ଆଇସିସି ଚାମ୍ପିଅନ୍ସ ଟ୍ରଫି; ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ମୁକାବିଲା, ସମ୍ମାନ ପାଇଁ ଲଢ଼ିବ ବଟଲର ବାହିନୀ
କରାଚୀ,୦୧/୦୩: ଆଇସିସି ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ୍-ବି’ରେ ଶନିବାର ଖେଳାଯିବ ୧୧ତମ ମୁକାବିଲା । କରାଚୀ ନ୍ୟାଶନାଲ ଷ୍ଟାଡିମୟରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ । ଚାମ୍ପିଅନ୍ସ ଟ୍ରଫି ସେମି ଫାଇନାଲ୍ ଦୌଡ଼ରୁ ଇଂଲିଶ୍ ଟିମ୍ ବାଦ ପଡ଼ିଥିଲେ ମଧ୍ୟ ଏହି ମ୍ୟାଚ୍ କେବଳ ସମ୍ମାନ ବଞ୍ଚାଇବାକୁ ଖେଳିବ । ସେପଟେ ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକା ୩ ପଏଣ୍ଟ ହାସଲ କରିସାରିଥିଲେ ହେଁ ମ୍ୟାଚ୍ ବିଜୟ ସହ ଟେବୁଲ୍ ଟପରେ ରହିବାକୁ ଚେଷ୍ଟା କରିବ । ଦକ୍ଷିଣ ଆଫ୍ରିକା ୨୧ ତାରିଖରେ ପ୍ରଥମ ମ୍ୟାଚ୍ ଖେଳିଥିଲା ଓ ଆଫଗାନିସ୍ତାନକୁ ୧୦୭ ରନ୍ରେ ହରାଇଥିଲା । ଏହାପରେ ଦଳ ପରବର୍ତ୍ତୀ ମ୍ୟାଚ୍ ପାଇଁ ଅପେକ୍ଷା କରି ରହିଛି । ୨୫ ତାରିଖରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା । ୭ ଦିନର ବିଶ୍ରାମ ମିଳିଥିଲେ ହେଁ ଖେଳାଳିମାନେ ମାନସିକ ସ୍ତରରେ ସେଭଳି ଉତ୍ସାହିତ ନାହାନ୍ତି । କାରଣ ବର୍ଷା ଯୋଗୁଁ ଅଭ୍ୟାସ ପାଇଁ ଯଥେଷ୍ଟ ସମୟ ମିଳିପାରି ନାହିଁ । ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ପାଇଁ ଶକ୍ତି ପରୀକ୍ଷା ହେବ । ଭାରତ କିମ୍ବା ନ୍ୟୁଜିଲାଣ୍ଡକୁ ସେମି ଫାଇନାଲ୍ରେ ଭେଟିବା ପୂର୍ବରୁ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍ ଜରିଆରେ ଛୋଟ ମୋଟ ତ୍ରୁଟି ସବୁ ସୁଧାରିବାକୁ ପ୍ରୟାସ କରିବ । ଦଳର ବ୍ୟାଟିଂ ବିଭାଗ ବେଶ୍ ଶକ୍ତିଶାଳୀ ରହିଥିଲେ ହେଁ ବୋଲିଂ ବିଭାଗର ସାମାନ୍ୟ
କରାଚୀ,୦୧/୦୩: ଆଇସିସି ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ୍-ବି’ରେ ଶନିବାର ଖେଳାଯିବ ୧୧ତମ ମୁକାବିଲା । କରାଚୀ ନ୍ୟାଶନାଲ ଷ୍ଟାଡିମୟରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ । ଚାମ୍ପିଅନ୍ସ ଟ୍ରଫି ସେମି ଫାଇନାଲ୍ ଦୌଡ଼ରୁ ଇଂଲିଶ୍ ଟିମ୍ ବାଦ ପଡ଼ିଥିଲେ ମଧ୍ୟ ଏହି ମ୍ୟାଚ୍ କେବଳ ସମ୍ମାନ ବଞ୍ଚାଇବାକୁ ଖେଳିବ । ସେପଟେ ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକା ୩ ପଏଣ୍ଟ ହାସଲ କରିସାରିଥିଲେ ହେଁ ମ୍ୟାଚ୍ ବିଜୟ ସହ ଟେବୁଲ୍ ଟପରେ ରହିବାକୁ ଚେଷ୍ଟା କରିବ ।
ଦକ୍ଷିଣ ଆଫ୍ରିକା ୨୧ ତାରିଖରେ ପ୍ରଥମ ମ୍ୟାଚ୍ ଖେଳିଥିଲା ଓ ଆଫଗାନିସ୍ତାନକୁ ୧୦୭ ରନ୍ରେ ହରାଇଥିଲା । ଏହାପରେ ଦଳ ପରବର୍ତ୍ତୀ ମ୍ୟାଚ୍ ପାଇଁ ଅପେକ୍ଷା କରି ରହିଛି । ୨୫ ତାରିଖରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା । ୭ ଦିନର ବିଶ୍ରାମ ମିଳିଥିଲେ ହେଁ ଖେଳାଳିମାନେ ମାନସିକ ସ୍ତରରେ ସେଭଳି ଉତ୍ସାହିତ ନାହାନ୍ତି । କାରଣ ବର୍ଷା ଯୋଗୁଁ ଅଭ୍ୟାସ ପାଇଁ ଯଥେଷ୍ଟ ସମୟ ମିଳିପାରି ନାହିଁ ।
ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ପାଇଁ ଶକ୍ତି ପରୀକ୍ଷା ହେବ । ଭାରତ କିମ୍ବା ନ୍ୟୁଜିଲାଣ୍ଡକୁ ସେମି ଫାଇନାଲ୍ରେ ଭେଟିବା ପୂର୍ବରୁ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍ ଜରିଆରେ ଛୋଟ ମୋଟ ତ୍ରୁଟି ସବୁ ସୁଧାରିବାକୁ ପ୍ରୟାସ କରିବ । ଦଳର ବ୍ୟାଟିଂ ବିଭାଗ ବେଶ୍ ଶକ୍ତିଶାଳୀ ରହିଥିଲେ ହେଁ ବୋଲିଂ ବିଭାଗର ସାମାନ୍ୟ ଅସନ୍ତୁଳିତ ମନେ ହେଉଛି । ମାର୍କୋ ଜାନସେନ, କାଗିସୋ ରାବାଡା ଓ ଲୁଙ୍ଗି ଏନ୍ଗିଡ଼ି ପେସ ବିଭାଗ ସମ୍ଭାଳୁଥିଲେ ହେଁ ମଧ୍ୟ ଓଭରଗୁଡ଼ିକରେ ବୋଲିଂ କରିବା ଭଳି ବୋଲରଙ୍କ ଅଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି । ଇଂଲଣ୍ଡ ଗତ ଦିନିକିଆ ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଶେଷ ଥର ପାଇଁ ଉଭୟ ଦଳ ଦିନିକିଆ ବିଶ୍ୱକପ୍ରେ ପରସ୍ପରକୁ ଭେଟିଥିଲେ । ଇଂଲଣ୍ଡ ୨୨୯ ରନ୍ରେ ଉକ୍ତ ମ୍ୟାଚ୍ ହାରିଥିଲା ।