ଆଇଇଡି ବୋମା ନିଷ୍କ୍ରିୟ କଲେ ଯବାନ
ମାଲକାନଗିରି, ୨ା୩(ନୃସିଂହ ଚରଣ ମହାନ୍ତି)- ଛତିଶଗଡ ସୁକ୍ମା ଜିଲାରେ ତଲାସି ବେଳେ ଏକ ଆଇଇଡି ବୋମାକୁ ରବିବାର ଠାବକରି ଯବାନମାନେ ନିଷ୍କ୍ରିୟ କରିଛନ୍ତି। ସୁକୁମା ଜିଲା ରାଇଗୁଟ୍ଟା ପାହାଡ଼ ନିକଟରେ ମାଓବାଦୀ ଦମନ ନିମନ୍ତେ ସିଆରପିଏଫ ଯବାନମାନେ ବାହାରିଥିଲେ। ଏହି ସମୟରେ ଯବାନମାନେ ମାଓବାଦୀ ଖଞ୍ଜିଥିବା ଏକ ଆଇଇଡି ବୋମାକୁ ଠାବ କରିଥିଲେ। ଏହାର ଓଜନ ପ୍ରାୟ ୫ କିଲୋଗ୍ରାମ ରହିଥିବା ବେଳେ ଘଟଣାସ୍ଥଳରେ ନଷ୍ଟ କରିଥିଲେ। ସୂଚନାଯୋଗ୍ୟ, ପ୍ରାୟ ୬ ମାସ ପୂର୍ବେ ଏହି ଅଞ୍ଚଳରେ […] The post ଆଇଇଡି ବୋମା ନିଷ୍କ୍ରିୟ କଲେ ଯବାନ appeared first on Dharitri Odia News.
ମାଲକାନଗିରି, ୨ା୩(ନୃସିଂହ ଚରଣ ମହାନ୍ତି)- ଛତିଶଗଡ ସୁକ୍ମା ଜିଲାରେ ତଲାସି ବେଳେ ଏକ ଆଇଇଡି ବୋମାକୁ ରବିବାର ଠାବକରି ଯବାନମାନେ ନିଷ୍କ୍ରିୟ କରିଛନ୍ତି। ସୁକୁମା ଜିଲା ରାଇଗୁଟ୍ଟା ପାହାଡ଼ ନିକଟରେ ମାଓବାଦୀ ଦମନ ନିମନ୍ତେ ସିଆରପିଏଫ ଯବାନମାନେ ବାହାରିଥିଲେ। ଏହି ସମୟରେ ଯବାନମାନେ ମାଓବାଦୀ ଖଞ୍ଜିଥିବା ଏକ ଆଇଇଡି ବୋମାକୁ ଠାବ କରିଥିଲେ। ଏହାର ଓଜନ ପ୍ରାୟ ୫ କିଲୋଗ୍ରାମ ରହିଥିବା ବେଳେ ଘଟଣାସ୍ଥଳରେ ନଷ୍ଟ କରିଥିଲେ।
ସୂଚନାଯୋଗ୍ୟ, ପ୍ରାୟ ୬ ମାସ ପୂର୍ବେ ଏହି ଅଞ୍ଚଳରେ ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ଆଇଇଡି ବିସ୍ଫୋରଣ ଯୋଗୁ ଡୁବ୍ବାମାର୍କା ଗ୍ରାମର ଜଣେ ମହିଳା କାୱାସି ସୁକ୍କିଙ୍କ ମୃତ୍ୟୁ ହୋଇଥିଲା। ବୋମା ନିଷ୍କ୍ରିୟ ପରେ ଅଞ୍ଚଳରେ ତଲାସି ଅଭିଯାନକୁ ବଢ଼ାଇ ଦିଆଯାଇଛି।
The post ଆଇଇଡି ବୋମା ନିଷ୍କ୍ରିୟ କଲେ ଯବାନ appeared first on Dharitri Odia News.