳନା ଦ୍ୱାରା ପୂର୍ବ ଶିକ୍ଷଣକୁ ସ୍ବୀକୃତି ପ୍ରଦାନ କରିବା ଲାଗି ଆଇଆଇଏସ୍ଏସ୍ଏସ୍ସି ସହ ନାଲ୍କୋ ବୁଝାମଣା ପତ୍ର (ଏମ୍ଓୟୁ) […] The post ଆଇଆଇଏସ୍ଏସ୍ଏସ୍ସି ସହ ନାଲ୍କୋର ବୁଝାମଣା appeared first on Dharitri Odia News.
ଭୁବନେଶ୍ୱର,୨୭।୮ (ଅଭୟ ଦାଶ): ଭାରତୀୟ ଲୌହ ଓ ଇସ୍ପାତ ଦକ୍ଷତା ପରିଷଦ (ଇଣ୍ଡିଆନ ଆଇରନ ଆଣ୍ଡ ଷ୍ଟିଲ ସେକ୍ଟର ସ୍କିଲ୍ କାଉନସିଲ (ଆଇଆଇଏସ୍ଏସ୍ଏସ୍ସି) ଏବଂ ନାଲ୍କୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଭାରତ ସରକାରଙ୍କ ସ୍କିଲ୍ ଇଣ୍ଡିଆ ଇନିସିଏଟିଭ୍ର ଅଂଶ ବିଶେଷ ରାଷ୍ଟ୍ରୀୟ କୌଶଳ ତଥା ଯୋଗ୍ୟତା ଫ୍ରେମୱାର୍କ ଆଧାରିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ପରିଚାଳନା ଦ୍ୱାରା ପୂର୍ବ ଶିକ୍ଷଣକୁ ସ୍ବୀକୃତି ପ୍ରଦାନ କରିବା ଲାଗି ଆଇଆଇଏସ୍ଏସ୍ଏସ୍ସି ସହ ନାଲ୍କୋ ବୁଝାମଣା ପତ୍ର (ଏମ୍ଓୟୁ) ସ୍ବାକ୍ଷର କରିଛି। ନାଲକୋ ସିଏମ୍ଡି ଶ୍ରୀଧର ପାତ୍ର କହିଛନ୍ତି, ଏହି ସହଭାଗିତା (ବୁଝାମଣା) କମ୍ପାନୀ ପାଇଁ ବେଶ୍ ସହାୟକ ହେବ। ଏପରିକି ଦକ୍ଷତା ପ୍ରଶିକ୍ଷଣ ଦ୍ୱାରା ଭବିଷ୍ୟତରେ କମ୍ପାନୀର ନିରନ୍ତର ଏବଂ ସୁପରିଚାଳନାକୁ ସୁନିଶ୍ଚିତ କରିହେବ। ସେହିପରି ଭୁବନେଶ୍ୱରର ନାଲ୍କୋ ମୁଖ୍ୟାଳୟଠାରେ ସୋମବାର ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ନାଲ୍କୋ ସିଏମ୍ଡି ଶ୍ରୀଧର ପାତ୍ର, ଆଇଆଇଏସ୍ଏସ୍ଏସ୍ସିର ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ଡ.ସୁସିମ ବାନାର୍ଜୀ ଏବଂ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରୀତମ ଶଙ୍କର ପୁରକାୟସ୍ଥଙ୍କ ଉପସ୍ଥିତିରେ ଏମ୍ଓୟୁ ସ୍ବାକ୍ଷରିତ ହୋଇଥିଲା।
The post ଆଇଆଇଏସ୍ଏସ୍ଏସ୍ସି ସହ ନାଲ୍କୋର ବୁଝାମଣା appeared first on Dharitri Odia News.