ଆଇଏମଏଫ୍‌ର ପୂର୍ବାନୁମାନ, ଟାରିଫ ଓ୍ୱାର ସତ୍ତ୍ୱେ ଆର୍ଥିକ ମାନ୍ଦାବସ୍ଥା ସମ୍ଭାବନା ନାହିଁ

ନୂଆଦିଲ୍ଲୀ ୧୯/୦୪: ଆମେରିକା  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ  ଟାରିଫ୍‌ ଯୁଦ୍ଧ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ  ବଡ଼ ଧରଣର ବାଧା ସୃଷ୍ଟି କରିଛି । ଏହାସତ୍ତେ୍ୱ ବିଶ୍ୱ ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥା ସମ୍ଭାବନା ନାହିଁ । ଅନ୍ତର୍ଜାତୀୟ  ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା ଏହା ପ୍ରକାଶ  କରିଛନ୍ତି । ଜର୍ଜିଭା ଆହୁରି କହିଛନ୍ତି ଯେ, ସମ୍ପ୍ରତି ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ସୃଷ୍ଟି  ହୋଇଥିବା ବାଧାଗୁଡ଼ିକ ଅର୍ଥବ୍ୟବସ୍ଥାକୁ ମହଙ୍ଗା ପଡ଼ିବ । ଆସନ୍ତା ସପ୍ତାହରେ ଆଇଏମ୍‌ଏଫ୍‌ ଏବଂ ବିଶ୍ୱ ବ୍ୟାଙ୍କ୍‌ର ସ୍ପ୍ରିଙ୍ଗ୍‌  ମିଟିଂ ଥିବାବେଳେ ସାମ୍ବାଦିକମାନଙ୍କୁ  ଉଦ୍‌ବୋଧନ ଦେଇ ଆଇଏମ୍‌ଏଫ୍‌ ମୁଖ୍ୟ କହିଛନ୍ତି ଯେ, ବିଶ୍ୱ ଅର୍ଥନୈତିକ  ଅଭିବୃଦ୍ଧିରେ ହ୍ରାସ ଦେଖାଦେବ କିନ୍ତୁ ଏହା  ସେତେମାତ୍ରାରେ ଖସିବ ନାହିଁ ।  ଟ୍ରମ୍ପଙ୍କ ଶୁଳ୍କ ନୀତି ଯୋଗୁ ସମଗ୍ର ବିଶ୍ୱ  ବଜାରରେ ଦେଖାଦେଇଥିବା ଅସ୍ଥିରତାକୁ ନେଇ ଜର୍ଜିଭା କହିଛନ୍ତି ଯେ, ବାଣିଜ୍ୟିକ  ବାଧକଗୁଡ଼ିକ ସର୍ବଦା ଅର୍ଥବ୍ୟବସ୍ଥାଗୁଡ଼ିକ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥାଏ । ଆମେ ଏଭଳି ଏକ ବିଶ୍ୱରେ ରହିଛୁ, ଯେଉଁଠି  ଅର୍ଥନୈତିକ ଝଟ୍‌କା ଏବଂ ପରିବର୍ତ୍ତନ  ନିୟମିତ ଧାରା । ଏସବୁ ଝଟ୍‌କା ଏବଂ  ପରିବର୍ତ୍ତନକୁ ଗ୍ରହଣ କରିବା ଲାଗି ଆମକୁ  ପ୍ରସ୍ତୁତ ରହିବାକୁ ପଡ଼ିବ ଏବଂ ଭାବିଚିନ୍ତି  ଉଚିତ ପଦକ୍ଷେପ ନେବାକୁ ହେ

ଆଇଏମଏଫ୍‌ର ପୂର୍ବାନୁମାନ, ଟାରିଫ ଓ୍ୱାର ସତ୍ତ୍ୱେ ଆର୍ଥିକ ମାନ୍ଦାବସ୍ଥା ସମ୍ଭାବନା ନାହିଁ

ନୂଆଦିଲ୍ଲୀ ୧୯/୦୪: ଆମେରିକା  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ  ଟାରିଫ୍‌ ଯୁଦ୍ଧ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ  ବଡ଼ ଧରଣର ବାଧା ସୃଷ୍ଟି କରିଛି । ଏହାସତ୍ତେ୍ୱ ବିଶ୍ୱ ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥା ସମ୍ଭାବନା ନାହିଁ । ଅନ୍ତର୍ଜାତୀୟ  ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା ଏହା ପ୍ରକାଶ  କରିଛନ୍ତି । ଜର୍ଜିଭା ଆହୁରି କହିଛନ୍ତି ଯେ, ସମ୍ପ୍ରତି ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ସୃଷ୍ଟି  ହୋଇଥିବା ବାଧାଗୁଡ଼ିକ ଅର୍ଥବ୍ୟବସ୍ଥାକୁ ମହଙ୍ଗା ପଡ଼ିବ । 

ଆସନ୍ତା ସପ୍ତାହରେ ଆଇଏମ୍‌ଏଫ୍‌ ଏବଂ ବିଶ୍ୱ ବ୍ୟାଙ୍କ୍‌ର ସ୍ପ୍ରିଙ୍ଗ୍‌  ମିଟିଂ ଥିବାବେଳେ ସାମ୍ବାଦିକମାନଙ୍କୁ  ଉଦ୍‌ବୋଧନ ଦେଇ ଆଇଏମ୍‌ଏଫ୍‌ ମୁଖ୍ୟ କହିଛନ୍ତି ଯେ, ବିଶ୍ୱ ଅର୍ଥନୈତିକ  ଅଭିବୃଦ୍ଧିରେ ହ୍ରାସ ଦେଖାଦେବ କିନ୍ତୁ ଏହା  ସେତେମାତ୍ରାରେ ଖସିବ ନାହିଁ ।  ଟ୍ରମ୍ପଙ୍କ ଶୁଳ୍କ ନୀତି ଯୋଗୁ ସମଗ୍ର ବିଶ୍ୱ  ବଜାରରେ ଦେଖାଦେଇଥିବା ଅସ୍ଥିରତାକୁ ନେଇ ଜର୍ଜିଭା କହିଛନ୍ତି ଯେ, ବାଣିଜ୍ୟିକ  ବାଧକଗୁଡ଼ିକ ସର୍ବଦା ଅର୍ଥବ୍ୟବସ୍ଥାଗୁଡ଼ିକ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥାଏ । 

ଆମେ ଏଭଳି ଏକ ବିଶ୍ୱରେ ରହିଛୁ, ଯେଉଁଠି  ଅର୍ଥନୈତିକ ଝଟ୍‌କା ଏବଂ ପରିବର୍ତ୍ତନ  ନିୟମିତ ଧାରା । ଏସବୁ ଝଟ୍‌କା ଏବଂ  ପରିବର୍ତ୍ତନକୁ ଗ୍ରହଣ କରିବା ଲାଗି ଆମକୁ  ପ୍ରସ୍ତୁତ ରହିବାକୁ ପଡ଼ିବ ଏବଂ ଭାବିଚିନ୍ତି  ଉଚିତ ପଦକ୍ଷେପ ନେବାକୁ ହେବ । ଆଗାମୀ ମଙ୍ଗଳବାର ନିଜର ୱାର୍ଲଡ ଇକୋନୋମିକ୍‌ ଆଉଟ୍‌ଲୁକ୍‌ରେ  ଆଇଏମ୍‌ଏଫ୍‌ ୨୦୨୫ ଏବଂ ୨୦୨୬ ପାଇଁ  ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ଆକଳନକୁ ସଂଶୋଧିତ କରିପାରେ ବୋଲି ଜର୍ଜିଭାଙ୍କ  ବୟାନରୁ ଅନୁମାନ କରାଯାଇଛି ।  

ଜର୍ଜିଭା କହିଲେ ଯେ, ଅସ୍ଥିରତା  ସର୍ବଦା ବ୍ୟୟବହୁଳ । ବାଣିଜ୍ୟିକ ଅସ୍ଥିରତା  ଯୋଗୁ କ୍ଷୁଦ୍ର ବିକଶିତ ଅର୍ଥନୀତି ଏବଂ  ବିକାଶମୁଖୀ ବଜାରଗୁଡ଼ିକ ପାଇଁ ବିପଦ  ରହିଛି । କାରଣ ଏହି ରାଷ୍ଟ୍ରଗୁଡ଼ିକ ବିଶ୍ୱ  ବାଣିଜ୍ୟ ଉପରେ ବଡ଼ ଆକାରରେ ନିର୍ଭର  କରିଥାନ୍ତି ।  ଆଇଏମ୍‌ଏଫ୍‌ ମୁଖ୍ୟ କହିଛନ୍ତି ଯେ, ବ୍ୟବସାୟଗୁଡ଼ିକ ପାଇଁ ଅସ୍ଥିରତା ଏବଂ  ଅନିଶ୍ଚିତତା ହେଉଛି ବଡ଼ ଆହ୍ୱାନ । କାରଣ ଭବିଷ୍ୟତକୁ ନେଇ ସେମାନେ ନିଶ୍ଚିତ ନ ଥାନ୍ତି । ଏହା ସେମାନଙ୍କ  ବ୍ୟବସାୟିକ ଯୋଜନାଗୁଡ଼ିକ ଉପରେ  ପ୍ରଭାବ ପକାଇଥାଏ । 

ବାଣିଜ୍ୟିକ ସମସ୍ୟାଗୁଡ଼ିକ ଦ୍ୱାରା କାରବାର କମିଥାଏ । ରପ୍ତାନି ହ୍ରାସ ପାଏ ।  ପରିଶେଷରେ ଅର୍ଥବ୍ୟବସ୍ଥାଗୁଡ଼ିକର  ଅଭିବୃଦ୍ଧି ଖସେ ବୋଲି ଜର୍ଜିଭା କହିଛନ୍ତି । ଆମେରିକାର ଶୁଳ୍କନୀତି ଉପରେ  ଆଇଏମ୍‌ଏଫ୍‌ ମୁଖ୍ୟ କହିଛନ୍ତି ଯେ, ସୁରକ୍ଷାବାଦୀ ନୀତି ଦୀର୍ଘକାଳୀନ  ଭାବେ ଉତ୍ପାଦକତାକୁ ହ୍ରାସ କରିଥାଏ । ଏହାଦ୍ୱାରା ବିଶେଷକରି ଛୋଟ ଛୋଟ ଅର୍ଥବ୍ୟବସ୍ଥାଗୁଡ଼ିକ ପ୍ରଭାବିତ  ହୋଇଥାନ୍ତି । ରାଷ୍ଟ୍ରଗୁଡ଼ିକ ନିଜର ନିଜର  ବିତ୍ତୀୟ ନୀତିରେ ସଂଶୋଧନ କରି ନିଜ  ନିଜର ଋଣ ସ୍ତର ଖସାଇବା ଦରକାର । 

ଏହାସହିତ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର  ସ୍ୱାଧୀନତାକୁ ସୁନିଶ୍ଚିତ କରିବାକୁ ପଡ଼ିବ ।  ରାଷ୍ଟ୍ରଗୁଡ଼ିକ ପାଇଁ ଜର୍ଜିଭା କହିଛନ୍ତି  ଯେ, ଚୀନ୍‌କୁ ଘରୋଇ ଚାହିଦା ବଢ଼ାଇବାକୁ  ହେବ । ଆମେରିକାକୁ ସାର୍ବଜନୀନ ଋଣ  ସ୍ତର ଖସାଇବାକୁ ପରାମର୍ଶ ଦେଇଛନ୍ତି  ଆଇଏମ୍‌ଏଫ୍‌ ମୁଖ୍ୟ । ଉଲ୍ଲେଖଯୋଗ୍ୟ  ବାଣିଜ୍ୟ ଯୁଦ୍ଧ ଯୋଗୁଁ ସାରା ବିଶ୍ୱ ବଜାର  ମାନ୍ଦାବସ୍ଥା ଆଡ଼କୁ ମୁହାଁଇଛି ।