ଆଇନମନ୍ତ୍ରୀଙ୍କ ବଡ଼ ପ୍ରତିକ୍ରିୟା: ଏଥର ରାଜାଙ୍କ ଲିଙ୍କରେ ଥିବା ବଡ଼ବଡ଼ିଆଙ୍କ ପାଳି
ଭୁବନେଶ୍ୱର,୧୪ା୩: ବିଜେଡି ନେତା ରାଜା ଚକ୍ର ଗିରଫ ହେବା ମାମଲାରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ରାଜାଙ୍କ ଲିଙ୍କ୍ରେ ଅନେକ ବଡ଼ବଡ଼ିଆଙ୍କ ସଂପୃକ୍ତି ରହିଛି। ଆଇନ ଅନୁଯାୟୀ କାହାକୁ ଛଡ଼ାଯିବନି, ସମସ୍ତେ ବନ୍ଧା ହେବେ। ଆମ ସରକାର କାହାକୁ ଛାଡ଼ି ନାହାନ୍ତି କି ଛାଡ଼ିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ରାଜା ଚକ୍ର ଗିରଫ ହେବା ପରେ ବରିଷ୍ଠ ନେତା ବଦ୍ରି ପାତ୍ର ଏକ ବିସ୍ଫୋରକ ବୟାନ ଦେଇଥିଲେ। ଯାହାକୁ […] The post ଆଇନମନ୍ତ୍ରୀଙ୍କ ବଡ଼ ପ୍ରତିକ୍ରିୟା: ଏଥର ରାଜାଙ୍କ ଲିଙ୍କରେ ଥିବା ବଡ଼ବଡ଼ିଆଙ୍କ ପାଳି appeared first on Dharitri Odia News.
ଭୁବନେଶ୍ୱର,୧୪ା୩: ବିଜେଡି ନେତା ରାଜା ଚକ୍ର ଗିରଫ ହେବା ମାମଲାରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ରାଜାଙ୍କ ଲିଙ୍କ୍ରେ ଅନେକ ବଡ଼ବଡ଼ିଆଙ୍କ ସଂପୃକ୍ତି ରହିଛି। ଆଇନ ଅନୁଯାୟୀ କାହାକୁ ଛଡ଼ାଯିବନି, ସମସ୍ତେ ବନ୍ଧା ହେବେ। ଆମ ସରକାର କାହାକୁ ଛାଡ଼ି ନାହାନ୍ତି କି ଛାଡ଼ିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
ରାଜା ଚକ୍ର ଗିରଫ ହେବା ପରେ ବରିଷ୍ଠ ନେତା ବଦ୍ରି ପାତ୍ର ଏକ ବିସ୍ଫୋରକ ବୟାନ ଦେଇଥିଲେ। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ବଦ୍ରି କହିଥିଲେ, ଏନେଇ ମୁଁ ଆଗରୁ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନଙ୍କୁ ଜଣାଇଥିଲି। ଜିଲା ପ୍ରଶାସନ ପକ୍ଷରୁ ରାଜାଙ୍କୁ ପୂରା ପ୍ରୋତ୍ସାହନ ମିଳୁଥିଲା। ତତ୍କାଳୀନ ଜିଲାପାଳ, ଏସ୍ପି ମଧ୍ୟ ଏଥିରେ ସହଯୋଗ କରିଥିଲେ। ରାଜାଙ୍କ କଥାରେ ପୋଲିସ ପ୍ରଶାସନ ଚାଲିଥିଲା। ଏକା ରାଜାଙ୍କୁ ଧରିଲେ ଚଳିବନି, ଜିଲାପାଳ, ଏସ୍ପି ମଧ୍ୟ ସମ୍ପୃକ୍ତ। ତୁରନ୍ତ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ବଦ୍ରି କହିଛନ୍ତି।
The post ଆଇନମନ୍ତ୍ରୀଙ୍କ ବଡ଼ ପ୍ରତିକ୍ରିୟା: ଏଥର ରାଜାଙ୍କ ଲିଙ୍କରେ ଥିବା ବଡ଼ବଡ଼ିଆଙ୍କ ପାଳି appeared first on Dharitri Odia News.