ଆଇସିୟୁରେ ପଦ୍ମଶ୍ରୀ କମଳା ପୂଜାରୀ
କଟକ,୧୨।୩(ଶିଳ୍ପା ପ୍ରିୟଦର୍ଶିନୀ)- ପଦ୍ମଶ୍ରୀ କମଳା ପୂଜାରୀ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ମଙ୍ଗଳବାର ଏସ୍ସିବି ମେଡିିକାଲ ମେଡିସିନ ବିଭାଗ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ମେଡିକାଲରେ ତାଙ୍କର ପରୀକ୍ଷା ନୀରିକ୍ଷା କରାଯାଉଥିବାବେଳେ ରକ୍ତହୀନତା, ମୂତ୍ର ସଂକ୍ରମଣ ଲକ୍ଷଣ ଦେଖାଦେଇଛି। ତାଙ୍କ ଚିକିତ୍ସା ପାଇଁ ମେଡିକାଲରେ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି। ମେଡିସିନ ବିଭାଗ ମୁଖ୍ୟ ପ୍ରଫେସର ଡା. ଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଡା. ବିଜୟ କୁମାର ବେହେରା, ନେଫ୍ରୋଲୋଜି ବିଭାଗର ଡା. ଅରୁଣ ଆଚାର୍ଯ୍ୟ, ନ୍ୟୁରୋଲୋଜି ବିଭାଗ ଡା. […] The post ଆଇସିୟୁରେ ପଦ୍ମଶ୍ରୀ କମଳା ପୂଜାରୀ appeared first on Dharitri Odia News.
କଟକ,୧୨।୩(ଶିଳ୍ପା ପ୍ରିୟଦର୍ଶିନୀ)- ପଦ୍ମଶ୍ରୀ କମଳା ପୂଜାରୀ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ମଙ୍ଗଳବାର ଏସ୍ସିବି ମେଡିିକାଲ ମେଡିସିନ ବିଭାଗ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ମେଡିକାଲରେ ତାଙ୍କର ପରୀକ୍ଷା ନୀରିକ୍ଷା କରାଯାଉଥିବାବେଳେ ରକ୍ତହୀନତା, ମୂତ୍ର ସଂକ୍ରମଣ ଲକ୍ଷଣ ଦେଖାଦେଇଛି। ତାଙ୍କ ଚିକିତ୍ସା ପାଇଁ ମେଡିକାଲରେ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି। ମେଡିସିନ ବିଭାଗ ମୁଖ୍ୟ ପ୍ରଫେସର ଡା. ଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଡା. ବିଜୟ କୁମାର ବେହେରା, ନେଫ୍ରୋଲୋଜି ବିଭାଗର ଡା. ଅରୁଣ ଆଚାର୍ଯ୍ୟ, ନ୍ୟୁରୋଲୋଜି ବିଭାଗ ଡା. ଅଶୋକ ମଲ୍ଲିକ ତାଙ୍କର ଚିକିତ୍ସା କରୁଛନ୍ତି। ଖବର ପାଇ ମେୟର ସୁବାସ ସିଂ ମେଡିିକାଲରେ ପହଞ୍ଚି କମଳାଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଚିକିତ୍ସା ନେଇ ଡାକ୍ତରଙ୍କ ସହିତ ଆଲୋଚନା କରିଛନ୍ତି। ଏନେଇ ଡା. ପଣ୍ଡା କହିଛନ୍ତି, ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ଥିବାରୁ ତାଙ୍କୁ କୋରାପୁଟ ମେଡିିକାଲରୁ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଛି। ମେଡ଼ିସିନ ବିଭାଗ ଆଇସିୟୁରେ ରଖାଯାଇ ସ୍ବତନ୍ତ୍ର ଡାକ୍ତରୀ ଦଳ ଦ୍ୱାରା ଚିକିତ୍ସା କରାଯାଉଛି। ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ଅନ୍ୟପଟେ ମେୟର ସିଂ କହିଛନ୍ତି, ଓଡ଼ିଶାର ଗର୍ବ ଓ ଗୌରବ ହେଉଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ। ରାଜ୍ୟ ସରକାର ତାଙ୍କ ଚିକତ୍ସା ନେଇ ଅବଗତ ରହିଛନ୍ତି ଏବଂ ତାଙ୍କର ଯେପରି ଏସ୍ସିବିରେ ଉତ୍ତମ ଭାବେ ଚିକିତ୍ସା କରାଯିବ ସେ ନେଇ ଗୁରୁତ୍ୱ ଦିଆଯାଇଛି। ସୂଚନା ଅନୁଯାୟୀ, ସୋମବାର କମଳା ଅଚେତ୍ ହୋଇଯିବାରୁ ପ୍ରଥମେ ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଳା। ପୂର୍ବରୁ ଗତ ଜାନୁଆରୀ ୫ରେ ସେ ଅସୁସ୍ଥ ହୋଇ ଏସ୍ସିବିରେ ଭର୍ତ୍ତି ହୋଇଥିଲେ।
The post ଆଇସିୟୁରେ ପଦ୍ମଶ୍ରୀ କମଳା ପୂଜାରୀ appeared first on Dharitri Odia News.