ଆଇଏଏସ୍‌ ସ୍ତରରେ  ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୨।୧: ରାଜ୍ୟ ସରକାର ସୋମବାର ଆଇଏଏସ୍‌ ସ୍ତରରେ  ବଡ଼ ଧରଣ ଅଦଳବଦଳ କରିଛନ୍ତି।  ତେମ୍‌ ଜେଙ୍ଗ ଓ୍ବାପଙ୍ଗ  ହେଲେ  ପବ୍ଲିକ ଏଣ୍ଟରପ୍ରାଇଜେସ୍‌ ସଚିବ। ଶ୍ରୀକାନ୍ତ ପୃଷ୍ଟି ଉତ୍ତରାଞ୍ଚଳ ଆରଡିସି, ରଞ୍ଜନ ଦାସଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଦାୟିତ୍ୱ ଦିଆଯାଇଛି। ସେହିଭଳି କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ, ନିଖିଲ ପବନ କଲ୍ୟାଣଙ୍କୁ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ଏବଂ  ମନୀଷା ବାନାର୍ଜୀଙ୍କୁ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଦାୟିତ୍ୱ  ଦିଆଯାଇଛି। ଅନ୍ୟପକ୍ଷେ  କେନ୍ଦୁଝର ଜିଲାପାଳ ଆଶିଷ ଠାକରେଙ୍କୁ  ମୟୂରଭଞ୍ଜ ଜିଲାପାଳ […] The post ଆଇଏଏସ୍‌ ସ୍ତରରେ  ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ appeared first on Dharitri Odia News.

ଆଇଏଏସ୍‌ ସ୍ତରରେ  ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ
ଭୁବନେଶ୍ୱର,୨୨।୧: ରାଜ୍ୟ ସରକାର ସୋମବାର ଆଇଏଏସ୍‌ ସ୍ତରରେ  ବଡ଼ ଧରଣ ଅଦଳବଦଳ କରିଛନ୍ତି।  ତେମ୍‌ ଜେଙ୍ଗ ଓ୍ବାପଙ୍ଗ  ହେଲେ  ପବ୍ଲିକ ଏଣ୍ଟରପ୍ରାଇଜେସ୍‌ ସଚିବ। ଶ୍ରୀକାନ୍ତ ପୃଷ୍ଟି ଉତ୍ତରାଞ୍ଚଳ ଆରଡିସି, ରଞ୍ଜନ ଦାସଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଦାୟିତ୍ୱ ଦିଆଯାଇଛି। ସେହିଭଳି କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ, ନିଖିଲ ପବନ କଲ୍ୟାଣଙ୍କୁ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ଏବଂ  ମନୀଷା ବାନାର୍ଜୀଙ୍କୁ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଦାୟିତ୍ୱ  ଦିଆଯାଇଛି।
ଅନ୍ୟପକ୍ଷେ  କେନ୍ଦୁଝର ଜିଲାପାଳ ଆଶିଷ ଠାକରେଙ୍କୁ  ମୟୂରଭଞ୍ଜ ଜିଲାପାଳ ଭାବେ ବଦଳି କରାଯାଇଥିବା ବେଳେ ମୟୂରଭଞ୍ଜ ଜିଲାପାଳ ବୀନିତ ଭରଦ୍ୱାଜଙ୍କୁ କଟକ  ଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ବିଜୟ କୁମାର ଦାସଙ୍କୁ ପୁରୀ ଜିଲାପାଳ ଭାବେ ନିୟୁକ୍ତି ଦିଆଯାଇଥିବା ବେଳେ ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କୁ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ଦାୟିତ୍ୱ ଦିଆଯାଇଛି।

The post ଆଇଏଏସ୍‌ ସ୍ତରରେ  ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ appeared first on Dharitri Odia News.