ଆଇପିଏଲ୍ : ବ୍ୟାଟ୍ ଓ ବଲରେ ଜାଡେଜାଙ୍କ ଯାଦୁ, ଜିତିଲା ଚେନ୍ନାଇ ସୁପର କିଙ୍ଗସ
ଧର୍ମଶାଳା : ରବୀନ୍ଦ୍ର ଜାଡେଜାଙ୍କ ସୁପର ଅଲରାଉଣ୍ଡ ସୋ’ ବଳରେ ଆଜି ଆଇପିଏଲରେ ପଞ୍ଜାବକୁ ହରାଇଛି ଚେନ୍ନାଇ । ଆଜିର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ୨୮ ରନରେ ମାତ୍ ଦେଇଛି ପଞ୍ଜାବ କିଙ୍ଗସକୁ । ଜାଡେଜା ଦଳ ପକ୍ଷରୁ ସର୍ବାଧିକ ସ୍କୋର କରିବା ପରେ ବଢ଼ିଆ ବୋଲି କରି ୩ଟି ଓ୍ଵିକେଟ୍ ନେଇଥିଲେ । ଫଳରେ ଚେନ୍ନାଇ ଧମାକାଦାର ବିଜୟ ହାସଲ କରିଛି । ପଞ୍ଜାବ ୯ ଓ୍ଵିକେଟ୍ରେ ୧୩୯ ରନ୍ କରି ପାରିଥିଲା […] The post ଆଇପିଏଲ୍ : ବ୍ୟାଟ୍ ଓ ବଲରେ ଜାଡେଜାଙ୍କ ଯାଦୁ, ଜିତିଲା ଚେନ୍ନାଇ ସୁପର କିଙ୍ଗସ appeared first on KNews Odisha.

ଧର୍ମଶାଳା : ରବୀନ୍ଦ୍ର ଜାଡେଜାଙ୍କ ସୁପର ଅଲରାଉଣ୍ଡ ସୋ’ ବଳରେ ଆଜି ଆଇପିଏଲରେ ପଞ୍ଜାବକୁ ହରାଇଛି ଚେନ୍ନାଇ । ଆଜିର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ୨୮ ରନରେ ମାତ୍ ଦେଇଛି ପଞ୍ଜାବ କିଙ୍ଗସକୁ । ଜାଡେଜା ଦଳ ପକ୍ଷରୁ ସର୍ବାଧିକ ସ୍କୋର କରିବା ପରେ ବଢ଼ିଆ ବୋଲି କରି ୩ଟି ଓ୍ଵିକେଟ୍ ନେଇଥିଲେ । ଫଳରେ ଚେନ୍ନାଇ ଧମାକାଦାର ବିଜୟ ହାସଲ କରିଛି । ପଞ୍ଜାବ ୯ ଓ୍ଵିକେଟ୍ରେ ୧୩୯ ରନ୍ କରି ପାରିଥିଲା ।
ଚେନ୍ନାଇର ଚମତ୍କାର ବୋଲିଂକୁ ପଞ୍ଜାବର ସୁପର ଫ୍ଲପ୍ ବ୍ୟାଟିଂ ଦେଖିବାକୁ ମିଳିଥିଲା ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ କରିଥିଲା ୯ ଓ୍ଵିକେଟରେ ୧୬୭ ରନ୍ । ଫର୍ମରେ ଥିବା ଅଧିନାୟକ ୠତୁରାଜ ଗାଏକ୍ୱାର୍ଡ଼ ୩୨, ଡାରୀଲ ମିଚେଲ ୩୦ ରନ୍ କରିଥିଲେ । ତେବେ ଜାଡେଜାଙ୍କ ୨୬ ବଲରେ ୪୩ ରନ୍ (୩ ଚୌକା, ୨ ଛକା) ଚେନ୍ନାଇକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲା । ଧୋନି ଆଜି ଗୋଟିଏ ମାତ୍ର ବଲର ସାମନା କରି ଶୂନରେ ଆଉଟ୍ ହୋଇଥିଲେ । ବୋଲରଙ୍କ ପ୍ରଭାବ ରହିଥିବା ଏହି ପିଚରେ ପଞ୍ଜାବ ପକ୍ଷରୁ ରାହୁଲ ଚହର ଓ ହର୍ଷଲ ପଟେଲ ୩ଟି ଲେଖାଏଁ ଏବଂ ଅର୍ଶଦୀପ ସିଂହ ୨ଟି ଓ୍ଵିକେଟ୍ ଦଖଲ କରିଥିଲେ ।
ତେବେ ବିଜୟ ଲକ୍ଷ୍ୟ ଛୋଟ ଲାଗୁଥିଲେ ବି ପଞ୍ଜାବ କିଙ୍ଗସ ଆରମ୍ଭରୁ ଝୁଣ୍ଟିଲା ଏବଂଗୋଟିଏ ପରେ ଗୋଟିଏ ଓ୍ଵିକେଟ୍ ହରାଇ ଚାଲିଲା । ଦଳ ତରଫରୁ କେବଳ ଓପ୍ନର ପବିସିମରନ ସିଂହ ସର୍ବାଧିକ ୩୦ ଏବଂ ଶଶାଙ୍କ ସିଂହ ୨୭ ରନ୍ କରି ପାରିଥିଲେ । ପଞ୍ଜାବ ୯ ଓ୍ଵିକେଟ୍ରେ ୧୩୯ ରନ୍ କରି ପାରିଥିଲା ।
ଚେନ୍ନାଇ ବିଜୟରେ ମୁଖ୍ୟ ଭୂମିକା ନେଇଥିବା ରବୀନ୍ଦ୍ର ଜାଡେଜା ୨୦ ରନ୍ ଦେଇ ୩ଟି ଏବଂ ହର୍ଷଲ ପଟେଲ ୨୪ ରନରେ ୩ଟି ଓ୍ଵିକେଟ୍ ହାସଲ କରିଥିଲେ । ଅର୍ଶଦୀପ ୪୨ ରନରେ ୨ଟି ଓ୍ଵିକେଟ୍ ନେଇଛନ୍ତି ।
The post ଆଇପିଏଲ୍ : ବ୍ୟାଟ୍ ଓ ବଲରେ ଜାଡେଜାଙ୍କ ଯାଦୁ, ଜିତିଲା ଚେନ୍ନାଇ ସୁପର କିଙ୍ଗସ appeared first on KNews Odisha.