ଆଇଏଏସ୍ ନିଖିଲ ପବନ କଲ୍ୟାଣଙ୍କୁ ନୂଆ ଦାୟିତ୍ୱ
ନୂଆଦିଲ୍ଲୀ : ଆଇଏଏସ୍ ନିଖିଲ ପବନ କଲ୍ୟାଣଙ୍କୁ ମିଳିଲା ନୂଆ ଦାୟିତ୍ୱ। ଜନଗଣନା ପରିଚାଳନା ନିର୍ଦ୍ଦେଶକ (ଡିସିଓ) ଭାବେ ତାଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରାଯାଇଛି । କେନ୍ଦ୍ର କାର୍ମିକ ଏବଂ ତାଲିମ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବଙ୍କୁ ପଠାଯାଇଥିବା ଏକ ଚିଠି ଅନୁସାରେ, କଲ୍ୟାଣ ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବା ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ଏହି ଦାୟିତ୍ୱ ନିର୍ବାହ କରିବେ। ନିଖିଳ ପବନ କଲ୍ୟାଣ(ଓଡିଶା କ୍ୟାଡର-୨୦୧୨)ର ଜଣେ […]

ନୂଆଦିଲ୍ଲୀ : ଆଇଏଏସ୍ ନିଖିଲ ପବନ କଲ୍ୟାଣଙ୍କୁ ମିଳିଲା ନୂଆ ଦାୟିତ୍ୱ। ଜନଗଣନା ପରିଚାଳନା ନିର୍ଦ୍ଦେଶକ (ଡିସିଓ) ଭାବେ ତାଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରାଯାଇଛି । କେନ୍ଦ୍ର କାର୍ମିକ ଏବଂ ତାଲିମ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବଙ୍କୁ ପଠାଯାଇଥିବା ଏକ ଚିଠି ଅନୁସାରେ, କଲ୍ୟାଣ ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବା ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ଏହି ଦାୟିତ୍ୱ ନିର୍ବାହ କରିବେ। ନିଖିଳ ପବନ କଲ୍ୟାଣ(ଓଡିଶା କ୍ୟାଡର-୨୦୧୨)ର ଜଣେ ଅଭିଜ୍ଞ ଆଇଏଏସ ଅଧିକାରୀ ଭାବେ ପରିଚିତ ଏବଂ ତାଙ୍କ ନେତୃତ୍ୱରେ ଓଡ଼ିଶାରେ ଜନଗଣନା ଏବଂ ନାଗରିକ ପଞ୍ଜୀକରଣ କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ ହେବ ବୋଲି ଆଶା କରାଯାଉଛି।
‘ବ୍ରିଟେନ୍ସ ଗଟ୍ ଟାଲେଣ୍ଟ’ରେ ଚମକିଲେ ଭାରତର ଝିଅ, ଶୁଭେଚ୍ଛା ଜଣାଇଲେ ଆସାମ ମୁଖ୍ୟମନ୍ତ୍ରୀ