ଆଇପିଏଲ୍ ମେଗା ନିଲାମର ତାରିଖ ଓ ସ୍ଥାନ ସ୍ଥିର ! ଜାଣନ୍ତୁ କେଉଁଠି ଓ କେବେ ହେବ ଆୟୋଜନ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ମେଗା ନିଲାମୀ କେବେ ଏବଂ କେଉଁଠି ହେବ ଏହାକୁ ନେଇ କ୍ରିକେଟ୍ ପ୍ରେମୀ ଚାହିଁ ରହିଛନ୍ତି। ଆଉ କ୍ରିକେଟ୍ ପ୍ରେମୀଙ୍କ ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଏଏନଆଇ ଅନୁସାରେ ଆଇପିଏଲ୍ ୨୦୨୫ର ମେଗା ଅକ୍ସନ ନଭେମ୍ବର ଶେଷ ଆଡ଼କୁ ସାଉଦି ଆରବର ରାଜଧାନୀ ରିୟାଦରେ ହୋଇପାରେ। ମେଗା ଅକ୍ସନ ପୂର୍ବରୁ ସମସ୍ତ ୧୦ ଦଳ ନିଜ ନିଜର ରିଟେନ ଖେଳାଳିଙ୍କ ତାଲିକା ଜାରି କରି ସାରିଛନ୍ତି। ଏଥିରେ ୪୬ ଖେଳାଳି ସାମିଲ ଥିବା ବେଳେ ୩୬ ଜଣ ଭାରତୀୟ  ଓ ୧୦ ବିଦେଶୀ ଖେଳାଳି ରହିଛନ୍ତି। ଆଇପିଏଲ୍ ୨୦୨୫ର ମେଗା ନିଲାମ ପାଇଁ ପଞ୍ଜାବ କିଙ୍ଗ୍ସର ପର୍ସରେ ଅଧିକ ଅର୍ଥ ରାଶି ରହିଛି। କାରଣ ନିଲାମ ପୂର୍ବରୁ ପିବିକେସ କେବଳ ଦୁଇ ଜଣ ଅନକ୍ୟାପ୍‌ଡ ଖେଳାଳି ପ୍ରଭସିମରନସିଂ ଓ ଶଶାଙ୍କ ସିଂଙ୍କୁ ଦଳରେ ରଖିଛି। ତେଣୁ ନିଲାମରେ ଦଳ ମନ ଖୋଲି ଟଙ୍କା ଖର୍ଚ୍ଚ କରିପାରେ। କାରଣ ଦଳ ପର୍ସରେ ୧୧୦.୫ କୋଟି ଟଙ୍କା ରହିଛି। ଆରସିବି ପର୍ସରେ ମଧ୍ୟ ଅଧିକ ଅର୍ଥ ରହିଛି। ଦଳ ରିଟେନ୍ ଖେଳାଳିଙ୍କ ପାଇଁ ୩୭ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ୮୩ କୋଟି ଟଙ୍କା ଉପଲବ୍ଧ ରହିଛି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ଏବେ ୭୩ କୋଟି ଟଙ୍କା ରହିଛି। ଦଳ ରିଟେନ କରିଥିବା ଖେଳାଳିଙ୍କ ଉପରେ ୪୭ କୋଟି ଖର୍ଚ୍ଚ କରିଛି। ମେଗା ନିଲାମ ପୂର୍ବରୁ ଅନେକ ବଡ଼ ଖେଳାଳିଙ୍କୁ ସେମାନଙ୍କର ଫ୍ରାଞ୍ଚାଇଜ ରିଲିଜ୍ କରିଛନ୍ତି। ଏଥିରେ ଜୋସ୍ ବଟଲର, ଇ

ଆଇପିଏଲ୍ ମେଗା ନିଲାମର ତାରିଖ ଓ ସ୍ଥାନ ସ୍ଥିର ! ଜାଣନ୍ତୁ କେଉଁଠି ଓ କେବେ ହେବ ଆୟୋଜନ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ମେଗା ନିଲାମୀ କେବେ ଏବଂ କେଉଁଠି ହେବ ଏହାକୁ ନେଇ କ୍ରିକେଟ୍ ପ୍ରେମୀ ଚାହିଁ ରହିଛନ୍ତି। ଆଉ କ୍ରିକେଟ୍ ପ୍ରେମୀଙ୍କ ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଏଏନଆଇ ଅନୁସାରେ ଆଇପିଏଲ୍ ୨୦୨୫ର ମେଗା ଅକ୍ସନ ନଭେମ୍ବର ଶେଷ ଆଡ଼କୁ ସାଉଦି ଆରବର ରାଜଧାନୀ ରିୟାଦରେ ହୋଇପାରେ। ମେଗା ଅକ୍ସନ ପୂର୍ବରୁ ସମସ୍ତ ୧୦ ଦଳ ନିଜ ନିଜର ରିଟେନ ଖେଳାଳିଙ୍କ ତାଲିକା ଜାରି କରି ସାରିଛନ୍ତି। ଏଥିରେ ୪୬ ଖେଳାଳି ସାମିଲ ଥିବା ବେଳେ ୩୬ ଜଣ ଭାରତୀୟ  ଓ ୧୦ ବିଦେଶୀ ଖେଳାଳି ରହିଛନ୍ତି। 

ଆଇପିଏଲ୍ ୨୦୨୫ର ମେଗା ନିଲାମ ପାଇଁ ପଞ୍ଜାବ କିଙ୍ଗ୍ସର ପର୍ସରେ ଅଧିକ ଅର୍ଥ ରାଶି ରହିଛି। କାରଣ ନିଲାମ ପୂର୍ବରୁ ପିବିକେସ କେବଳ ଦୁଇ ଜଣ ଅନକ୍ୟାପ୍‌ଡ ଖେଳାଳି ପ୍ରଭସିମରନସିଂ ଓ ଶଶାଙ୍କ ସିଂଙ୍କୁ ଦଳରେ ରଖିଛି। ତେଣୁ ନିଲାମରେ ଦଳ ମନ ଖୋଲି ଟଙ୍କା ଖର୍ଚ୍ଚ କରିପାରେ। କାରଣ ଦଳ ପର୍ସରେ ୧୧୦.୫ କୋଟି ଟଙ୍କା ରହିଛି। ଆରସିବି ପର୍ସରେ ମଧ୍ୟ ଅଧିକ ଅର୍ଥ ରହିଛି। ଦଳ ରିଟେନ୍ ଖେଳାଳିଙ୍କ ପାଇଁ ୩୭ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ୮୩ କୋଟି ଟଙ୍କା ଉପଲବ୍ଧ ରହିଛି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ଏବେ ୭୩ କୋଟି ଟଙ୍କା ରହିଛି। ଦଳ ରିଟେନ କରିଥିବା ଖେଳାଳିଙ୍କ ଉପରେ ୪୭ କୋଟି ଖର୍ଚ୍ଚ କରିଛି। 

ମେଗା ନିଲାମ ପୂର୍ବରୁ ଅନେକ ବଡ଼ ଖେଳାଳିଙ୍କୁ ସେମାନଙ୍କର ଫ୍ରାଞ୍ଚାଇଜ ରିଲିଜ୍ କରିଛନ୍ତି। ଏଥିରେ ଜୋସ୍ ବଟଲର, ଇଶାନ କିଶନ, କେଏଲ ରାହୁଲ, ଶ୍ରେୟସ ଆୟର, ଗ୍ଲେନ ମ୍ୟାକ୍ସଓ୍ଵେଲ୍ ଓ ଋଷଭ ପନ୍ତଙ୍କ ପରି ଖେଳାଳି ସାମିଲ। ଏହି ଖେଳାଳିଙ୍କ ଉପରେ ସବୁ ଫ୍ରାଞ୍ଚାଇଜ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି କରି ନିଜ ଦଳରେ ସାମିଲ କରି ପାରନ୍ତି। ଏହା ବ୍ୟତୀତ ଆଇପିଏଲ୍ ୨୦୨୫ରେ ୫ଟି ଦଳ ଏମିତି ରହିଛନ୍ତି ଯିଏ ନିଜର ନୂଆ ଅଧିନାୟକ ସନ୍ଧାନରେ ଅଛନ୍ତି। ଏଥିରେ ଆରସିବି, କେକେଆର, ଡିସି, ପଞ୍ଜାବ କିଙ୍ଗ୍ସ ଓ ଏଲଏସଜି ନାଁ ସାମିଲ। 

ଆଇପିଏଲ୍ ୨୦୨୫ ମେଗା ନିଲାମ ପୂର୍ବରୁ ରିଟେନ୍ ୪୬ ଖେଳାଳିଙ୍କ ଉପରେ ୫୫୮.୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସବୁଠୁ ଅଧିକ ଅର୍ଥରେ ରିଟେନ୍ ହୋଇଥିବା ଖେଳାଳି ହେଉଛନ୍ତି ହେନରିକ କ୍ଲାସେନ, ଯାହାଙ୍କୁ  ସନରାଇଜର୍ସ   ହାଇଦ୍ରାବାଦ ୨୩ କୋଟି ଟଙ୍କା ଖର୍ଚ୍ଚ କରିଛି।  ଦ୍ଵିତୀୟ ମହଙ୍ଗା ଖେଳାଳି ଭାବେ ବିରାଟ କୋହଲିଙ୍କୁ ଆରସିବି ୨୧ କୋଟି ଟଙ୍କା ମୂଲ୍ୟରେ ନିଜ ଦଳରେ ରଖିଛି।