ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ

ନନ୍ଦିଘୋଷ ବ୍ୟୁରୋ: ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ। ୯ ଜଣ ବରିଷ୍ଠ ଆଇଏଏସଙ୍କ ବିଭାଗ ଅଦଳ ବଦଳ... The post ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ appeared first on .

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ

ନନ୍ଦିଘୋଷ ବ୍ୟୁରୋ: ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ। ୯ ଜଣ ବରିଷ୍ଠ ଆଇଏଏସଙ୍କ ବିଭାଗ ଅଦଳ ବଦଳ ହୋଇଛି। ନିକୁଞ୍ଜ ବିହାରୀ ଧଳଙ୍କୁ ଇଡକୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ବ। ଜି. ମାଥିଭାଥନନଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ପ୍ରଶିକ୍ଷଣ ସଂଯୋଜକ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି। ହେମନ୍ତ ଶର୍ମାଙ୍କୁ ଇପିକଲର ଅଧ୍ୟକ୍ଷ ସହିତ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ବ ଦିଆଯାଇଛି। ସେହିପରି ଶାଶ୍ବତ ମିଶ୍ରଙ୍କୁ ଅର୍ଥ ବିଭାଗ ସହ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ବ ଦିଆଯାଇଛି। ଉଷା ପାଢ଼ୀଙ୍କୁ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ବିଶାଲ ଦେବଙ୍କୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ବ ଦିଆଯାଇଛି। ଭାସ୍କର ଜ୍ୟୋତି ଶର୍ମାଙ୍କୁ କ୍ରୀଡ଼ା ବିଭୋଗର ସଚିବ ଓ ଭିନୀଲ କ୍ରୀଷ୍ଣାଙ୍କୁ ଲ୍ୟାଣ୍ଡ ରେକର୍ଡ ଓ ସେଟେଲମେଣ୍ଟ ବିଭାଗର କମିଶନର ଭାବେ ଦାୟିତ୍ବ ଦିଆଯାଇଛି।

The post ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ appeared first on .