'ଆଇପିଏଲ ଟ୍ରଫି ଜିତିବାକୁ ଚାହୁଁନି ଆରସିବି'; ମ୍ୟାଚ୍ ହାରିବା ପରେ ଟ୍ରୋଲ୍ କଲେ ୟୁଜର୍ସ
ବେଙ୍ଗାଲୁରୁ: ଆଇପିଏଲର ଏଲିମିନେଟର ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଠାରୁ ପରାସ୍ତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଆରସିବି ପ୍ରଥମେ ବ୍ୟାଟିଂ କରି ୧୭୨ ରନର ଟାର୍ଗେଟ୍ ଦେଇଥିଲା । ରାଜସ୍ଥାନ ଏହି ଲକ୍ଷ୍ୟକୁ ପିଛା କରି ୪ ଓ୍ବିକେଟରେ ବିଜୟୀ ହୋଇଛି । ଏହି ପରାଜୟ ସହିତ ବିରାଟ କୋହଲିଙ୍କ ଆଇପିଏଲ ଜିତିବା ସ୍ବପ୍ନ ପୁଣି ଥରେ ଧୂଳିସାତ୍ ହୋଇଛି । RCB Fans just 3 days ago and now... ???? pic.twitter.com/2DImOAotCt— Dinda Academy (@academy_dinda) May 22, 2024Hamari marji hum nahi jeetega RCB ka Target hi nahi jeetna ???? ???? #RCBvsRR #RcbFaneKohli, RCB Fans, Farewell DK , Maxwell, Congratulations RCB pic.twitter.com/9hMnCCG5A7— pk kotwal (@pkkotwal278775) May 23, 2024ରାଜସ୍ଥାନ ଠାରୁ ବେଙ୍ଗାଲୁରୁ ପରାସ୍ତ ହେବା ପରେ ଆରସିବି ଟିମକୁ ଟ୍ରୋଲ୍ ହେବାକୁ ପଡ଼ୁଛି । ସୋସିଆଲ୍ ମିଡିଆରେ ୟୁଜର୍ସ ମାନେ ମିମ୍ସ ସେୟାର କରି ଖୁବ୍ ଟ୍ରୋଲ କରୁଛନ୍ତି । ୟୁଜର୍ସଙ୍କ ଟାର୍ଗେଟରେ ରହିଛନ୍ତି ଆରସିବି ଫ୍ୟାନ୍ସ । ଜଣେ ୟୁଜର୍ସ ଲେଖିଛନ୍ତି, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ୍ ଟ୍ରଫି ଜିତିବାକୁ ଚାହୁଁନାହିଁ । ଆରସିବି ଟିମ୍ ଯେଉଁ ଭଳି ଭାବେ ପ୍ଲେ-ଅଫରେ ସ୍ଥାନ ବନେଇ ଥିଲା, ଏପରି ଲାଗୁଥିବା ଚଳିତ ଆଇପିଏଲରେ ଫ୍ୟାନ୍ସ ସ୍ବପ୍ନ ପୂରଣ ହେବ
ବେଙ୍ଗାଲୁରୁ: ଆଇପିଏଲର ଏଲିମିନେଟର ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଠାରୁ ପରାସ୍ତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଆରସିବି ପ୍ରଥମେ ବ୍ୟାଟିଂ କରି ୧୭୨ ରନର ଟାର୍ଗେଟ୍ ଦେଇଥିଲା । ରାଜସ୍ଥାନ ଏହି ଲକ୍ଷ୍ୟକୁ ପିଛା କରି ୪ ଓ୍ବିକେଟରେ ବିଜୟୀ ହୋଇଛି । ଏହି ପରାଜୟ ସହିତ ବିରାଟ କୋହଲିଙ୍କ ଆଇପିଏଲ ଜିତିବା ସ୍ବପ୍ନ ପୁଣି ଥରେ ଧୂଳିସାତ୍ ହୋଇଛି ।
RCB Fans just 3 days ago and now... ???? pic.twitter.com/2DImOAotCt— Dinda Academy (@academy_dinda) May 22, 2024
Hamari marji hum nahi jeetega RCB ka Target hi nahi jeetna ???? ???? #RCBvsRR #RcbFane
Kohli, RCB Fans, Farewell DK , Maxwell, Congratulations RCB pic.twitter.com/9hMnCCG5A7— pk kotwal (@pkkotwal278775) May 23, 2024
ରାଜସ୍ଥାନ ଠାରୁ ବେଙ୍ଗାଲୁରୁ ପରାସ୍ତ ହେବା ପରେ ଆରସିବି ଟିମକୁ ଟ୍ରୋଲ୍ ହେବାକୁ ପଡ଼ୁଛି । ସୋସିଆଲ୍ ମିଡିଆରେ ୟୁଜର୍ସ ମାନେ ମିମ୍ସ ସେୟାର କରି ଖୁବ୍ ଟ୍ରୋଲ କରୁଛନ୍ତି । ୟୁଜର୍ସଙ୍କ ଟାର୍ଗେଟରେ ରହିଛନ୍ତି ଆରସିବି ଫ୍ୟାନ୍ସ । ଜଣେ ୟୁଜର୍ସ ଲେଖିଛନ୍ତି, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ୍ ଟ୍ରଫି ଜିତିବାକୁ ଚାହୁଁନାହିଁ । ଆରସିବି ଟିମ୍ ଯେଉଁ ଭଳି ଭାବେ ପ୍ଲେ-ଅଫରେ ସ୍ଥାନ ବନେଇ ଥିଲା, ଏପରି ଲାଗୁଥିବା ଚଳିତ ଆଇପିଏଲରେ ଫ୍ୟାନ୍ସ ସ୍ବପ୍ନ ପୂରଣ ହେବ । ମାତ୍ର ୨୨ ମେ’ ଏଲିମିନେଟର ମ୍ୟାଚ ହାରିବା ପରେ ଆରସିବି ସହିତ ସମର୍ଥକଙ୍କ ସ୍ବପ୍ନ ମଧ୍ୟ ଭାଙ୍ଗି ଯାଇଛି । ଯାହା ପରେ ୟୁଜର୍ସ ମାନେ ଖୁବ୍ ଟ୍ରୋଲ କରୁଛନ୍ତି । ଜଣେ ୟୁଜର୍ସ ସୋସିଆଲ୍ ମିଡିଆରେ ଆରସିବିର 3ଦିନ ପୂର୍ବ ଏବଂ ପରର ଫଟୋ ସେୟାର କରିଛନ୍ତି । ଅନ୍ୟଜଣେ ବାହୁବଳୀ ଫିଲ୍ମର ଫଟୋ ପୋଷ୍ଟ କରି ଲେଖିଛନ୍ତି, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସପୋର୍ଟ କରିବା ଠିକ୍ ଏହି ଭଳି ।
ଆଇପିଏଲ ଫ୍ୟାନ୍ସ-ଫ୍ୟାନ୍ସ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ହୋଇଛନ୍ତି । ଜଣେ ୟୁଜର୍ସ ଏଲମିନେଟର ମ୍ୟାଚ ବେଳେ ସିଏସକେ ସମର୍ଥକଙ୍କ ଫଟୋ ସେୟାର କରି ଲେଖିଛନ୍ତି, ଆଇପିଏଲ -୨୦୨୪ରୁ ଆରସିବି ବାହାରର ଲାଇଭ୍ ଦେଖିବାକୁ ଆସିଛନ୍ତି । ସିଏସକେର ଫ୍ୟାନ୍ସ ରାଜସ୍ଥାନ ରୟାଲ୍ସକୁ ବିଜୟ ଶୁଭେଚ୍ଛା ଜଣାଇ ଆରସିବିକୁ ଟ୍ରୋଲ୍ କରିଛନ୍ତି ।