ଆଇପିଏଲ ୨୦୨୪ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପରେ ରିଷଭ ପନ୍ତ, କହିଲେ-ଡେବ୍ୟୁ କରିବା ଭଳି ଲାଗୁଛି
ନୂଆଦିଲ୍ଲୀ: ବିସିସିଆଇ ମଙ୍ଗଳବାର ରିଷଭ ପନ୍ତଙ୍କୁ ଆଇପିଏଲ ଖେଳିବା ପାଇଁ ଫିଟ୍ ଘୋଷଣା କରିଥିଲା । ଭାରତର ଷ୍ଟାର ୱିକେଟକିପର ବ୍ୟାଟର ରିଷଭ ପନ୍ତ ୧୪ ମାସ ପୂର୍ବେ ଏକ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିଲେ । ଏହାପରଠୁ ସେ ବେଡ୍ ରେଷ୍ଟରେ ଥିଲେ । କିନ୍ତୁ ଏବେ ସେ ସମ୍ପୂର୍ଣ୍ଣ ଫିଟ୍ ଏବଂ ଆଇପିଏଲ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରୁପେ ଟିମକୁ ଫେରୁଛନ୍ତି । ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପରେ ସାମିଲ ହୋଇଛନ୍ତି । ସେ କହିଛନ୍ତି ଯେ ଟିକିଏ ନିର୍ଭସ ଅଛି ଏବଂ ପୁଣି ଥରେ ଡେବ୍ୟୁ କରିବାକୁ ଯାଉଥିବା ପରି ଅନୁଭବ କରୁଛି ।ରିଷଭ ପନ୍ତ ମାର୍ଚ୍ଚ ୧୩ରେ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ୨୦୨୪ ପ୍ରି-ସିଜିନ କ୍ୟାମ୍ପରେ ସାମିଲ ହୋଇଛନ୍ତି । ମାର୍ଚ୍ଚ ୨୩ରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ମୁକାବିଲା ପଞ୍ଜାବ କିଙ୍ଗ୍ସ ସହ ହେବ । ପନ୍ତ କହିଛନ୍ତି, 'ମୁଁ ଉତ୍ସାହିତ ଏବଂ ନିର୍ଭସ ଅଛି । ଏପରି ଲାଗୁଛି ଯେ ମୁଁ ପୁଣି ଥରେ ଡେବ୍ୟୁ କରିବାକୁ ଯାଉଛି ।'View this post on InstagramA post shared by Delhi Capitals (@delhicapitals)ଦିଲ୍ଲୀ କ୍ୟାପିଟାଲ୍ସର ଏକ ପୋଷ୍ଟରେ ପନ୍ତ ଲେଖିଛନ୍ତି, 'ମୁଁ ଯେଉଁ ସମୟ ଦେଇ ଗତି କରିଛି ତାକୁ ଦେଖିଲେ ପୁଣି ଥରେ କ୍ରିକେଟ୍ ଖେଳିବାରେ ସକ୍ଷମ ହେବା କୌଣସି ଚମତ୍କାରକୁ କମ ନୁହେଁ । ମୁଁ ମୋର ଶୁଭେଚ୍ଛୁ ଏବଂ ପ୍ରଶଂସକ ତଥା ବିଶେଷକରି ବିସିସିଆଇ ଏବଂ ରାଷ୍ଟ୍ରୀୟ କ୍ରିକେଟ
ନୂଆଦିଲ୍ଲୀ: ବିସିସିଆଇ ମଙ୍ଗଳବାର ରିଷଭ ପନ୍ତଙ୍କୁ ଆଇପିଏଲ ଖେଳିବା ପାଇଁ ଫିଟ୍ ଘୋଷଣା କରିଥିଲା । ଭାରତର ଷ୍ଟାର ୱିକେଟକିପର ବ୍ୟାଟର ରିଷଭ ପନ୍ତ ୧୪ ମାସ ପୂର୍ବେ ଏକ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିଲେ । ଏହାପରଠୁ ସେ ବେଡ୍ ରେଷ୍ଟରେ ଥିଲେ । କିନ୍ତୁ ଏବେ ସେ ସମ୍ପୂର୍ଣ୍ଣ ଫିଟ୍ ଏବଂ ଆଇପିଏଲ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରୁପେ ଟିମକୁ ଫେରୁଛନ୍ତି । ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପରେ ସାମିଲ ହୋଇଛନ୍ତି । ସେ କହିଛନ୍ତି ଯେ ଟିକିଏ ନିର୍ଭସ ଅଛି ଏବଂ ପୁଣି ଥରେ ଡେବ୍ୟୁ କରିବାକୁ ଯାଉଥିବା ପରି ଅନୁଭବ କରୁଛି ।
ରିଷଭ ପନ୍ତ ମାର୍ଚ୍ଚ ୧୩ରେ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ୨୦୨୪ ପ୍ରି-ସିଜିନ କ୍ୟାମ୍ପରେ ସାମିଲ ହୋଇଛନ୍ତି । ମାର୍ଚ୍ଚ ୨୩ରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ମୁକାବିଲା ପଞ୍ଜାବ କିଙ୍ଗ୍ସ ସହ ହେବ । ପନ୍ତ କହିଛନ୍ତି, 'ମୁଁ ଉତ୍ସାହିତ ଏବଂ ନିର୍ଭସ ଅଛି । ଏପରି ଲାଗୁଛି ଯେ ମୁଁ ପୁଣି ଥରେ ଡେବ୍ୟୁ କରିବାକୁ ଯାଉଛି ।'
ଦିଲ୍ଲୀ କ୍ୟାପିଟାଲ୍ସର ଏକ ପୋଷ୍ଟରେ ପନ୍ତ ଲେଖିଛନ୍ତି, 'ମୁଁ ଯେଉଁ ସମୟ ଦେଇ ଗତି କରିଛି ତାକୁ ଦେଖିଲେ ପୁଣି ଥରେ କ୍ରିକେଟ୍ ଖେଳିବାରେ ସକ୍ଷମ ହେବା କୌଣସି ଚମତ୍କାରକୁ କମ ନୁହେଁ । ମୁଁ ମୋର ଶୁଭେଚ୍ଛୁ ଏବଂ ପ୍ରଶଂସକ ତଥା ବିଶେଷକରି ବିସିସିଆଇ ଏବଂ ରାଷ୍ଟ୍ରୀୟ କ୍ରିକେଟ୍ ଏକାଡେମୀର କର୍ମଚାରୀଙ୍କୁ କୃତଜ୍ଞତା ଜଣାଉଛି । ତାଙ୍କ ଭଲପାଇବା ଏବଂ ସମର୍ଥନ ମୋତେ ଆତ୍ମବିଶ୍ୱାସୀ କରାଉଛି ।'