ଆଇପିଏଲରେ ସୋମବାର ସଂଘର୍ଷପୂର୍ଣ୍ଣ ମ୍ୟାଚ୍, ସଂଧ୍ୟାରେ ମୁହାଁମୁହିଁ ହେବେ ରାଜସ୍ଥାନ-ମୁମ୍ବାଇ

ଜୟପୁର,୨୨/୦୪: ସୋମବାର ଆଇପିଏଲରେ ଖେଳାଯିବ ୩୮ତମ ମୁକାବିଲା । ସବାଇ ମାନସିଂହ ଷ୍ଟାଡିୟମ ଜୟପୁରରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଆଜିର ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଉଛି । ୫ଥର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍ ଦେଇ ପାଏଣ୍ଟ ଟେବୁଲ ଶୀର୍ଷରେ ଥିବା ରାଜସ୍ଥାନ ଆଧିପତ୍ୟ ବିସ୍ତାର ଲକ୍ଷ୍ୟରେ ରହିଛି ।  ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ବ୍ୟାକୁଳ ହୋଇରହିଛି । ଫଳରେ ଏହି  ମ୍ୟାଚ୍‌ କଡ଼ା ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି । ଉଭୟ ଦଳ ଗତ ୧ ତାରିଖ ୱାଙ୍ଖଡ଼େ ଷ୍ଟାଡିୟମରେ ସାମ୍ନାସାମ୍ନି ହୋଇଥିଲେ ଏବଂ ରୟାଲ୍ସ ୬ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ତେବେ ଆଜିର ମ୍ୟାଚରେ ସଞ୍ଜୁ ବାହିନୀଙ୍କୁ ଘରୋଇ ଗ୍ରାଉଣ୍ଡ୍‌ରେ ମୁମ୍ବାଇକୁ ପରାସ୍ତ କରିବାକୁ ପ୍ରସ୍ତୁତ ହୋଇ ରହିଛି । ଉଭୟ ଦଳ ପୂର୍ବରୁ ୨୯ଥର ପରସ୍ପରକୁ ଭେଟିଛନ୍ତି । ମୁମ୍ବାଇ  ୧୫ଟି ଏବଂ ରୟାଲ୍ସ ୧୩ଟିରେ ବିଜୟ ହାସଲ କରିଛି । ଚଳିତ ଆଇପିଏଲରେ ରୟାଲ୍ସ ଦଳ ୭ଟି ମ୍ୟାଚ୍‌ରୁ ୬ବିଜୟ ସହ ମୋଟ ୧୨ପଏଣ୍ଟ ପାଇଛି । ଶେଷ ୨ଟି ମ୍ୟାଚ୍‌ରେ ଦଳ କୋଲକାତା ନାଇଟ୍‌ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍‌ସକୁ ହରାଇ ଦୃଢ଼  ମନୋବଳରେ ରହିଛି । ଷ୍ଟାର୍‌ ଖେଳାଳି ଜୋସ୍ ବଟଲର  ୨୫୦ରନ୍‌, ସଞ୍ଜୁ ୨୭୬ରନ୍‌ ଏବଂ ରିୟାନ  ପରାଗ ୩୧୮ରନ୍‌  ମୋଟ ୮୪୪ ରନ୍‌ ସଂଗ୍ରହ କରି  ସାରିଛନ୍ତି । ବଟଲର ୨ଟି ଶତକ ଅର

ଆଇପିଏଲରେ ସୋମବାର ସଂଘର୍ଷପୂର୍ଣ୍ଣ ମ୍ୟାଚ୍, ସଂଧ୍ୟାରେ ମୁହାଁମୁହିଁ ହେବେ ରାଜସ୍ଥାନ-ମୁମ୍ବାଇ

ଜୟପୁର,୨୨/୦୪: ସୋମବାର ଆଇପିଏଲରେ ଖେଳାଯିବ ୩୮ତମ ମୁକାବିଲା । ସବାଇ ମାନସିଂହ ଷ୍ଟାଡିୟମ ଜୟପୁରରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଆଜିର ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଉଛି । ୫ଥର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍ ଦେଇ ପାଏଣ୍ଟ ଟେବୁଲ ଶୀର୍ଷରେ ଥିବା ରାଜସ୍ଥାନ ଆଧିପତ୍ୟ ବିସ୍ତାର ଲକ୍ଷ୍ୟରେ ରହିଛି ।  ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ବ୍ୟାକୁଳ ହୋଇରହିଛି । ଫଳରେ ଏହି  ମ୍ୟାଚ୍‌ କଡ଼ା ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି । 

ଉଭୟ ଦଳ ଗତ ୧ ତାରିଖ ୱାଙ୍ଖଡ଼େ ଷ୍ଟାଡିୟମରେ ସାମ୍ନାସାମ୍ନି ହୋଇଥିଲେ ଏବଂ ରୟାଲ୍ସ ୬ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ତେବେ ଆଜିର ମ୍ୟାଚରେ ସଞ୍ଜୁ ବାହିନୀଙ୍କୁ ଘରୋଇ ଗ୍ରାଉଣ୍ଡ୍‌ରେ ମୁମ୍ବାଇକୁ ପରାସ୍ତ କରିବାକୁ ପ୍ରସ୍ତୁତ ହୋଇ ରହିଛି । ଉଭୟ ଦଳ ପୂର୍ବରୁ ୨୯ଥର ପରସ୍ପରକୁ ଭେଟିଛନ୍ତି । ମୁମ୍ବାଇ  ୧୫ଟି ଏବଂ ରୟାଲ୍ସ ୧୩ଟିରେ ବିଜୟ ହାସଲ କରିଛି । 

ଚଳିତ ଆଇପିଏଲରେ ରୟାଲ୍ସ ଦଳ ୭ଟି ମ୍ୟାଚ୍‌ରୁ ୬ବିଜୟ ସହ ମୋଟ ୧୨ପଏଣ୍ଟ ପାଇଛି । ଶେଷ ୨ଟି ମ୍ୟାଚ୍‌ରେ ଦଳ କୋଲକାତା ନାଇଟ୍‌ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍‌ସକୁ ହରାଇ ଦୃଢ଼  ମନୋବଳରେ ରହିଛି । ଷ୍ଟାର୍‌ ଖେଳାଳି ଜୋସ୍ ବଟଲର  ୨୫୦ରନ୍‌, ସଞ୍ଜୁ ୨୭୬ରନ୍‌ ଏବଂ ରିୟାନ  ପରାଗ ୩୧୮ରନ୍‌  ମୋଟ ୮୪୪ ରନ୍‌ ସଂଗ୍ରହ କରି  ସାରିଛନ୍ତି । ବଟଲର ୨ଟି ଶତକ ଅର୍ଜନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସୋମବାର ମ୍ୟାଚରେ ଯଶପ୍ରୀତ ବୁମରାଙ୍କ ସାମ୍ନାରେ ଏହି ୩ ବ୍ୟାଟରଙ୍କ ଅସଲ ଲଢ଼େଇ ହେବ । ସ୍ପିନର ୟୁଝବେନ୍ଦ୍ର ଚହଲ ଦ୍ୱିତୀୟ ସର୍ବାଧିକ ୧୨ ୱିକେଟ୍‌ ନେଇଛନ୍ତି । ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ । 

ମୁମ୍ବାଇ ଇଣ୍ଡିଆନ୍ସ ୭ଟି ମ୍ୟାଚ୍‌ରୁ ୩ବିଜୟ, ୪ପରାଜୟ  ସହ ୬ପଏଣ୍ଟ ପାଇଛି । ଶେଷ ମ୍ୟାଚ୍‌ରେ ଦଳ ପଞ୍ଜାବକୁ  ହରାଇ ବିଜୟକୁ ଫେରିଥିଲା । ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଏବଂ ଈଶାନ କିଷନ ଫର୍ମରେ ଅଛନ୍ତି । ମଧ୍ୟକ୍ରମ ବ୍ୟାଟର ସଫଳ ହେଲେ ଦଳ ବଡ଼ ସ୍କୋର କରିପାରିବ ।  ବୋଲିଂ ବିଭାଗ ବୁମରାଙ୍କ ଉପରେ ନିର୍ଭରଶୀଳ । ସେ ସର୍ବାଧିକ ୧୩ଟି ୱିକେଟ୍‌ ନେଇ ଟେବୁଲ୍ ଟପ୍ ରେ ରହିଛନ୍ତି ।