ଆଇପିଏଲ୍‌ କ୍ୱାଲିଫାୟର-୨ ମୁକାବିଲା: ଟସ୍‌ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ହାଇଦ୍ରାବାଦ

ଚେନ୍ନାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର କ୍ୱାଲିଫାୟର-୨ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ । ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ବିତୀୟ କ୍ବାଲିଫାୟରରେ ଟସ୍‌ ଜିଣି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ବ୍ୟାଟିଂ କରିବ। ???? Toss Update ???? Rajasthan Royals elect to bowl against Sunrisers Hyderabad. Follow the Match ▶️ https://t.co/Oulcd2G2zx#TATAIPL | #SRHvRR […]

ଆଇପିଏଲ୍‌ କ୍ୱାଲିଫାୟର-୨ ମୁକାବିଲା: ଟସ୍‌ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ହାଇଦ୍ରାବାଦ
IPL 2024 Qualifier-2 SRH vs RR

ଚେନ୍ନାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର କ୍ୱାଲିଫାୟର-୨ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ । ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ବିତୀୟ କ୍ବାଲିଫାୟରରେ ଟସ୍‌ ଜିଣି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ବ୍ୟାଟିଂ କରିବ।


ଆଜିର ମ୍ୟାଚରେ ବିଜେତା ଦଳ ରବିବାରର ବହୁ ପ୍ରତୀକ୍ଷିତ ମେଗା ଫାଇନାଲ୍‌ରେ କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ। କୋଲକାତା ପୂର୍ବରୁ ପ୍ରଥମ କ୍ବାଲିଫାୟର୍‌ରେ ହାଇଦ୍ରାବାଦକୁ ହରାଇ ଫାଇନାଲ୍‌ ଲଢ଼େଇ ପାଇଁ ଅପେକ୍ଷା କରି ରହିଛି। ରାଜସ୍ଥାନ ଓ ହାଇଦ୍ରାବାଦ ମଧ୍ୟରୁ ଯିଏ ଜିତିବ, ସିଏ ଟାଇଟଲ ପାଇଁ ରବିବାର ଫାଇନାଲ ମୁକାବିଲାରେ କୋଲକାତାକୁ ଭେଟିବ।

କ୍ୱାଲିଫାୟର ୧ରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ (କେକେଆର) ୮ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌)କୁ ପରାସ୍ତ କରି ସିଧାସଳଖ ଫାଇନାଲକୁ ଉଠିଥିଲା। ଅନ୍ୟପଟେ  ଏଲିମିନେଟରରେ ରାଜସ୍ଥାନ ରୟାଲ୍ସ ୪ ୱିକେଟ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ପରାସ୍ତ କରି କ୍ୱାଲିଫାୟର ୨ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ବିଜୟୀ ହୋଇ ହାଇଦ୍ରାବାଦ ଓ ରାଜସ୍ଥାନ ଫାଇନାଲ ଟିକଟ ହାସଲ ଲକ୍ଷ୍ୟରେ ରହିଛନ୍ତି। ପୂର୍ବରୁ ଦୁଇ ଦଳ ପରସ୍ପରକୁ ୧୯ଥର ଭେଟିଥିବା ବେଳେ ହାଇଦ୍ରାବାଦ ୧୦ ଓ ରାଜସ୍ଥାନ ୯ଟି ମ୍ୟାଚ୍‌ରେ ବିଜୟୀ ହୋଇଛି।

ଟ୍ରାଭିଷେକଙ୍କ ଉପରେ ସମସ୍ତଙ୍କ ନଜର 

ଅନ୍ୟପଟେ ଏହି ମ୍ୟାଚରେ ହାଇଦ୍ରାବାଦର ପାୱାର ହିଟିଂ ଯୋଡି ଟ୍ରାଭିସ ହେଡ ଓ ଅଭିଷେକ ଶର୍ମା ଏବଂ ରାଜସ୍ଥାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। ଟ୍ରାଭିସ୍‌ ଓ ଅଭିଷେକଙ୍କୁ ପ୍ରଶଂସକମାନେ ମିଳିତ ଭାବେ ‘ଟ୍ରାଭିଷେକ’ ବୋଲି ସମ୍ବୋଧନ କରୁଛନ୍ତି। ହେଡ୍‌ ଏପର୍ଯ୍ୟନ୍ତ ୧୯୯.୬୨ ଷ୍ଟ୍ରାଇକ୍‌ରେଟ୍‌ରେ ୫୩୩ ଓ ଅଭିଷେକ ୨୦୭.୦୪ ଷ୍ଟ୍ରାଇକ୍‌ରେଟ୍‌ରେ ୪୭୦ ରନ ସଂଗ୍ରହ କରି ଜବରଦସ୍ତ ଫର୍ମରେ ରହିଛନ୍ତି। ଏହି ଦୁଇ ବ୍ୟାଟର ମିଳିତ ଭାବେ ୭୨ଟି ଛକା ଓ ୯୬ଟି ଚୌକା ମାରି ଦଳ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି କରିଆସିଛନ୍ତି।


ଚେନ୍ନାଇ ଏହି ଗ୍ରାଉଣ୍ଡ କିନ୍ତୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ ଆଚରଣ ପ୍ରଦର୍ଶନ କରିବ। ଉପ୍ପଲ, କୋଟଲା କିମ୍ବା ୱାଙ୍ଖଡେ ତୁଳନାରେ ଚେପ୍ପକରେ ମ୍ୟାଚ୍‌ ସେତେଟା ହାଇ ସ୍କୋରିଂ ହେବ ନାହିଁ। ତେଣୁ ଏଠାରେ ବଡ୍‌ ସଟ୍‌ ଖେଳିବା ସହ ବ୍ୟାଟିଂ କରିବା ଟିକିଏ ଚ୍ୟାଲେଞ୍ଜିଂ ହେବ। ଅଶ୍ୱିନଙ୍କର ଏହା ଘରୋଇ ଗ୍ରାଉଣ୍ଡ ହୋଇଥିବାରୁ ସେ ପ୍ରଭାବୀ ସାବ୍ୟସ୍ତ ହେବେ ବୋଲି କୁହାଯାଇପାରେ। ସେହିପରି ଚହଲଙ୍କ ଚତୁର ଲେଗ୍‌ ସ୍ପିନ୍‌ ହାଇଦ୍ରାବାଦ ବ୍ୟାଟର ତଥା ପାୱାର ହିଟରଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ।


ସେପଟେ ୟର୍କର ସ୍ପେଶାଲିଷ୍ଟ ଟି.ନଟରାଜନ ହାଇଦ୍ରାବାଦ ଅତ୍ୟଧିକ ଭାବେ ନିର୍ଭରଶୀଳ ହୋଇପଡିଛି। ଘରୋଇ ଗ୍ରାଉଣ୍ଡରେ ଦଳର ସର୍ବାଧିକ ୱିକେଟ ହାସଲ କରିଥିବା ନଟରାଜନ କିଛି ଚମତ୍କାର କରିଦେଖାଇବେ ବୋଲି ଆଶା କରାଯାଉଛି। ଦୁଇ ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଓ ପ୍ୟାଟ କୁମିନ୍ସ କିନ୍ତୁ ପ୍ରତିପକ୍ଷ ବ୍ୟାଟରଙ୍କ ସମସ୍ୟାରେ ପକାଇବେ।