ଆଇପିଏଲ ମୁକାବିଲା ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ଶରଣରେ କେକେଆର ; ବଡଦାଣ୍ଡରେ ଟ୍ରଫି ପୂଜାର୍ଚ୍ଚନା

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଆଇପିଏଲ ଟ୍ରଫି । କୋଲକତା ନାଇଟ ରାଇଡର୍ସ ମେମ୍ବର ମାନେ ଆଇପିଏଲ୍ ଟ୍ରଫି ଆଣି ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ସେବାୟତଙ୍କ ମାଧ୍ୟମରେ ଏହି ପୂଜାର୍ଚ୍ଚନା କରାଯାଇଛି । ଆସନ୍ତା ମାର୍ଚ୍ଚ ମାସରୁ ଆରମ୍ଭ ହେବ ଆଇପିଏଲ ମ୍ୟାଚ୍ । ବିଭିନ୍ନ ପ୍ରସିଦ୍ଧ ମନ୍ଦିରରେ ଏହି ଟ୍ରଫିକୁ ନେଇ ପୂଜା କରାଯାଉଛି । ଗତବର୍ଷ କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍ ଟ୍ରଫି ହାତେଇଥିଲା । ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ ୨୦୨୫ । ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏନେଇ ସୂଚନା ଦେଇଛନ୍ତି । ମିଡିଆକୁ ସୂଚନା ଦେଇ ସେ କହିଥିଲେ କି ଆଇପିଏଲ ମାର୍ଚ୍ଚ ୨୨ରେ ଆରମ୍ଭ ହେବ ଆଉ ଫାଇନାଲ ମେ ୨୫ରେ ଖେଳାଯିବ । ହେଲେ ଏନେଇ ବିଧିବଧ ଭାବେ କୌଣସି ଘୋଷଣା ହୋଇନାହିଁ ।

ଆଇପିଏଲ ମୁକାବିଲା ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ଶରଣରେ କେକେଆର ; ବଡଦାଣ୍ଡରେ ଟ୍ରଫି ପୂଜାର୍ଚ୍ଚନା

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଆଇପିଏଲ ଟ୍ରଫି । କୋଲକତା ନାଇଟ ରାଇଡର୍ସ ମେମ୍ବର ମାନେ ଆଇପିଏଲ୍ ଟ୍ରଫି ଆଣି ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ସେବାୟତଙ୍କ ମାଧ୍ୟମରେ ଏହି ପୂଜାର୍ଚ୍ଚନା କରାଯାଇଛି । ଆସନ୍ତା ମାର୍ଚ୍ଚ ମାସରୁ ଆରମ୍ଭ ହେବ ଆଇପିଏଲ ମ୍ୟାଚ୍ । ବିଭିନ୍ନ ପ୍ରସିଦ୍ଧ ମନ୍ଦିରରେ ଏହି ଟ୍ରଫିକୁ ନେଇ ପୂଜା କରାଯାଉଛି । ଗତବର୍ଷ କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍ ଟ୍ରଫି ହାତେଇଥିଲା ।

ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ ୨୦୨୫ । ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏନେଇ ସୂଚନା ଦେଇଛନ୍ତି । ମିଡିଆକୁ ସୂଚନା ଦେଇ ସେ କହିଥିଲେ କି ଆଇପିଏଲ ମାର୍ଚ୍ଚ ୨୨ରେ ଆରମ୍ଭ ହେବ ଆଉ ଫାଇନାଲ ମେ ୨୫ରେ ଖେଳାଯିବ । ହେଲେ ଏନେଇ ବିଧିବଧ ଭାବେ କୌଣସି ଘୋଷଣା ହୋଇନାହିଁ ।