ଆଇପିଏଲ ବେଟିଂ ଆଡ୍ଡାରେ ଚଢ଼ାଉ, ୪ ଗିରଫ, ନଗଦ ୫.୧୭ ଲକ୍ଷ ଟଙ୍କା ଜବତ
ସୁନ୍ଦରଗଡ଼ : ସୋମବାର ରାତିରେ ସୁନ୍ଦରଗଡ଼ ଟାଉନଥାନା ପୁଲିସ ମହାଦେବପଡ଼ା ଆଇପିଏଲ ବେଟିଂ (ସଟ୍ଟା) ଆଡ୍ଡାରେ ବଡ଼ ଧରଣର ଚଢ଼ାଉ କରିଛି । ଆଡ୍ଡାରୁ ୪ ଜଣ ସଟ୍ଟା ଖେଳାଳିଙ୍କୁ ଗିରଫ କରି ସେମାନଙ୍କ ଠାରୁ ନଗଦ ୫ ଲକ୍ଷ ୧୭ ହଜାର ୨ ଶହ ଟଙ୍କା, ଗୋଟିଏ ଲେନଭୋ ଲାପଟପ, ୬ଟି ସ୍ମାର୍ଟ ମୋବାଇଲ ଫୋନ୍, ୩ଟି ବାଇକ୍ ବିଭିନ୍ନ ବ୍ଯାଙ୍କର ଡେବିଟ୍ ଓ କ୍ରେଡିଟ କାର୍ଡ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ […] The post ଆଇପିଏଲ ବେଟିଂ ଆଡ୍ଡାରେ ଚଢ଼ାଉ, ୪ ଗିରଫ, ନଗଦ ୫.୧୭ ଲକ୍ଷ ଟଙ୍କା ଜବତ appeared first on KNews Odisha.

ସୁନ୍ଦରଗଡ଼ : ସୋମବାର ରାତିରେ ସୁନ୍ଦରଗଡ଼ ଟାଉନଥାନା ପୁଲିସ ମହାଦେବପଡ଼ା ଆଇପିଏଲ ବେଟିଂ (ସଟ୍ଟା) ଆଡ୍ଡାରେ ବଡ଼ ଧରଣର ଚଢ଼ାଉ କରିଛି । ଆଡ୍ଡାରୁ ୪ ଜଣ ସଟ୍ଟା ଖେଳାଳିଙ୍କୁ ଗିରଫ କରି ସେମାନଙ୍କ ଠାରୁ ନଗଦ ୫ ଲକ୍ଷ ୧୭ ହଜାର ୨ ଶହ ଟଙ୍କା, ଗୋଟିଏ ଲେନଭୋ ଲାପଟପ, ୬ଟି ସ୍ମାର୍ଟ ମୋବାଇଲ ଫୋନ୍, ୩ଟି ବାଇକ୍ ବିଭିନ୍ନ ବ୍ଯାଙ୍କର ଡେବିଟ୍ ଓ କ୍ରେଡିଟ କାର୍ଡ ଜବତ କରିଛି ।
ଗିରଫ ଅଭିଯୁକ୍ତମାନେ ହେଲେ ଟାଉନଥାନା ଭିତିରିଆପଡ଼ାର ମିଥୁନ ସାହୁ (୩୩), ସଂଜୟ ସାହୁ (୪୦), ସଂଜୟ କୁମାର ସାହୁ (୪୦),ଖମାରୀପଡ଼ାର ସୁବୋଧ ଚୌଧୁରୀ (୪୬) । ସମସ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି ।
ମହାଦେବପଡ଼ାରେ ଆଇପିଏଲ ବେଟିଂ ଚାଲିଥିବା ସୂଚନା ପାଇ ସୋମବାର ରାତିରେ ସୁନ୍ଦରଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ହିମାଂଶୁ ବେହେରା ଓ ଟାଉନଥାନା ଅଧିକାରୀ ଆଦିତ୍ଯ ମହାକୁଡ଼ଙ୍କ ତତ୍ତ୍ବାବଧାନରେ ଏସିଆଇ ଅନିଲ କୁମାର ସାମଲଙ୍କ ନେତୃତ୍ବରେ ପୁଲିସ ବଳ ଚଢ଼ାଉ କରିଥିଲେ । ଏହି ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଅନଲାଇନ ବେଟିଂ ଚାଲିଥିଲା । ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି ।
The post ଆଇପିଏଲ ବେଟିଂ ଆଡ୍ଡାରେ ଚଢ଼ାଉ, ୪ ଗିରଫ, ନଗଦ ୫.୧୭ ଲକ୍ଷ ଟଙ୍କା ଜବତ appeared first on KNews Odisha.