ଆଇସିସି ଟେଷ୍ଟ ମାନ୍ୟତାରେ ବଡ଼ ପରିବର୍ତ୍ତନ, ପନ୍ତ ଟପ୍-୧୦ରୁ ବାହାର; ଜୟସ୍ଵାଲ ବି ଖସିଲେ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ପ୍ରଶଂସକଙ୍କ ଋଷଭ ପନ୍ତଙ୍କଠୁ ବହୁତ କିଛି ଆଶା ରଖିଥିଲେ। ମାତ୍ର ଏହି ଓ୍ଵିକେଟ୍ କିପର ବ୍ୟାଟର ପ୍ରଥମ ୩ ଟେଷ୍ଟରେ ବହୁତ ନିରାଶ କରିଛନ୍ତି। ଏହି ସିରିଜ୍ରେ ୫ଟି ଇନିଂସରେ ସେ ମାତ୍ର ୯୬ ରନ କରିଛନ୍ତି।ଏବେ ଏହାର ପରିଣାମ ପନ୍ତଙ୍କୁ ଆଇସିସି ମାନ୍ୟତାରେ ଭୋଗିବାକୁ ପଡ଼ିଛି ଏବଂ ବ୍ୟାଟର ମାନ୍ୟତାରେ ଟପ୍-୧୦ ତାଲିକାରୁ ପନ୍ତ ବାଦ୍ ପଡ଼ିଛନ୍ତି। ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଟେଷ୍ଟ ବ୍ୟାଟର ମାନ୍ୟତାରେ ସେ ଷଷ୍ଠ ସ୍ଥାନରେ ଥିଲେ। ମାତ୍ର ଏବେ ସେ ୧୧ତମ ସ୍ଥାନକୁ ଖସି ଆସିଛନ୍ତି।ଏବେ ଆଇସିସି ଟେଷ୍ଟ ବ୍ୟାଟର ମାନ୍ୟତାରେ ଯଶସ୍ଵୀ ଜୟସ୍ଵାଲ ଏକ ମାତ୍ର ଭାରତୀୟ ବ୍ୟାଟର ଭାବେ ଟପ୍-୧୦ରେ ଅଛନ୍ତି। ଏହି ସିରିଜ୍ରେ ଜୟସ୍ଵାଲ ଦମଦାର ଆରମ୍ଭ କରିଥିଲେ। ପର୍ଥ ଟେଷ୍ଟର ଦ୍ଵିତୀୟ ଇନିଂସରେ ସେ ଶତକ ହାସଲ କରି ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମାତ୍ର ଏହା ପରେ ଲଗାତାର ଫ୍ଲପ୍ ହୋଇଛନ୍ତି। ପର୍ଥ ଟେଷ୍ଟ ପରେ ଜୟସ୍ଵାଲ କ୍ରମଶଃ ୪୫, ୦, ୨୪, ୪ ଓ ୪ ରନ କରିଛନ୍ତି। ଏହି ଖରାପ ପ୍ରଦର୍ଶନ ସତ୍ତ୍ଵେ ବି ଜୟସ୍ଵାଲ ଟେଷ୍ଟ ମାନ୍ୟତାରେ ୮୦୫ ରେଟିଂ ସହ ପଞ୍ଚମ ସ୍ଥାନରେ ରହିଛନ୍ତି।Also read: କ୍ରିକେଟର ନମନ ଓଝାଙ୍କ ବାପାଙ୍କୁ ୭ ବର୍ଷ ଜେଲ୍ ୧୪ ଲକ୍ଷ ଜରିମାନଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଜୋ ରୁଟ୍ ୮୯୫ ରେଟିଂ ସହ ଶୀର୍ଷରେ ରହ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ପ୍ରଶଂସକଙ୍କ ଋଷଭ ପନ୍ତଙ୍କଠୁ ବହୁତ କିଛି ଆଶା ରଖିଥିଲେ। ମାତ୍ର ଏହି ଓ୍ଵିକେଟ୍ କିପର ବ୍ୟାଟର ପ୍ରଥମ ୩ ଟେଷ୍ଟରେ ବହୁତ ନିରାଶ କରିଛନ୍ତି। ଏହି ସିରିଜ୍ରେ ୫ଟି ଇନିଂସରେ ସେ ମାତ୍ର ୯୬ ରନ କରିଛନ୍ତି।ଏବେ ଏହାର ପରିଣାମ ପନ୍ତଙ୍କୁ ଆଇସିସି ମାନ୍ୟତାରେ ଭୋଗିବାକୁ ପଡ଼ିଛି ଏବଂ ବ୍ୟାଟର ମାନ୍ୟତାରେ ଟପ୍-୧୦ ତାଲିକାରୁ ପନ୍ତ ବାଦ୍ ପଡ଼ିଛନ୍ତି। ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଟେଷ୍ଟ ବ୍ୟାଟର ମାନ୍ୟତାରେ ସେ ଷଷ୍ଠ ସ୍ଥାନରେ ଥିଲେ। ମାତ୍ର ଏବେ ସେ ୧୧ତମ ସ୍ଥାନକୁ ଖସି ଆସିଛନ୍ତି।
ଏବେ ଆଇସିସି ଟେଷ୍ଟ ବ୍ୟାଟର ମାନ୍ୟତାରେ ଯଶସ୍ଵୀ ଜୟସ୍ଵାଲ ଏକ ମାତ୍ର ଭାରତୀୟ ବ୍ୟାଟର ଭାବେ ଟପ୍-୧୦ରେ ଅଛନ୍ତି। ଏହି ସିରିଜ୍ରେ ଜୟସ୍ଵାଲ ଦମଦାର ଆରମ୍ଭ କରିଥିଲେ। ପର୍ଥ ଟେଷ୍ଟର ଦ୍ଵିତୀୟ ଇନିଂସରେ ସେ ଶତକ ହାସଲ କରି ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମାତ୍ର ଏହା ପରେ ଲଗାତାର ଫ୍ଲପ୍ ହୋଇଛନ୍ତି। ପର୍ଥ ଟେଷ୍ଟ ପରେ ଜୟସ୍ଵାଲ କ୍ରମଶଃ ୪୫, ୦, ୨୪, ୪ ଓ ୪ ରନ କରିଛନ୍ତି। ଏହି ଖରାପ ପ୍ରଦର୍ଶନ ସତ୍ତ୍ଵେ ବି ଜୟସ୍ଵାଲ ଟେଷ୍ଟ ମାନ୍ୟତାରେ ୮୦୫ ରେଟିଂ ସହ ପଞ୍ଚମ ସ୍ଥାନରେ ରହିଛନ୍ତି।
Also read: କ୍ରିକେଟର ନମନ ଓଝାଙ୍କ ବାପାଙ୍କୁ ୭ ବର୍ଷ ଜେଲ୍ ୧୪ ଲକ୍ଷ ଜରିମାନ
ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଜୋ ରୁଟ୍ ୮୯୫ ରେଟିଂ ସହ ଶୀର୍ଷରେ ରହିଛନ୍ତି। ଏହା ପରେ ନିଜ ଦେଶର ସାଥୀ ଖେଳାଳି ହ୍ୟାରି ବ୍ରୁକ ୮୭୬ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡର କେନ ଓ୍ଵିଲିୟମସନ ୮୬୭ ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ରନ ବର୍ଷା କରୁଥିବା କଙ୍ଗାରୁ ବ୍ୟାଟର ଟ୍ରେଭିସ ହେଡ ଚତୁର୍ଥ ସ୍ଥାନରେ ରହିଛି। ତାଙ୍କର ଟେଟିଂ ପଏଣ୍ଟ ୮୨୫ ରହିଛି। ୮୦୫ ରେଟିଂ ସହ ଜୟସ୍ଵାଲ ପଞ୍ଚମରେ ରହିଛନ୍ତି। ଏହା ପରେ ଟପ୍-୧୦ରେ କ୍ରମଶଃ ଶ୍ରୀଲଙ୍କାର କାମେନ୍ଦୁ ମେଣ୍ଡିସ, ଦକ୍ଷିଣ ଆଫ୍ରିକାର ତେମ୍ବା ବାଭୁମା, ନ୍ୟୁଜିଲାଣ୍ଡର ଡାରିଲ ମିଚେଲ୍, ପାକିସ୍ତାନର ସାଉଦସକିଲ ଓ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ରହିଛି।