ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ ପାଇଁ ସର୍ବାଧିକ ରନ ସ୍କୋର କରିଥିବା ଡିଭନ କନୱେ, ଆଙ୍ଗୁଠିରେ ଆଘାତ ହେତୁ ସମଗ୍ର ଟୁର୍ନାମେଣ୍ଟରୁ ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ ସିଏସକେ ଫ୍ରାଞ୍ଚାଇଜ ଇଂଲଣ୍ଡର ଡାହାଣହାତୀ ଦ୍ରୁତ ବୋଲର ରିଚାର୍ଡ ଗ୍ଲିସନଙ୍କୁ ତାଙ୍କ ଦଳରେ ସାମିଲ କରିଛି। ସିଜିନ୍‌ରେ ଖେଳିବା ପାଇଁ ରିଚାର୍ଡଙ୍କୁ ତାଙ୍କର ମୂଳ ମୂଲ୍ୟ ଅର୍ଥାତ୍‌ […] The post ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା appeared first on Dharitri Odia News.

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ ପାଇଁ ସର୍ବାଧିକ ରନ ସ୍କୋର କରିଥିବା ଡିଭନ କନୱେ, ଆଙ୍ଗୁଠିରେ ଆଘାତ ହେତୁ ସମଗ୍ର ଟୁର୍ନାମେଣ୍ଟରୁ ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ ସିଏସକେ ଫ୍ରାଞ୍ଚାଇଜ ଇଂଲଣ୍ଡର ଡାହାଣହାତୀ ଦ୍ରୁତ ବୋଲର ରିଚାର୍ଡ ଗ୍ଲିସନଙ୍କୁ ତାଙ୍କ ଦଳରେ ସାମିଲ କରିଛି। ସିଜିନ୍‌ରେ ଖେଳିବା ପାଇଁ ରିଚାର୍ଡଙ୍କୁ ତାଙ୍କର ମୂଳ ମୂଲ୍ୟ ଅର୍ଥାତ୍‌ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ।
ପଏଣ୍ଟ ଟେବୁଲରେ ସିଏସ୍‌କେ ବର୍ତ୍ତମାନ ତୃତୀୟ ସ୍ଥାନରେ ଅଛି, କିନ୍ତୁ ଡିଭନ କନୱେଙ୍କ ଅନୁପସ୍ଥିତି ଯୋଗୁ ଦଳକୁ ମହଙ୍ଗା ପଡିପାରେ। ଯଦିଓ ଅଧିନାୟକ ଋତୁରାଜ ଗାଇକ୍ୱାଡ ଭଲ ଇନିଂସ ଖେଳୁଛନ୍ତ। ଆଇପିଏଲ ୨୦୨୪ ରେ ଚେନ୍ନାଇ ପାଇଁ ଖେଳୁଥିବାବେଳେ କନୱେ ୧୬ଟି ମ୍ୟାଚରେ ୬୭୨ ରନ ସଂଗ୍ରହ କରିଥିଲେ, ଯେଉଁଥିରେ ୬ଟି ଅର୍ଦ୍ଧଶତକୀୟ ଇନିଂସ ସାମିଲ ଥିଲା। ଗତ ସିଜନରେ ସେ ଗୁଜୁରାଟ ଟାଇଟାନ୍ସ ବିପକ୍ଷ ଫାଇନାଲରେ ୪୭ ରନ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ୫ମ ଥର ପାଇଁ ସିଏସ୍‌କେ ଚାମ୍ପିଅନ ହୋଇଥିଲେ।

The post ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା appeared first on Dharitri Odia News.