ଆଇପିଏଲ୍‌ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୨।୩: ବିଶ୍ୱର ସବୁଠାରୁ ବଡ଼ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଆରମ୍ଭ ହେବାକୁ ଆଉ ଦିନ କେଇଟା ବାକି। ମାର୍ଚ୍ଚ ୨୨ରୁ ଆଇପିଏଲ୍‌ ୧୭ତମ ସିଜନ ଆରମ୍ଭ ହେବ। ହେଲେ ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ବଡ଼ ଝଟ୍‌କା ଲାଗିଛି। ଦଳର ଷ୍ଟାର ବୋଲର୍‌ ପ୍ରସିଦ୍ଧ କ୍ରିଷ୍ଣା ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି। ବିସିସିଆଇ ପକ୍ଷରୁ ମଙ୍ଗଳବାର ଏକ ମେଡିକାଲ ଏବଂ ଫିଟନେସ୍‌ ରିପୋର୍ଟ ତାଲିକା ଜାରି କରାଯାଇଥିଲା। ଏଥିରେ ପ୍ରସିଦ୍ଧ ନ ଖେଳିପାରିବା ସ୍ପଷ୍ଟ […] The post ଆଇପିଏଲ୍‌ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଲାଗିଲା ବଡ଼ ଝଟ୍‌କା appeared first on Dharitri Odia News.

ଆଇପିଏଲ୍‌ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୨।୩: ବିଶ୍ୱର ସବୁଠାରୁ ବଡ଼ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଆରମ୍ଭ ହେବାକୁ ଆଉ ଦିନ କେଇଟା ବାକି। ମାର୍ଚ୍ଚ ୨୨ରୁ ଆଇପିଏଲ୍‌ ୧୭ତମ ସିଜନ ଆରମ୍ଭ ହେବ। ହେଲେ ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ବଡ଼ ଝଟ୍‌କା ଲାଗିଛି। ଦଳର ଷ୍ଟାର ବୋଲର୍‌ ପ୍ରସିଦ୍ଧ କ୍ରିଷ୍ଣା ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି। ବିସିସିଆଇ ପକ୍ଷରୁ ମଙ୍ଗଳବାର ଏକ ମେଡିକାଲ ଏବଂ ଫିଟନେସ୍‌ ରିପୋର୍ଟ ତାଲିକା ଜାରି କରାଯାଇଥିଲା। ଏଥିରେ ପ୍ରସିଦ୍ଧ ନ ଖେଳିପାରିବା ସ୍ପଷ୍ଟ କରାଯାଇଛି। ତାଙ୍କ ବ୍ୟତିତ ଅନ୍ୟ ଦୁଇ ଖେଳାଳିଙ୍କୁ ନେଇ ମଧ୍ୟ ଅପ୍‌ଡେଟ୍‌ ଦିଆଯାଇଛି।

କହିରଖୁଛୁ, ଦ୍ରୁତ ବୋଲ୍‌ ପ୍ରସିଦ୍ଧ କ୍ରିଷ୍ଣାଙ୍କର ଫେବୃଆରୀ ୨୩ରେ ସର୍ଜରୀ ହୋଇଥିଲା। ଏବେ ବିସିସିଆଇର ମେଡିକାଲ ଟିମ୍‌ ତାଙ୍କ ଉପରେ ନଜର ରଖିଛି। ସେ ଖୁବ୍‌ଶୀଘ୍ର ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ)ରେ ଫିଟ୍‌ ହେବା ଲାଗି ରିହାବରେ ରହିବେ। ଏଣୁ ସେ ଆଗାମୀ ଆଇପିଏଲ୍‌ ଖେଳିପାରିବେ ନାହିଁ।

ପ୍ରସିଦ୍ଧଙ୍କ ବ୍ୟତିତ ଋଷଭ ପନ୍ତଙ୍କୁ ନେଇ ଅପ୍‌ଡେଟ୍‌ ଆସିଛି। ସେ ଫିଟ୍‌ ହୋଇଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ନଜର ଆସିବେ। ସେହିଭଳି ତାରକା ବୋଲର ମହମ୍ମଦ ଶାମି ମଧ୍ୟ ଆଇପିଏଲ୍‌ରୁ ବାଦ୍‌ ପଡ଼ିଛନ୍ତି। ଏହା ଗୁଜରାଟ ଟାଇଟନ୍ସ ପାଇଁ ବଡ଼ ଝଟ୍‌କା ବୋଲି କହିପାରିବା।

The post ଆଇପିଏଲ୍‌ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଲାଗିଲା ବଡ଼ ଝଟ୍‌କା appeared first on Dharitri Odia News.