ଆଉ ଉଡିବନି 171, ଜୁନ୍ ୧୭ରୁ ଗାଟୱକିକୁ ଉଡ଼ିବ AI 159

ଆଉ ଉଡିବନି 171 । ଅହମ୍ମଦାବାଦରୁ ଲଣ୍ଡନର ଗାଟୱିକ ଯାଉଥିବା AI 171 ବିମାନ କ୍ରାସ୍ ହେବା ପରେ ନିଜ ସେବାରୁ 171 ଫ୍ଲାଇଟ ନମ୍ବର ହଟାଇବାକୁ ନିଷ୍ପତ୍ତି ନେଇଛି ଏୟାର ଇଣ୍ଡିଆ । ଜୁନ ୧୭ ତାରିଖରୁ ଅହମ୍ମଦାବାଦରୁ ଲଣ୍ଡନ ଗାଟୱିକ ଯାଉଥିବା ବିମାନର ନମ୍ବର AI 159 ହେବ ବୋଲି ଜଣାପଡିଛି । ବିମାନ ବୁକିଂରେ ଏଥିପାଇଁ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇଛି । ସେହିପରି ଏୟାର ଇଣ୍ଡିଆ ଏକ୍ସପ୍ରେସରୁ ମଧ୍ୟ 171 ନମ୍ବର ହଟାଇବାକୁ […] The post ଆଉ ଉଡିବନି 171, ଜୁନ୍ ୧୭ରୁ ଗାଟୱକିକୁ ଉଡ଼ିବ AI 159 appeared first on KNews Odisha.

ଆଉ ଉଡିବନି 171, ଜୁନ୍ ୧୭ରୁ ଗାଟୱକିକୁ ଉଡ଼ିବ AI 159
AIR INDIA Delhi

ଆଉ ଉଡିବନି 171 । ଅହମ୍ମଦାବାଦରୁ ଲଣ୍ଡନର ଗାଟୱିକ ଯାଉଥିବା AI 171 ବିମାନ କ୍ରାସ୍ ହେବା ପରେ ନିଜ ସେବାରୁ 171 ଫ୍ଲାଇଟ ନମ୍ବର ହଟାଇବାକୁ ନିଷ୍ପତ୍ତି ନେଇଛି ଏୟାର ଇଣ୍ଡିଆ ।

ଜୁନ ୧୭ ତାରିଖରୁ ଅହମ୍ମଦାବାଦରୁ ଲଣ୍ଡନ ଗାଟୱିକ ଯାଉଥିବା ବିମାନର ନମ୍ବର AI 159 ହେବ ବୋଲି ଜଣାପଡିଛି । ବିମାନ ବୁକିଂରେ ଏଥିପାଇଁ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇଛି । ସେହିପରି ଏୟାର ଇଣ୍ଡିଆ ଏକ୍ସପ୍ରେସରୁ ମଧ୍ୟ 171 ନମ୍ବର ହଟାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ସାଧାରଣତଃ ବଡ ଦୁର୍ଘଟଣାରେ ପରେ ଦୁର୍ଘଟଣାଗ୍ରସ୍ତ ବିମାନର ନମ୍ବରକୁ ସେବାରୁ ହଟାଇ ଦିଆଯାଇଥାଏ ।

ସୂଚନାଯୋଗ୍ୟ, ଗୁରୁବାର ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତିକ ବିମାନବନ୍ଦରରୁ ଲଣ୍ଡନ ଗାଟଉଇକ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ AI171 ଟେକ୍-ଅଫ୍ କରିବାର କିଛି ମିନିଟ ମଧ୍ୟରେ ମେଘାନୀ ନଗର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ଜନବସତି ଏବଂ ମେଡିକାଲ କଲେଜର ଛାତ ଉପରେ ପଡିଥିଲା । ଦୁର୍ଘଟଣାରେ ୨୬୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ସମଗ୍ର ଭାରତୀୟ ଦୁଃଖରେ ଭାଙ୍ଗିପଡିଛନ୍ତି ।  ଅହମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବୋଇଂ 787-8 ଡ୍ରିମଲାଇନର ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପରିବାରକୁ ଟାଟା ଗ୍ରୁପ୍ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛି ।

ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ କମିଟି ଗଠିତ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବ କମିଟିର ଅଧ୍ୟକ୍ଷ ରହିଛନ୍ତି । ୩ ମାସ ମଧ୍ୟରେ ରିପୋର୍ଟ ଦେବାକୁ ଉଚ୍ଚସ୍ତରୀୟ କମିଟିକୁ ନିର୍ଦ୍ଦେଶ । ୨୭୦ରୁ ଅଧିକ ଲୋକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବାବେଳେ ସେମାନଙ୍କ ଚିହ୍ନଟ ପାଇଁ ଡିଏନଏ ନମୁନା ମଗାଯାଇଛି ।

 

Also Read:  ଅହମଦାବାଦ ବିମାନ ଦୁର୍ଘଟଣା ତଦନ୍ତ ପାଇଁ କମିଟି ଗଠିତ, ୩ ମାସରେ ଆସିବ ରିପୋର୍ଟ

The post ଆଉ ଉଡିବନି 171, ଜୁନ୍ ୧୭ରୁ ଗାଟୱକିକୁ ଉଡ଼ିବ AI 159 appeared first on KNews Odisha.