ଆଇଏଏସ୍ ପୂଜା ଖେଡ୍କରଙ୍କ କୌଣସି ଅକ୍ଷମତା ନାହିଁ
ପୁଣେ, ୧୬।୭:କ୍ଷମତାର ଅପବ୍ୟବହାର ସହ ୟୁପିଏସ୍ସି ନିଯୁକ୍ତି ନିୟମର ଉଲ୍ଲଂଘନ ମାମଲାକୁ ନେଇ ବିବାଦରେ ଘେରି ହୋଇ ରହିଥିବା ଟ୍ରେନି ଆଇଏଏସ୍ ଅଫିସର ପୂଜା ଖେଡ୍କରଙ୍କ ସମସ୍ୟା କମ୍ ହେବାର ନାଁ ନେଉନାହିଁ। ସୋମବାର ପୂଜାଙ୍କୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ୨୦୦୭ରେ ସେ ପୁଣେର କାଶିବାଇ ନବ୍ଲେ ମେଡିକାଲ କଲେଜରେ ଏମ୍ବିବିଏସ୍ ପାଠ୍ୟକ୍ରମରେ ଆଡ୍ମିଶନ କରିଥିଲେ। ଏହି ନାମଲେଖା ବେଳେ ପୂଜା ଦାଖଲ କରିଥିବା ଡାକ୍ତରୀ ପ୍ରମାଣପତ୍ରରେ ତାଙ୍କର ଶାରୀରିକ ଅକ୍ଷମତା ଥିବା […] The post ଆଇଏଏସ୍ ପୂଜା ଖେଡ୍କରଙ୍କ କୌଣସି ଅକ୍ଷମତା ନାହିଁ appeared first on Dharitri Odia News.
ପୁଣେ, ୧୬।୭:କ୍ଷମତାର ଅପବ୍ୟବହାର ସହ ୟୁପିଏସ୍ସି ନିଯୁକ୍ତି ନିୟମର ଉଲ୍ଲଂଘନ ମାମଲାକୁ ନେଇ ବିବାଦରେ ଘେରି ହୋଇ ରହିଥିବା ଟ୍ରେନି ଆଇଏଏସ୍ ଅଫିସର ପୂଜା ଖେଡ୍କରଙ୍କ ସମସ୍ୟା କମ୍ ହେବାର ନାଁ ନେଉନାହିଁ। ସୋମବାର ପୂଜାଙ୍କୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ୨୦୦୭ରେ ସେ ପୁଣେର କାଶିବାଇ ନବ୍ଲେ ମେଡିକାଲ କଲେଜରେ ଏମ୍ବିବିଏସ୍ ପାଠ୍ୟକ୍ରମରେ ଆଡ୍ମିଶନ କରିଥିଲେ। ଏହି ନାମଲେଖା ବେଳେ ପୂଜା ଦାଖଲ କରିଥିବା ଡାକ୍ତରୀ ପ୍ରମାଣପତ୍ରରେ ତାଙ୍କର ଶାରୀରିକ ଅକ୍ଷମତା ଥିବା ନେଇ କୌଣସି ତଥ୍ୟ ଉଲ୍ଲେଖ କରି ନ ଥିଲେ। ଓବିସି(ନନ୍ କ୍ରିମି ଲେୟାର) କୋଟା ବ୍ୟବହାର କରି ସେ ନାମ ଲେଖାଇଥିବା କାଶିବାଇ ନବ୍ଲେ ମେଡିକାଲ କଲେଜର ନିର୍ଦ୍ଦେଶକ ଅରବିନ୍ଦ ଭୋରେ କହିଛନ୍ତି। ତେବେ ୟୁପିଏସ୍ସି ଦ୍ୱାରା ପରିଚାଳିତ ପ୍ରକ୍ରିୟା ସମୟରେ ତାଙ୍କର ଅନେକ ଅକ୍ଷମତା ଥିବା ପୂଜା ଦର୍ଶାଇଥିଲେ, ଯାହାକୁ ନେଇ ବିବାଦ ଜାରି ରହିଛି।
ଅନ୍ୟପକ୍ଷରେ ବିଭିନ୍ନ ବିବାଦରେ ଘେରି ହୋଇ ରହିଥିବା ଏହି ଟ୍ରେନି ଆଇଏଏସ୍ ଅଫିସର ସୋମବାର ମୁହଁ ଖୋଲିଛନ୍ତି। ମିଡିଆ ଟ୍ରାଏଲ କରାଯାଇ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଉଦ୍ୟମ ହେଉଛି। ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଓ ଦିନେ ନା ଦିନେ ସତ୍ୟ ସାମ୍ନାକୁ ଆସିବ ବୋଲି ପୂଜା ଦ୍ରୁଢ଼ୋକ୍ତି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ପୂଜା ପୁଣେର ଆସିଷ୍ଟାଣ୍ଟ କଲେକ୍ଟର ଭାବେ ଯୋଗଦେବା ପୂର୍ବରୁ ସରକାରୀ ଗାଡ଼ି, ଭିଆଇପି ନମ୍ବର ପ୍ଲେଟ୍, ରହିବା ପାଇଁ ଘର, ପର୍ଯ୍ୟାପ୍ତ ଷ୍ଟାଫ୍ ଓ ଜଣେ କନ୍ଷ୍ଟେବଳ ଦାବି କରି ବିବାଦ ଘେରକୁ ଆସିଥିଲେ। କ୍ଷମତାର ଏପରି ଅପବ୍ୟବହାର ଯୋଗୁ ତାଙ୍କୁ ଓ୍ବାଶିମ୍ ଜିଲାର ଆସିଷ୍ଟାଣ୍ଟ କଲେକ୍ଟର ଭାବେ ବଦଳି କରାଯାଇଛି।
The post ଆଇଏଏସ୍ ପୂଜା ଖେଡ୍କରଙ୍କ କୌଣସି ଅକ୍ଷମତା ନାହିଁ appeared first on Dharitri Odia News.