ଆଇନମନ୍ତ୍ରୀଙ୍କ ବଡ଼ ସୂଚନା: ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାରର…

ଭୁବନେଶ୍ୱର,୨୮ା୬: ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୁଣିଥରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ। ୮ ଦିନ ମଧ୍ୟରେ କାମ ଶେଷ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିବାର ମଧ୍ୟ ମନ୍ତ୍ରୀ କହିଛନ୍ତି। ପ୍ରାୟ ୯୦ଟି ପଥର ବଦଳାଯାଇପାରେ ବୋଲି ମନ୍ତ୍ରୀ କହିଛନ୍ତି। ଶୃଙ୍ଖଳିତ, ସୁନ୍ଦର ଓ ବ୍ୟବସ୍ଥିତ ମରାମତି କାର୍ଯ୍ୟ କରାଯିବ। ବିଶେଷଜ୍ଞମାନଙ୍କୁ ନେଇ ପ୍ରତିଦିନ ଦୁଇଟି ସିଫ୍ଟରେ ମରାମତି ହେବ। ବାହାର ରତ୍ନଭଣ୍ଡାର କବାଟକୁ ସୁନା ଛାଉଣି […] The post ଆଇନମନ୍ତ୍ରୀଙ୍କ ବଡ଼ ସୂଚନା: ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାରର… appeared first on Dharitri Odia News.

ଆଇନମନ୍ତ୍ରୀଙ୍କ ବଡ଼ ସୂଚନା: ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାରର…

ଭୁବନେଶ୍ୱର,୨୮ା୬: ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୁଣିଥରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ। ୮ ଦିନ ମଧ୍ୟରେ କାମ ଶେଷ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିବାର ମଧ୍ୟ ମନ୍ତ୍ରୀ କହିଛନ୍ତି।

ପ୍ରାୟ ୯୦ଟି ପଥର ବଦଳାଯାଇପାରେ ବୋଲି ମନ୍ତ୍ରୀ କହିଛନ୍ତି। ଶୃଙ୍ଖଳିତ, ସୁନ୍ଦର ଓ ବ୍ୟବସ୍ଥିତ ମରାମତି କାର୍ଯ୍ୟ କରାଯିବ। ବିଶେଷଜ୍ଞମାନଙ୍କୁ ନେଇ ପ୍ରତିଦିନ ଦୁଇଟି ସିଫ୍ଟରେ ମରାମତି ହେବ। ବାହାର ରତ୍ନଭଣ୍ଡାର କବାଟକୁ ସୁନା ଛାଉଣି କରିବା ଯୋଜନା ରହିଥିବାବେଳେ ବର୍ମା ଟିକ୍‌ କାଠ ଲଗାଯାଇ ସୁନା ଛାଉଣି କରିବାକୁ ଯୋଜନା ରହିଛି। ଶ୍ରୀମନ୍ଦିର ପ୍ରଶାସନ ସହ ଏଏସ୍‌ଆଇ ଅଧିକାରୀଙ୍କ ଆଲୋଚନା ହୋଇଥିବା ମନ୍ତ୍ରୀ କହିଛନ୍ତି।

The post ଆଇନମନ୍ତ୍ରୀଙ୍କ ବଡ଼ ସୂଚନା: ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାରର… appeared first on Dharitri Odia News.