ଆଇଟିଡିଏ ପକ୍ଷରୁ ୨ ଦିନିଆ ଯୁବ ଉଦ୍ୟୋଗୀ କର୍ମଶାଳା
ଫୁଲବାଣୀ : କନ୍ଧମାଳ ଜିଲାର ଫୁଲବାଣୀ ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ଆଇଟି ଡିଏ ପକ୍ଷରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଜରିଆରେ ଫୁଲବାଣୀ ଉପଖଣ୍ଡର ୩ଟି ବ୍ଲକ୍ ରେ କାମ କରୁଥିବା ଆଦିବାସୀ ଯୁବକ ଯୁବତୀମାନଙ୍କୁ ନେଇ ଲଘୁ ଉଦ୍ୟୋଗ ସ୍ଥାପନ ଓ ପରିଚାଳନା ସମ୍ବନ୍ଧୀୟ ୨ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ଆଇଟି ଡିଏ ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆଁ ଯୋଗ […]

ଫୁଲବାଣୀ : କନ୍ଧମାଳ ଜିଲାର ଫୁଲବାଣୀ ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ଆଇଟି ଡିଏ ପକ୍ଷରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଜରିଆରେ ଫୁଲବାଣୀ ଉପଖଣ୍ଡର ୩ଟି ବ୍ଲକ୍ ରେ କାମ କରୁଥିବା ଆଦିବାସୀ ଯୁବକ ଯୁବତୀମାନଙ୍କୁ ନେଇ ଲଘୁ ଉଦ୍ୟୋଗ ସ୍ଥାପନ ଓ ପରିଚାଳନା ସମ୍ବନ୍ଧୀୟ ୨ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ଆଇଟି ଡିଏ ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆଁ ଯୋଗ ଦେଇ ଉଦଘାଟନ କରିଥିଲେ।
ଯୁବକ ଯୁବତୀ ମାନଙ୍କୁ ଉଦ୍ୟୋଗ ସ୍ଥାପନର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଏବଂ ପରିଚାଳନା ବିଷୟରେ ଶ୍ରୀ ବାଣୁଆଁ ପ୍ରାଞ୍ଜଳ ଭାବରେ ବୁଝାଇବା ସହ ଜନଜାତି ଜୀବିକା ମିଶନ ଜରିଆରେ ଲଘୁ ଉଦ୍ୟୋଗ ବିକାଶ ପଶୁ ପାଳନ, ଉଦ୍ୟାନ କୃଷି ବିକାଶ କରି ନୂଆଁ ନିଯୁକ୍ତି ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପ୍ରକଳ୍ପ ପରିଚାଳକ ପି.ମୂରଲି ମୋହନ ଏବଂ ଏସଏମଏସଗୁପ୍ତ ଖିଲ ୩ଟି ବ୍ଲକର ୭୨ ଜଣ ଯୁବ ଉଦ୍ୟୋଗୀକୁ ନେଇ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବା ସୂଚନା ଦେଇଥିଲେ। କାର୍ଯ୍ୟ କ୍ରମକୁ ଏସଏମଏସଗୁପ୍ତ ଖିଲ ସଂଯୋଜନା କରିଥିବା ବେଳେ ସମସ୍ତ ବ୍ଲକ୍ ର ଜୀବିକା ବିଶେଷଜ୍ଞମାନେ ଉପସ୍ଥିତ ଥିଲେ ।