ଆଇପିଏଲ୍‌ ଇତିହାସରେ ସବୁଠୁ ମହଙ୍ଗା ଅଧିନାୟକ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୪।୨: ସନରାଇଜର୍ସ ହାଇଦ୍ରାବାଦ୍‌ ଆଇପିଏଲ ୨୦୨୪ରେ ଅଧିନାୟକ ଭାବରେ ୨୦ କୋଟି ଟଙ୍କା ମୂଲ୍ୟର ଖେଳାଳି ପାଟ କମିନ୍ସଙ୍କୁ ନିଯୁକ୍ତ କରିଛି। ଅଷ୍ଟ୍ରେଲୀୟ ଦଳର ବର୍ତ୍ତମାନର ଅଧିନାୟକ ପ୍ୟାଟ କମିନ୍ସଙ୍କୁ ଆଇପିଏଲ ୨୦୨୪ ନିଲାମରେ ସନରାଇଜର୍ସ ହାଇଦ୍ରାବାଦ ଦ୍ୱାରା ୨୦ କୋଟି ଟଙ୍କାରେ କିଣାଯାଇଥିଲା। କମିନ୍ସଙ୍କୁ ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ୍‌ର ଅଧିନାୟକତ୍ୱ ଦିଆଯାଇଛି, ଏହି କାରଣରୁ ସେ ଆନୁଷ୍ଠାନିକ ଭାବରେ ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଅଧିନାୟକ ହୋଇପାରିଛନ୍ତି। ପ୍ୟାଟ କମିନ୍ସ କିଛି ମାସ ପୂର୍ବରୁ […] The post ଆଇପିଏଲ୍‌ ଇତିହାସରେ ସବୁଠୁ ମହଙ୍ଗା ଅଧିନାୟକ ହେଲେ ଏହି କ୍ରିକେଟର୍‌ appeared first on Dharitri Odia News.

ଆଇପିଏଲ୍‌ ଇତିହାସରେ ସବୁଠୁ ମହଙ୍ଗା ଅଧିନାୟକ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୪।୨: ସନରାଇଜର୍ସ ହାଇଦ୍ରାବାଦ୍‌ ଆଇପିଏଲ ୨୦୨୪ରେ ଅଧିନାୟକ ଭାବରେ ୨୦ କୋଟି ଟଙ୍କା ମୂଲ୍ୟର ଖେଳାଳି ପାଟ କମିନ୍ସଙ୍କୁ ନିଯୁକ୍ତ କରିଛି।
ଅଷ୍ଟ୍ରେଲୀୟ ଦଳର ବର୍ତ୍ତମାନର ଅଧିନାୟକ ପ୍ୟାଟ କମିନ୍ସଙ୍କୁ ଆଇପିଏଲ ୨୦୨୪ ନିଲାମରେ ସନରାଇଜର୍ସ ହାଇଦ୍ରାବାଦ ଦ୍ୱାରା ୨୦ କୋଟି ଟଙ୍କାରେ କିଣାଯାଇଥିଲା। କମିନ୍ସଙ୍କୁ ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ୍‌ର ଅଧିନାୟକତ୍ୱ ଦିଆଯାଇଛି, ଏହି କାରଣରୁ ସେ ଆନୁଷ୍ଠାନିକ ଭାବରେ ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଅଧିନାୟକ ହୋଇପାରିଛନ୍ତି।
ପ୍ୟାଟ କମିନ୍ସ କିଛି ମାସ ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଏବଂ ଦିନିକିଆ କ୍ରିକେଟ ବିଶ୍ୱକପ ଜିତିଥିଲେ। ତେଣୁ ତାଙ୍କଠାରୁ ଆଶା କରାଯାଏ ଯେ, ସେ ଆଇପିଏଲ ୨୦୨୪ରେ ପୁଣି ଥରେ ଟ୍ରଫି ଜିତି ସନରାଇଜର୍ସ ହାଇଦ୍ରାବାଦକୁ ଦେବେ।
ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ୨୦୨୨ ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ୧୬ କୋଟି ଟଙ୍କାରେ କିଣିଛି। ଏହାପୂର୍ବରୁ ସେ ପାଇଥିବା ପରିମାଣ ୧୫ କୋଟି ଟଙ୍କା ଥିଲା। ତାଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟାଲ ଗତ ଦୁଇଟି ଆଇପିଏଲ ସିଜନରେ ପ୍ଲେ ଅଫରେ ପହଞ୍ଚିପାରିନାହିଁ।
ଗତ ୨ ସିଜିନ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟାନ୍ସର ଅଧିନାୟକ ଥିଲେ, କିନ୍ତୁ ଆଇପିଏଲ ୨୦୨୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୧୫ କୋଟି ଟଙ୍କା ଦେଇ ଗୁଜରାଟ ଟାଇଟାନ୍ସଠାରୁ ଟ୍ରେଡ୍‌ କରିଛି।

The post ଆଇପିଏଲ୍‌ ଇତିହାସରେ ସବୁଠୁ ମହଙ୍ଗା ଅଧିନାୟକ ହେଲେ ଏହି କ୍ରିକେଟର୍‌ appeared first on Dharitri Odia News.