ଆଇପିଏଲ ୨୦୨୫; ମୁମ୍ବାଇ-ଗୁଜରାଟ ଟକ୍କର, ଏମ୍ଆଇ ସାମ୍ନାରେ ୧୯୭ ରନ୍ର ଟାର୍ଗେଟ୍
ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ ଜାରି ରହିଛି । ଶନିବାର ୧୮ତମ ସଂସ୍କରଣର ନବମ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟନ୍ସ । ଏହି ମ୍ୟାଚ୍ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ଖେଳାଯାଉଛି । ପ୍ରଥମେ ଟସ୍ ଜିତି ଘରୋଇ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଏପଟେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ଶୁବମନ ଗିଲଙ୍କ ଗୁଜରାଟ ଦଳ ୮ ଓ୍ବିକେଟ୍ ହରାଇ ୧୯୬ ରନ ସଂଗ୍ରହ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ୧୯୭ ରନର ଟାର୍ଗେଟ୍ ରହିଛି । ଚଳିତ ଆଇପିଏଲ ସିଜିନରେ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ଠାରୁ ଦଳ ପରାଜିତ ହୋଇଥିଲା । ତେଣୁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ଆଜିର ମ୍ୟାଚ୍ ଜିତି ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଚେଷ୍ଟ କରିବ ଦଳ । ପ୍ରଥମ ଇନିଂସରେ ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୧୯୬ ରନ୍ ସଂଗ୍ରହ କରିଛି । ଓପନର ସାଇ ସୁଦର୍ଶନ ସର୍ବାଧିକ ୬୧ରନ ସଂଗ୍ରହ କରିଛନ୍ତି । ସେ ୪୧ଟି ବଲରୁ ୪ଟି ଚୌକା ଓ ଦୁଇଟି ଛକା ମାରିଛନ୍ତି । ସେହିପରି ଅଧିନାୟକ ଶୁବମନ ଗିଲ୍ ୩୮ ରନ, ଯୋଶ୍ ବଟଲର ୩୯ ରନ, ରଦରଫର୍ଡ ୧୮ ରନ ସଂଗ୍ରହ କରିଛନ୍ତି । ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଅଧିନାୟକ ଦୁଇଟି ଓ୍ବିକେଟ୍ ନେଇଛନ୍ତି । ଟେଣ୍ଟ ବୋଲ୍ଟ,
ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ ଜାରି ରହିଛି । ଶନିବାର ୧୮ତମ ସଂସ୍କରଣର ନବମ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟନ୍ସ । ଏହି ମ୍ୟାଚ୍ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ଖେଳାଯାଉଛି । ପ୍ରଥମେ ଟସ୍ ଜିତି ଘରୋଇ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଏପଟେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ଶୁବମନ ଗିଲଙ୍କ ଗୁଜରାଟ ଦଳ ୮ ଓ୍ବିକେଟ୍ ହରାଇ ୧୯୬ ରନ ସଂଗ୍ରହ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ୧୯୭ ରନର ଟାର୍ଗେଟ୍ ରହିଛି ।
ଚଳିତ ଆଇପିଏଲ ସିଜିନରେ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ଠାରୁ ଦଳ ପରାଜିତ ହୋଇଥିଲା । ତେଣୁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ଆଜିର ମ୍ୟାଚ୍ ଜିତି ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଚେଷ୍ଟ କରିବ ଦଳ । ପ୍ରଥମ ଇନିଂସରେ ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୧୯୬ ରନ୍ ସଂଗ୍ରହ କରିଛି । ଓପନର ସାଇ ସୁଦର୍ଶନ ସର୍ବାଧିକ ୬୧ରନ ସଂଗ୍ରହ କରିଛନ୍ତି । ସେ ୪୧ଟି ବଲରୁ ୪ଟି ଚୌକା ଓ ଦୁଇଟି ଛକା ମାରିଛନ୍ତି । ସେହିପରି ଅଧିନାୟକ ଶୁବମନ ଗିଲ୍ ୩୮ ରନ, ଯୋଶ୍ ବଟଲର ୩୯ ରନ, ରଦରଫର୍ଡ ୧୮ ରନ ସଂଗ୍ରହ କରିଛନ୍ତି । ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଅଧିନାୟକ ଦୁଇଟି ଓ୍ବିକେଟ୍ ନେଇଛନ୍ତି । ଟେଣ୍ଟ ବୋଲ୍ଟ, ଦୀପକ ଚହର, ମୁଜିବ ଏବଂ ସତ୍ୟାନାରାୟଣ ରାଜୁଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ୍ ମିଳିଛି ।