ଆଇଏଏସ ଧୀମାନ ଚକମାଙ୍କୁ ନିଲମ୍ବନ ନିର୍ଦ୍ଦେଶ, ଲାଞ୍ଚ ନେଇ ଗିରଫ ହୋଇଛନ୍ତି

ଭୁବନେଶ୍ବର: ଲାଞ୍ଚ ନେଇ ଗିରଫ ହୋଇଥିବା ଧର୍ମଗଡ଼ ଉପଜିଲ୍ଲାପାଳ ତଥା ଆଇଏଏସ ଧୀମାନ ଚକମାଙ୍କୁ ନିଲମ୍ବନ ନିର୍ଦ୍ଦେଶ। ଧୀମାନଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ । ଏହା ପୂର୍ବରୁ ସୋମବାର ଭିଜିଲାନ୍ସ କୋର୍ଟରେ ବେଲ୍‌ ନାମଞ୍ଜୁର ହେବା ପରେ ତାଙ୍କୁ ଭବାନୀପାଟଣା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ସୂଚନାଥାଉକି, ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କୁ ଭୟଭୀତ କରାଇ ଉପଜିଲ୍ଲାପାଳ ଧୀମାନ ଚକ୍‌ମା ୨୦ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଆଉ ରବିବାର ଧର୍ମଗଡ଼ସ୍ଥିତ ସରକାରୀ ବାସଭବନକୁ ଡାକି ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ। ହେଲେ ଏହି ସମୟରେରେ ପୂର୍ବ ଯୋଜନା ଅନୁଯାୟୀ, ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ୨୬ଟି ଶହେ ଟଙ୍କିଆ ବଣ୍ଡଲ ଜବତ କରିଥିଲେ। ଏହା ସହ ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ ଯାଞ୍ଚ କରିଥିଲା ଭିଜିଲାନ୍ସ। ଚଢ଼ାଉବେଳେ ଆହୁରି ୪୭ଲକ୍ଷ ଟଙ୍କା ନଗଦ ଜବତ କରିବା ସହ ଧୀମାନଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଗିରଫ ହେବା ପରେ ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ବେଲ୍‌ ମିଳିନାହିଁ। ଯାହାପରେ ତାଙ୍କୁ ଭବାନୀପାଟଣା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। 

ଆଇଏଏସ ଧୀମାନ ଚକମାଙ୍କୁ ନିଲମ୍ବନ ନିର୍ଦ୍ଦେଶ, ଲାଞ୍ଚ ନେଇ ଗିରଫ ହୋଇଛନ୍ତି

ଭୁବନେଶ୍ବର: ଲାଞ୍ଚ ନେଇ ଗିରଫ ହୋଇଥିବା ଧର୍ମଗଡ଼ ଉପଜିଲ୍ଲାପାଳ ତଥା ଆଇଏଏସ ଧୀମାନ ଚକମାଙ୍କୁ ନିଲମ୍ବନ ନିର୍ଦ୍ଦେଶ। ଧୀମାନଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ । ଏହା ପୂର୍ବରୁ ସୋମବାର ଭିଜିଲାନ୍ସ କୋର୍ଟରେ ବେଲ୍‌ ନାମଞ୍ଜୁର ହେବା ପରେ ତାଙ୍କୁ ଭବାନୀପାଟଣା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। 

ସୂଚନାଥାଉକି, ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କୁ ଭୟଭୀତ କରାଇ ଉପଜିଲ୍ଲାପାଳ ଧୀମାନ ଚକ୍‌ମା ୨୦ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଆଉ ରବିବାର ଧର୍ମଗଡ଼ସ୍ଥିତ ସରକାରୀ ବାସଭବନକୁ ଡାକି ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ। 

ହେଲେ ଏହି ସମୟରେରେ ପୂର୍ବ ଯୋଜନା ଅନୁଯାୟୀ, ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ୨୬ଟି ଶହେ ଟଙ୍କିଆ ବଣ୍ଡଲ ଜବତ କରିଥିଲେ। ଏହା ସହ ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ ଯାଞ୍ଚ କରିଥିଲା ଭିଜିଲାନ୍ସ। ଚଢ଼ାଉବେଳେ ଆହୁରି ୪୭ଲକ୍ଷ ଟଙ୍କା ନଗଦ ଜବତ କରିବା ସହ ଧୀମାନଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଗିରଫ ହେବା ପରେ ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ବେଲ୍‌ ମିଳିନାହିଁ। ଯାହାପରେ ତାଙ୍କୁ ଭବାନୀପାଟଣା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।