ଆଇପିଏଲ ୨୦୨୫: ଆଜି ପଞ୍ଜାବ-ବେଙ୍ଗାଲୁରୁ ପ୍ରଥମ କ୍ୱାଲିଫାୟର

ନୂଆଦିଲ୍ଲୀ: ଆଜି ଗୁରୁବାର ଦିନ ଚଣ୍ଡିଗଡ଼ର ମୁଲାନପୁରର ମହାରାଜା ଯାଦବେନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ ୨୦୨୫ କ୍ୱାଲିଫାୟର-୧ ଖେଳାଯିବ। ପ୍ଲେଅଫ୍‌ର ମ୍ୟାଚ୍ ସମୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏପରି ପରିସ୍ଥିତିରେ ପଞ୍ଜାବ ବନାମ ବାଙ୍ଗାଲୋର ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭.୩୦ ରେ ଆରମ୍ଭ ହେବ। ଉଭୟ ଅଧିନାୟକ – ଶ୍ରେୟସ ଆୟର ଏବଂ ଜିତେଶ ଶର୍ମା ଟସ୍ ପାଇଁ ଅଧ ଘଣ୍ଟା […] The post ଆଇପିଏଲ ୨୦୨୫: ଆଜି ପଞ୍ଜାବ-ବେଙ୍ଗାଲୁରୁ ପ୍ରଥମ କ୍ୱାଲିଫାୟର appeared first on Odisha.News.

ଆଇପିଏଲ ୨୦୨୫: ଆଜି ପଞ୍ଜାବ-ବେଙ୍ଗାଲୁରୁ ପ୍ରଥମ କ୍ୱାଲିଫାୟର

ନୂଆଦିଲ୍ଲୀ: ଆଜି ଗୁରୁବାର ଦିନ ଚଣ୍ଡିଗଡ଼ର ମୁଲାନପୁରର ମହାରାଜା ଯାଦବେନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ ୨୦୨୫ କ୍ୱାଲିଫାୟର-୧ ଖେଳାଯିବ। ପ୍ଲେଅଫ୍‌ର ମ୍ୟାଚ୍ ସମୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

ଏପରି ପରିସ୍ଥିତିରେ ପଞ୍ଜାବ ବନାମ ବାଙ୍ଗାଲୋର ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭.୩୦ ରେ ଆରମ୍ଭ ହେବ। ଉଭୟ ଅଧିନାୟକ – ଶ୍ରେୟସ ଆୟର ଏବଂ ଜିତେଶ ଶର୍ମା ଟସ୍ ପାଇଁ ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍ ସନ୍ଧ୍ୟା ୭ ଟାରେ ପଡ଼ିଆକୁ ଓହ୍ଲାଇବେ। ପିବିକେଏସ୍ ଏବଂ ଆରସିବି ଉଭୟ ଦଳ ଏହି ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିବେ। ପଞ୍ଜାବ ୨୦୧୪ରେ ଶେଷ ଫାଇନାଲ୍ ଖେଳିଥିଲା ଏବଂ ୨୦୧୬ରେ ଆରସିବି ଖେଳିଥିଲା। ଉଭୟ ଦଳ ଏପର୍ଯ୍ୟନ୍ତ ଆଇପିଏଲ ଇତିହାସରେ ଗୋଟିଏ ବି ଟାଇଟଲ୍ ଜିତି ନାହାଁନ୍ତି।

ପଞ୍ଜାବ କିଙ୍ଗସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ ୨୦୨୫ କ୍ୱାଲିଫାୟର-୧ ଆଜି ଅର୍ଥାତ୍ ୨୯ ମଇ ଗୁରୁବାର ଖେଳାଯିବ। ଏହା ଚଣ୍ଡିଗଡ଼ର ମୁଲାନପୁରର ମହାରାଜା ଯାଦବେନ୍ଦ୍ର ସିଂହ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।

The post ଆଇପିଏଲ ୨୦୨୫: ଆଜି ପଞ୍ଜାବ-ବେଙ୍ଗାଲୁରୁ ପ୍ରଥମ କ୍ୱାଲିଫାୟର appeared first on Odisha.News.