ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହରାଇଲା ଭାରତ

ନୂଆଦିଲ୍ଲୀ,୩।୫: ବାର୍ଷିକ ଅପଡେଟ୍ ପରେ ଆଇସିସି ପୁରୁଷ ମାନ୍ୟତାରେ ଅଷ୍ଟ୍ରେଲିଆ ଭାରତକୁ ଗୋଟିଏ ସ୍ଥାନ ପଛକୁ ଠେଲି ଏକ ନମ୍ବର ମାନ୍ୟତା ହାସଲ କରିଛି। ଯଦିଓ ଭାରତ ଦିନିକିଆ ଏବଂ ଟି୨୦ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛି। ଏହି କ୍ରମରେ, ମେ ୨୦୨୧ ପରେ ଖେଳାଯାଇଥିବା ମ୍ୟାଚ୍ ମାନ୍ୟତା ପାଇଁ ବିଚାରକୁ ନିଆଯାଏ, ଅର୍ଥାତ ଡିସେମ୍ବର ୨୦୨୦-ଜାନୁୟାରୀ ୨୦୨୧ ରେ ଅଷ୍ଟ୍ରେଲିଆରେ ଭାରତର ୨-୧ ସିରିଜ୍ ବିଜୟ ବାଦ ପଡିଛି। ମେ ୨୦୨୧ ରୁ ମେ […] The post ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହରାଇଲା ଭାରତ appeared first on Dharitri Odia News.

ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହରାଇଲା ଭାରତ

ନୂଆଦିଲ୍ଲୀ,୩।୫: ବାର୍ଷିକ ଅପଡେଟ୍ ପରେ ଆଇସିସି ପୁରୁଷ ମାନ୍ୟତାରେ ଅଷ୍ଟ୍ରେଲିଆ ଭାରତକୁ ଗୋଟିଏ ସ୍ଥାନ ପଛକୁ ଠେଲି ଏକ ନମ୍ବର ମାନ୍ୟତା ହାସଲ କରିଛି। ଯଦିଓ ଭାରତ ଦିନିକିଆ ଏବଂ ଟି୨୦ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛି।

ଏହି କ୍ରମରେ, ମେ ୨୦୨୧ ପରେ ଖେଳାଯାଇଥିବା ମ୍ୟାଚ୍ ମାନ୍ୟତା ପାଇଁ ବିଚାରକୁ ନିଆଯାଏ, ଅର୍ଥାତ ଡିସେମ୍ବର ୨୦୨୦-ଜାନୁୟାରୀ ୨୦୨୧ ରେ ଅଷ୍ଟ୍ରେଲିଆରେ ଭାରତର ୨-୧ ସିରିଜ୍ ବିଜୟ ବାଦ ପଡିଛି। ମେ ୨୦୨୧ ରୁ ମେ ୨୦୨୩ ମଧ୍ୟରେ ସମସ୍ତ ଫଳାଫଳ ୫୦% ରେ ରହିଥିଲା ବେଳେ ପରବର୍ତ୍ତୀ ୧୨ ମାସରେ ଫଳାଫଳଗୁଡିକ ବଦଳି ଯାଇଥିଲା ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ବିଜୟ ସହ ଅଷ୍ଟ୍ରେଲିଆ ଆଗରେ ରହିଥିଲା।

ଫଳସ୍ୱରୂପ, ଗତ ବର୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଜିତିଥିବା ଅଷ୍ଟ୍ରେଲିଆରେ ବର୍ତ୍ତମାନ ୧୨୪ ରେଟିଂ ପଏଣ୍ଟ, ଦ୍ୱିତୀୟ ସ୍ଥାନରେ ଥିବା ଭାରତ (୧୧୮) ଏବଂ ତୃତୀୟ ସ୍ଥାନରେ ଥିବା ଇଂଲଣ୍ଡ (୧୦୫) ଠାରୁ ୧୯ ଟି ଆଗରେ ରହିଛି। ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ନଭେମ୍ବରରେ ମାସରେ ଟେଷ୍ଟ ମ୍ୟାଚ୍ ଖେଳିବେ, ଯେତେବେଳେ ଉଭୁ ଟିମ୍ ପର୍ଥରେ ମୁହାଁମୁହିଁ ହେବେ।

ଦିନିକିଆ ମାନ୍ୟତାରେ ଭାରତ (୧୨୨) ପଏଣ୍ଟ ସହିତ ଅଷ୍ଟ୍ରେଲିଆ (୧୧୬) ଠାରୁ ଆଗରେ ରହିଛି। ସେହିପରି ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନରେ ରହିଛି ଏବଂ ଅଷ୍ଟ୍ରେଲିଆଠାରୁ ମାତ୍ର ଚାରି ପଏଣ୍ଟ ପଛରେ ରହିଛି। ପାକିସ୍ତାନ (୧୦୬) ଏବଂ ନ୍ୟୁଜିଲ୍ୟାଣ୍ଡ (୧୦୧) ଶ୍ରେଷ୍ଠ ପାଞ୍ଚଟି ସ୍ଥାନ ଅଧିକାର କରିଛନ୍ତି।

ଭାରତ ୨୬୪ ପଏଣ୍ଟ ସହ ଟି-ଟ୍ୱେଣ୍ଟିରେ ଏକନମ୍ବର ସ୍ଥାନରେ ଥିବାବେଳେ ଅଷ୍ଟ୍ରେଲିଆ (୨୫୭) ପଏଣ୍ଟକୁ ସହିତ ଦ୍ୱିତୀୟ ସ୍ଥାନରେ ରହିଛି।

The post ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହରାଇଲା ଭାରତ appeared first on Dharitri Odia News.