ଆଇଏନ୍‌ଏଲ୍‌ଡି ନେତା ହତ୍ୟା ମାମଲା: ୩ଜଣଙ୍କ ନାମରେ ମାମଲା ରୁଜୁ

ଚଣ୍ଡିଗଡ଼,୨୭।୨: ଇଣ୍ଡିଆନ୍‌ ନ୍ୟାଶନାଲ ଲୋକ ଦଳ (ଆଇଏନ୍‌ଏଲ୍‌ଡି)ର ହରିୟାଣା ସଭାପତି ତଥା ପୂର୍ବତନ ବିଧାୟକ ନଫେ ସିଂ ରାଠୀ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ରବିବାର ସନ୍ଧ୍ୟାରେ ଝାଜ୍ଜର ଜିଲାର ବାହାଦୁରଗଡ଼ ସହରରେ କେତେଜଣ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିଲେ। ଏହା ଏକ ସମ୍ବେଦନ ସାମଲା ହୋଇଥିବା ବେଳେ ପୋଲିସ ବିରେନ୍ଦ୍ର ରାଠୀ, ସନ୍ଦୀପ ରାଠୀ ଏବଂ ରାଜପାଲ ଶର୍ମାଙ୍କ ନାମରେ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଏପରିକି ପୂର୍ବତନ ବିଧାୟକ ନଫେଙ୍କ […] The post ଆଇଏନ୍‌ଏଲ୍‌ଡି ନେତା ହତ୍ୟା ମାମଲା: ୩ଜଣଙ୍କ ନାମରେ ମାମଲା ରୁଜୁ appeared first on Dharitri Odia News.

ଆଇଏନ୍‌ଏଲ୍‌ଡି ନେତା ହତ୍ୟା ମାମଲା: ୩ଜଣଙ୍କ ନାମରେ ମାମଲା ରୁଜୁ

ଚଣ୍ଡିଗଡ଼,୨୭।୨: ଇଣ୍ଡିଆନ୍‌ ନ୍ୟାଶନାଲ ଲୋକ ଦଳ (ଆଇଏନ୍‌ଏଲ୍‌ଡି)ର ହରିୟାଣା ସଭାପତି ତଥା ପୂର୍ବତନ ବିଧାୟକ ନଫେ ସିଂ ରାଠୀ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ରବିବାର ସନ୍ଧ୍ୟାରେ ଝାଜ୍ଜର ଜିଲାର ବାହାଦୁରଗଡ଼ ସହରରେ କେତେଜଣ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିଲେ। ଏହା ଏକ ସମ୍ବେଦନ ସାମଲା ହୋଇଥିବା ବେଳେ ପୋଲିସ ବିରେନ୍ଦ୍ର ରାଠୀ, ସନ୍ଦୀପ ରାଠୀ ଏବଂ ରାଜପାଲ ଶର୍ମାଙ୍କ ନାମରେ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

ଏପରିକି ପୂର୍ବତନ ବିଧାୟକ ନଫେଙ୍କ ମୃତ୍ୟୁ ବେଳର କଏଦ ହୋଇଥିବା ସିସିଟିଭି ଫୁଟେଜ ପୋଲିକୁ ହସ୍ତଗତ ହୋଇଛି। ହତ୍ୟା ସମୟରେ ବାହାଦୁରଗଡ଼ର ଜଣେ ରାଜନେତା ତାଙ୍କ କାର୍‌ରେ ଯାଉଥିଲେ। ସେତିକିବେଳେ କେତେକ ଅଜଣା ବ୍ୟକ୍ତି ଆସି ନଫେଙ୍କ ଗାଡ଼ି ଉପରକୁ ଅତର୍କିତ ଗୁଳି ମାଡ଼ କରିଥିଲେ। ଫଳରେ ନଫେଙ୍କ ସମେତ ତାଙ୍କର ଜଣେ ସହଯୋଗୀଙ୍କ ମୃତ୍ୟୁ ଘଟିଥିଲା।

ଆକ୍ରମଣକାରୀମାନେ ଗୁଳି ଚଳାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅନ୍ୟପକ୍ଷେ ପୋଲିସ ଆକ୍ରମଣକାରୀଙ୍କୁ ଧରି ପାରି ନାହିଁ। ଆକ୍ରମଣକାରୀଙ୍କ କାରର ନମ୍ବର ଜାଣିବା ପାଇଁ ପୋଲିସ ସିସିଟିଭି ଫୁଟେଜ ସ୍କାନ କରିଛି। ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

The post ଆଇଏନ୍‌ଏଲ୍‌ଡି ନେତା ହତ୍ୟା ମାମଲା: ୩ଜଣଙ୍କ ନାମରେ ମାମଲା ରୁଜୁ appeared first on Dharitri Odia News.