ଆଇପିଏଲ ୨୦୨୫ରେ ଲାଗୁ ହେବ ଆଇସିସିର ଏହି ନିୟମ, କାର୍ଯ୍ୟସୂଚୀକୁ ନେଇ ଆସିଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ,୧୧।୨: ୨୩ ମାର୍ଚ୍ଚରୁ ଆଇପିଏଲର ୧୮ତମ ସିଜିନ ଆରମ୍ଭ ହେଉଛି। ତଥାପି, ସମ୍ପୂର୍ଣ୍ଣ ସିଜିନର କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ପ୍ରକାଶିତ ପାଇନାହିିଁ। କ୍ରିକେଟ ପ୍ରେମୀମାନେ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିସିସିଆଇ ଆସନ୍ତା ସପ୍ତାହରେ ଲିଗ୍ର ସମ୍ପୂର୍ଣ୍ଣ ସୂଚୀ ପ୍ରକାଶ କରିପାରେ। ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ ଆଇପିଏଲର କାର୍ଯ୍ୟସୂଚୀ ପ୍ରକାଶ ପାଇବ। ବିଶ୍ୱାସ କରାଯାଉଛି ଯେ ଆଇପିଏଲ ୨୧ ମାର୍ଚ୍ଚରେ ଆରମ୍ଭ ହେବ ଏବଂ ଫାଇନାଲ […] The post ଆଇପିଏଲ ୨୦୨୫ରେ ଲାଗୁ ହେବ ଆଇସିସିର ଏହି ନିୟମ, କାର୍ଯ୍ୟସୂଚୀକୁ ନେଇ ଆସିଲା ବଡ଼ ଅପଡେଟ୍ appeared first on Dharitri Odia News.
ନୂଆଦିଲ୍ଲୀ,୧୧।୨: ୨୩ ମାର୍ଚ୍ଚରୁ ଆଇପିଏଲର ୧୮ତମ ସିଜିନ ଆରମ୍ଭ ହେଉଛି। ତଥାପି, ସମ୍ପୂର୍ଣ୍ଣ ସିଜିନର କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ପ୍ରକାଶିତ ପାଇନାହିିଁ। କ୍ରିକେଟ ପ୍ରେମୀମାନେ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିସିସିଆଇ ଆସନ୍ତା ସପ୍ତାହରେ ଲିଗ୍ର ସମ୍ପୂର୍ଣ୍ଣ ସୂଚୀ ପ୍ରକାଶ କରିପାରେ। ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ ଆଇପିଏଲର କାର୍ଯ୍ୟସୂଚୀ ପ୍ରକାଶ ପାଇବ। ବିଶ୍ୱାସ କରାଯାଉଛି ଯେ ଆଇପିଏଲ ୨୧ ମାର୍ଚ୍ଚରେ ଆରମ୍ଭ ହେବ ଏବଂ ଫାଇନାଲ ମ୍ୟାଚ ୨୫ ମେ’ରେ ଖେଳାଯିବ। ସେହି ସମୟରେ, ଏହି ଆଇପିଏଲ ସିଜିନରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଇପାରେ। ପ୍ରକୃତରେ, ଏହି ସିଜନରୁ ଆଇସିସିର ଆଚରଣ ସଂହିତା ନିୟମ ଲାଗୁ କରାଯାଇପାରେ।
ଏହି ନିୟମ ଲାଗୁ ହେବା ପରେ, ଆଇପିଏଲ ଦଳଗୁଡ଼ିକୁ ଆଇସିସିର ଆଚରଣ ସଂହିତାର ନିୟମ ପାଳନ କରିବାକୁ ପଡିବ। ଏହା ପୂର୍ବରୁ ଆଇପିଏଲର ନିଜସ୍ବ ନିୟମ ଥିଲା। ତଥାପ ଏବେ ଏହି ଟୁର୍ନାମେଣ୍ଟରେ ଆଇସିସି ନିୟମ ପାଳନ କରାଯିବ। ଏହା ବ୍ୟତୀତ ଏହି ସିଜିନରେ ଇମ୍ପାକ୍ଟ ପ୍ଲେୟାର ନିୟମ ଜାରି ରହିବ। ପ୍ରକୃତରେ ଗତ ସିଜିନରେ ଇମ୍ପାକ୍ଟ ପ୍ଲେୟାର ନିୟମ ଉପରେ ବହୁତ ହଙ୍ଗାମା ହୋଇଥିଲା। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ବଡ଼ ଖେଳାଳିମାନେ ଇମ୍ପାକ୍ଟ ପ୍ଲେୟାର ନିୟମ ବିରୋଧରେ ସେମାନଙ୍କର ପ୍ରତିକ୍ରିୟା ଦେଇଥିଲେ। ତଥାପି ଆଇପିଏଲର ୧୮ତମ ସିଜିନରେ ଇମ୍ପାକ୍ଟ ପ୍ଲେୟାର ନିୟମ ବଜାୟ ରଖାଯାଇଛି।
The post ଆଇପିଏଲ ୨୦୨୫ରେ ଲାଗୁ ହେବ ଆଇସିସିର ଏହି ନିୟମ, କାର୍ଯ୍ୟସୂଚୀକୁ ନେଇ ଆସିଲା ବଡ଼ ଅପଡେଟ୍ appeared first on Dharitri Odia News.