ଆଇପିଏଲ୍‌ ପୂର୍ବରୁ ବଢିଲା ଧୋନୀଙ୍କ ଅଡୁଆ, ଏମ୍‌ ଏସ୍‌ଙ୍କୁ ଝାଡଖଣ୍ଡ ହାଇକୋର୍ଟଙ୍କ ନୋଟିସ

ରାଞ୍ଚି ୧୩/୧୧: ଆଇପିଏଲ୍‌ ପୂର୍ବରୁ ବଢିଲା ଧୋନୀଙ୍କ ଅଡୁଆ । ମହେନ୍ଦ୍ର ସିଂ ଧୋନିଙ୍କୁ ନୋଟିସ ଜାରି କରିଛନ୍ତି ଝାଡଖଣ୍ଡ ହାଇକୋର୍ଟ । ନଭେମ୍ବର ୧୨ରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏହି ନୋଟିସ୍ ଗ୍ରହଣ କରିଛନ୍ତି । ଠକେଇ ମାମଲାରେ ତାଙ୍କ ପକ୍ଷ ଉପସ୍ଥାପନ କରିବାକୁ ନୋଟିସ୍‌ରେ ନିର୍ଦ୍ଦେଶ ଦିଆଯାଇଛି । ଧୋନିଙ୍କ ପୂର୍ବତନ ଅଂଶୀଦାର ମିହିର ଦିୱାକର ଏବଂ ସୋମିଆ ଦାସ, ଆର୍କା ସ୍ପୋର୍ଟସ ଆଣ୍ଡ ମ୍ୟାନେଜମେଣ୍ଟ ଲିମିଟେଡରେ ନିବେଶକ ଅଟନ୍ତି । ଧୋନି ତାଙ୍କ ବିରୋଧରେ ଠକେଇ ମାମଲା ଦାୟର କରିଛନ୍ତି । ଧୋନି ଜାନୁଆରୀ ୫ରେ ଏହି ମାମଲା ଦାୟର କରିଥିଲେ। ଧୋନିଙ୍କ ସମାନ ଅଭିଯୋଗ ବିରୋଧରେ ମିହିର ଏବଂ ସୋମିଆ ମଧ୍ୟ ଏକ ପିଟିସନ ଦାଖଲ କରିଥିଲେ। କହିବାକୁ ଗଲେ ପୂର୍ବତନ ଭାରତୀୟ ଅଧିନାୟକ ଧୋନିଙ୍କ  ବ୍ୟବସାୟିକ ସହଯୋଗୀ ଭାବେ ଜଣାଶୁଣା ସୋମିଆ ଦାସ ଏବଂ ମିହିର ଦିୱାକର । ତେବେ ଏହି ବର୍ଷ ଜାନୁଆରୀରେ ଧୋନି ଅଭିଯୋଗ କରିଥିଲେ ଯେ ଉଭୟେ ତାଙ୍କ ନାମର ଅପବ୍ୟବହାର କରି ୧୫ କୋଟି ଟଙ୍କା ଠକେଇ କରିଛନ୍ତି । ଅନ୍ୟପଟେ ମିହିର ଦିୱାକର ଏବଂ ସୋମିଆ ଦାସ ଏହି ଘଟଣାରେ ଝାଡଖଣ୍ଡ ହାଇକୋର୍ଟଙ୍କ ନିକଟକୁ ଯାଇ ସେଠାରେ ରାଞ୍ଚିର ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ସମାନ ମାମଲା ହାଇକୋର୍ଟରେ ଶୁଣାଣି ହୋଇଥିଲା। ଏବେ ଦେଖିବାକୁ ବାକି ରହିଲା ଧୋନି ନୋଟିସ ପାଇବା ପରେ କେତେ ଦିନ ତାଙ୍କ ପକ୍ଷ ଉପସ୍ଥାପନ କରିବ

ଆଇପିଏଲ୍‌ ପୂର୍ବରୁ ବଢିଲା ଧୋନୀଙ୍କ ଅଡୁଆ, ଏମ୍‌ ଏସ୍‌ଙ୍କୁ ଝାଡଖଣ୍ଡ ହାଇକୋର୍ଟଙ୍କ ନୋଟିସ

ରାଞ୍ଚି ୧୩/୧୧: ଆଇପିଏଲ୍‌ ପୂର୍ବରୁ ବଢିଲା ଧୋନୀଙ୍କ ଅଡୁଆ । ମହେନ୍ଦ୍ର ସିଂ ଧୋନିଙ୍କୁ ନୋଟିସ ଜାରି କରିଛନ୍ତି ଝାଡଖଣ୍ଡ ହାଇକୋର୍ଟ । ନଭେମ୍ବର ୧୨ରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏହି ନୋଟିସ୍ ଗ୍ରହଣ କରିଛନ୍ତି । ଠକେଇ ମାମଲାରେ ତାଙ୍କ ପକ୍ଷ ଉପସ୍ଥାପନ କରିବାକୁ ନୋଟିସ୍‌ରେ ନିର୍ଦ୍ଦେଶ ଦିଆଯାଇଛି । 

ଧୋନିଙ୍କ ପୂର୍ବତନ ଅଂଶୀଦାର ମିହିର ଦିୱାକର ଏବଂ ସୋମିଆ ଦାସ, ଆର୍କା ସ୍ପୋର୍ଟସ ଆଣ୍ଡ ମ୍ୟାନେଜମେଣ୍ଟ ଲିମିଟେଡରେ ନିବେଶକ ଅଟନ୍ତି । ଧୋନି ତାଙ୍କ ବିରୋଧରେ ଠକେଇ ମାମଲା ଦାୟର କରିଛନ୍ତି । ଧୋନି ଜାନୁଆରୀ ୫ରେ ଏହି ମାମଲା ଦାୟର କରିଥିଲେ। ଧୋନିଙ୍କ ସମାନ ଅଭିଯୋଗ ବିରୋଧରେ ମିହିର ଏବଂ ସୋମିଆ ମଧ୍ୟ ଏକ ପିଟିସନ ଦାଖଲ କରିଥିଲେ। 

କହିବାକୁ ଗଲେ ପୂର୍ବତନ ଭାରତୀୟ ଅଧିନାୟକ ଧୋନିଙ୍କ  ବ୍ୟବସାୟିକ ସହଯୋଗୀ ଭାବେ ଜଣାଶୁଣା ସୋମିଆ ଦାସ ଏବଂ ମିହିର ଦିୱାକର । ତେବେ ଏହି ବର୍ଷ ଜାନୁଆରୀରେ ଧୋନି ଅଭିଯୋଗ କରିଥିଲେ ଯେ ଉଭୟେ ତାଙ୍କ ନାମର ଅପବ୍ୟବହାର କରି ୧୫ କୋଟି ଟଙ୍କା ଠକେଇ କରିଛନ୍ତି । ଅନ୍ୟପଟେ ମିହିର ଦିୱାକର ଏବଂ ସୋମିଆ ଦାସ ଏହି ଘଟଣାରେ ଝାଡଖଣ୍ଡ ହାଇକୋର୍ଟଙ୍କ ନିକଟକୁ ଯାଇ ସେଠାରେ ରାଞ୍ଚିର ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। 

ସମାନ ମାମଲା ହାଇକୋର୍ଟରେ ଶୁଣାଣି ହୋଇଥିଲା। ଏବେ ଦେଖିବାକୁ ବାକି ରହିଲା ଧୋନି ନୋଟିସ ପାଇବା ପରେ କେତେ ଦିନ ତାଙ୍କ ପକ୍ଷ ଉପସ୍ଥାପନ କରିବେ। କାରଣ ଯେଉଁ ତାରିଖ ସୁଦ୍ଧା ସେମାନଙ୍କ ମାମଲା ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ସେ ସମ୍ବନ୍ଧରେ କୌଣସି ଠୋସ୍ ସୂଚନା ନାହିଁ।