ଆଇଏଏସ୍‌ ପୂଜା ଖେଡ଼କରଙ୍କୁ ବଡ ଝଟକା, ପୁଣି ଥରେ ନେବେ ଟ୍ରେନିଂ

ମୁମ୍ବାଇ: ମହାରାଷ୍ଟ୍ରର ବିବାଦୀୟ ଟ୍ରେନି ଆଇଏଏସ୍‌ ପୂଜା ଖେଡ଼କରଙ୍କୁ ବଡ ଝଟକା । ପୁଣି ଥରେ ଟ୍ରେନିଂ ନେବାକୁ ଆଇଏଏସ୍‌ ଏକାଡେମୀ ଯିବେ ପୂଜା । ପୂଜାଙ୍କ ଜିଲ୍ଲା ଟ୍ରେନିଂକୁ ସ୍ଥଗିତ ରଖିଲେ ମସୌରୀ ଆଇଏଏସ୍‌ ଏକାଡେମୀ । ଜିଲ୍ଲା ଟ୍ରେନିଂ ସ୍ଥଗିତ କରି ପୁଣି ମସୌରୀ ଆସିବାକୁ ନିର୍ଦ୍ଦେଶ ଦେଲେ ମସୌରୀ ଆଇଏଏସ୍‌ ଏକାଡେମୀ । ଜୁଲାଇ ୨୩ ସୁଦ୍ଧା ମସୌରୀ ଟ୍ରେନିଂ ଏକାଡେମୀରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ମସୌରୀ ଆଇଏଏସ୍‌ ଏକାଡେମୀ ।  ପୂଜାଙ୍କ […]

ଆଇଏଏସ୍‌ ପୂଜା ଖେଡ଼କରଙ୍କୁ ବଡ ଝଟକା, ପୁଣି ଥରେ ନେବେ ଟ୍ରେନିଂ
Untitled 1 42

ମୁମ୍ବାଇ: ମହାରାଷ୍ଟ୍ରର ବିବାଦୀୟ ଟ୍ରେନି ଆଇଏଏସ୍‌ ପୂଜା ଖେଡ଼କରଙ୍କୁ ବଡ ଝଟକା । ପୁଣି ଥରେ ଟ୍ରେନିଂ ନେବାକୁ ଆଇଏଏସ୍‌ ଏକାଡେମୀ ଯିବେ ପୂଜା । ପୂଜାଙ୍କ ଜିଲ୍ଲା ଟ୍ରେନିଂକୁ ସ୍ଥଗିତ ରଖିଲେ ମସୌରୀ ଆଇଏଏସ୍‌ ଏକାଡେମୀ । ଜିଲ୍ଲା ଟ୍ରେନିଂ ସ୍ଥଗିତ କରି ପୁଣି ମସୌରୀ ଆସିବାକୁ ନିର୍ଦ୍ଦେଶ ଦେଲେ ମସୌରୀ ଆଇଏଏସ୍‌ ଏକାଡେମୀ । ଜୁଲାଇ ୨୩ ସୁଦ୍ଧା ମସୌରୀ ଟ୍ରେନିଂ ଏକାଡେମୀରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ମସୌରୀ ଆଇଏଏସ୍‌ ଏକାଡେମୀ ।  ପୂଜାଙ୍କ ଜିଲ୍ଲା ଟ୍ରେନି ପ୍ରୋଗ୍ରାମକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପୂଜାଙ୍କୁ ଟ୍ରେନିଂ ଏକାଡେମୀକୁ ପୁଣି ଥରେ ଡ଼କାଯାଇଛି ବୋଲି ମସୌରୀ ଆଇଏଏସ୍‌ ଏକାଡେମୀ ତରଫରୁ ମିଳିଥିବା ନିର୍ଦ୍ଦେଶରେ ଲେଖାଯାଇଛି। ନିର୍ଦ୍ଦେଶ ଅନୁସାରେ, ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ଜିଲ୍ଲା ଟ୍ରେନିଂ କାର୍ଯ୍ୟକ୍ରମରୁ ପୂଜା ବର୍ତ୍ତମାନ ମୁକ୍ତ । ଜୁଲାଇ ୨୩ ପରେ କୌଣସି ପରିସ୍ଥିତିରେ ଯଥାଶୀଘ୍ର ଏକାଡେମୀରେ ଯୋଗଦେବାକୁ ପୂଜାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।