ଆଇପିଏଲ୍ ୨୦୨୫ ଖେଳସୂଚୀରେ ପରିବର୍ତ୍ତନ, ଇଡେନ ଗାର୍ଡେନରେ ଖେଳାଯିବନି କୋଲକତା-ଲକ୍ଷ୍ନୌ ମ୍ୟାଚ୍

ଆଇପିଏଲ ୨୦୨୫ ଆସନ୍ତାକାଲିରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ ଇଡେନ ଗାର୍ଡେନ ଷ୍ଟାଡିୟମରେ କୋଲକତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହିତ ହେବ । ଏହି ଷ୍ଟାଡିୟମରେ ୬ ଏପ୍ରିଲରେ ହେବାକୁ ଥିବା କୋଲକାତା ନାଇଟ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯିବାକୁ ଥିବା ଆଇପିଏଲ ମ୍ୟାଚ ସ୍ଥାନାନ୍ତରିତ ଅନୁରୋଧ କରିଛି କୋଲକାତା ପୋଲିସ । ଏ ସମ୍ପର୍କରେ ବିସିସିଆଇକୁ ଜଣାଇ ଦିଆଯାଇଥିବା କହିଛନ୍ତି ବେଙ୍ଗଲ କ୍ରିକେଟ ଆସୋସିଏସନର ସଭାପତି […] The post ଆଇପିଏଲ୍ ୨୦୨୫ ଖେଳସୂଚୀରେ ପରିବର୍ତ୍ତନ, ଇଡେନ ଗାର୍ଡେନରେ ଖେଳାଯିବନି କୋଲକତା-ଲକ୍ଷ୍ନୌ ମ୍ୟାଚ୍ appeared first on KNews Odisha.

ଆଇପିଏଲ୍ ୨୦୨୫ ଖେଳସୂଚୀରେ ପରିବର୍ତ୍ତନ, ଇଡେନ ଗାର୍ଡେନରେ ଖେଳାଯିବନି କୋଲକତା-ଲକ୍ଷ୍ନୌ ମ୍ୟାଚ୍
eden garden

ଆଇପିଏଲ ୨୦୨୫ ଆସନ୍ତାକାଲିରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ ଇଡେନ ଗାର୍ଡେନ ଷ୍ଟାଡିୟମରେ କୋଲକତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହିତ ହେବ । ଏହି ଷ୍ଟାଡିୟମରେ ୬ ଏପ୍ରିଲରେ ହେବାକୁ ଥିବା କୋଲକାତା ନାଇଟ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯିବାକୁ ଥିବା ଆଇପିଏଲ ମ୍ୟାଚ ସ୍ଥାନାନ୍ତରିତ ଅନୁରୋଧ କରିଛି କୋଲକାତା ପୋଲିସ । ଏ ସମ୍ପର୍କରେ ବିସିସିଆଇକୁ ଜଣାଇ ଦିଆଯାଇଥିବା କହିଛନ୍ତି ବେଙ୍ଗଲ କ୍ରିକେଟ ଆସୋସିଏସନର ସଭାପତି ସ୍ନେହାଶିଷ ଗାଙ୍ଗୁଲି ।

ଏପ୍ରିଲ ୬କୁ ରାମନବମୀ ପଡୁଥିବାରୁ ରାଜ୍ୟରେ ଅନେକ ଧାର୍ମିକ କାର୍ଯ୍ୟକ୍ରମ ହେବ । ତେଣୁ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ହେବାକୁ ଥିବା ମ୍ୟାଚ ପାଇଁ ସୁରକ୍ଷା ଯୋଗାଇବା ସମ୍ଭବ ନୁହେଁ ବୋଲି କୋଲକାତା ପୋଲିସ ପକ୍ଷରୁ କୁହାଯାଇଛି । ରାମନବମୀ ଅବସରରେ ବିଜେପି ପକ୍ଷରୁ ପ୍ରାୟ ୨୦ ହଜାର ଶୋଭାଯାତ୍ରା ବାହାରିବ ବୋଲି କୁହାଯାଇଛି । ସାମ୍ପ୍ରଦାୟିକ ଦଙ୍ଗା ହେବା ଆଶଙ୍କାରେ ପଶ୍ଚିମବଙ୍ଗ ସରକାର ରାମନବମୀରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରିଛନ୍ତି ।

ବେଙ୍ଗଲ କ୍ରିକେଟ ଆସୋସିଏସନର ସଭାପତି ସ୍ନେହାଶିଷ ଗାଙ୍ଗୁଲି କହିଛନ୍ତି, କୋଲକତା ପୋଲିସ ସହିତ ଅନେକ କଥା ହେବା ମଧ୍ୟ ସେମାନେ ପର୍ଯ୍ୟାପ୍ତ ସୁରକ୍ଷା ଦେଇପାରିବେ ନାହିଁ । ଆମେ ବିସିସିଆଇକୁ ଏହି ମ୍ୟାଚ ରିସିଡ୍ୟୁଲ କରିବା ପାଇଁ କହିଛୁ । ସହରରେ ଏହି ମ୍ୟାଚକୁ କରିବାର ସମ୍ଭାବନା ନାହିଁ । ଏହି ମ୍ୟାଚକୁ ଗୌହ୍ବାଟୀକୁ ସିଫ୍ଟ କରାଯିବ ବୋଲି ଖବର ମିଳିଛି । କିନ୍ତୁ ଏନେଇ ଆଇପିଏଲ ତରଫରୁ କୌଣସି ଅଫିସିଆଲ ବୟାନ ଆସିନାହିଁ ।

ଆଇପିଏଲର ୧୮ ସିଜନରରେ ୧୦ ଟିମ୍ ମୋଟ ୭୪ ମ୍ୟାଚ ୧୩ଟି ସ୍ଥାନରେ ଖେଳିବେ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଏବଂ ଫାଇନାଲ ମ୍ୟାଚ୍ ଇଡେନ ଗାର୍ଡେନରେ ଖେଳାଯିବ । ଏହାଛଡା ପ୍ରଥମ ୨ଟି କ୍ବାଲିଫାୟର ମ୍ୟାଚ ମଧ୍ୟ ଏଠାରେ ଖେଳାଯିବ ।

Also Read : BCCI ହଟାଇଲା ନିୟମ, ୫ ବର୍ଷ ପୂର୍ବରୁ କରୋନା ଯୋଗୁଁ ହୋଇଥିଲା ବ୍ୟାନ୍

 

The post ଆଇପିଏଲ୍ ୨୦୨୫ ଖେଳସୂଚୀରେ ପରିବର୍ତ୍ତନ, ଇଡେନ ଗାର୍ଡେନରେ ଖେଳାଯିବନି କୋଲକତା-ଲକ୍ଷ୍ନୌ ମ୍ୟାଚ୍ appeared first on KNews Odisha.