ଆଉ ଏକ ବଡ଼ ଗ୍ୟାରେଣ୍ଟି ଦେଲେ କେଜ୍‌ରିଓ୍ବାଲ: ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମାଗଣାରେ ମିଳିବ…

ନୂଆଦିଲ୍ଲୀ,୧୮ା୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପୂର୍ବରୁ ଆମ ଆଦ୍‌ମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆପ୍‌ ସରକାର ଦିଲ୍ଲୀର ବୃଦ୍ଧଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବେ। ୬୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବ୍ୟକ୍ତି ଏହି ସୁବିଧାର ଲାଭ ପାଇପାରିବେ। କେଜ୍‌ରିଓ୍ବାଲ କହିଛନ୍ତି, ‘ଏହି ଯୋଜନା ଅଧୀନରେ ସମସ୍ତେ ସରକାରୀ କିମ୍ବା ବେସରକାରୀ ଡାକ୍ତରଖାନାରେ ମାଗଣା […] The post ଆଉ ଏକ ବଡ଼ ଗ୍ୟାରେଣ୍ଟି ଦେଲେ କେଜ୍‌ରିଓ୍ବାଲ: ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମାଗଣାରେ ମିଳିବ… appeared first on Dharitri Odia News.

ଆଉ ଏକ ବଡ଼ ଗ୍ୟାରେଣ୍ଟି ଦେଲେ କେଜ୍‌ରିଓ୍ବାଲ: ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମାଗଣାରେ ମିଳିବ…

ନୂଆଦିଲ୍ଲୀ,୧୮ା୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପୂର୍ବରୁ ଆମ ଆଦ୍‌ମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆପ୍‌ ସରକାର ଦିଲ୍ଲୀର ବୃଦ୍ଧଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବେ। ୬୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବ୍ୟକ୍ତି ଏହି ସୁବିଧାର ଲାଭ ପାଇପାରିବେ।

କେଜ୍‌ରିଓ୍ବାଲ କହିଛନ୍ତି, ‘ଏହି ଯୋଜନା ଅଧୀନରେ ସମସ୍ତେ ସରକାରୀ କିମ୍ବା ବେସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା ପାଇବେ। ସରକାର ଗଠନ ହେବା ମାତ୍ରେ ଦିଲ୍ଲୀ ସରକାର ଏହି ଯୋଜନା ପାସ୍‌ କରିବେ ଏବଂ ବୃଦ୍ଧମାନଙ୍କ ସ୍ବାସ୍ଥ୍ୟର ଯତ୍ନ ନେବେ। ଏହାର ପ୍ରତିବଦଳରେ ସମସ୍ତେ ଭୋଟ୍‌ ଦିନ ଆମ୍‌ ଆଦମୀ ପାର୍ଟିକୁ ଆଶୀର୍ବାଦ ସମର୍ଥନ ଭାବରେ ଦିଲ୍ଲୀର ପ୍ରାର୍ଥୀମାନେ ଆଶା କରୁଛନ୍ତି।’

ସେ ଆହୁରି ମଧ୍ୟ କହିଛନ୍ତି, ଆମ ସରକାର ଧନୀ ଏବଂ ଗରିବଙ୍କ ମଧ୍ୟରେ ପାର୍ଥକ୍ୟ ଦେଖିବେ ନାହିଁ। ସମସ୍ତଙ୍କ ଚିକିତ୍ସା ମାଗଣା ହେବ। ଶୀଘ୍ର ବୃଦ୍ଧଙ୍କ ପଞ୍ଜୀକରଣ ଆରମ୍ଭ ହେବ ଏବଂ ଶୀଘ୍ର ସମସ୍ତଙ୍କୁ ଆଇଡି କାର୍ଡ ପ୍ରଦାନ କରାଯିବ।’

ଆଜି ସକାଳେ ତାଙ୍କ ଏକ୍ସ ପୋଷ୍ଟରେ ଲେଖିଥିଲେ, ସେ ଆଜି ଅପରାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାକୁ ଯାଉଛନ୍ତି। ଏହି ଘୋଷଣା ଆମର ବୟସ୍କମାନଙ୍କ ପାଇଁ ହେବ ଏବଂ ଦିଲ୍ଲୀ ମଡେଲରେ ଆଉ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ ।

ଏହାପୂର୍ବରୁ ଅର୍ଥାତ୍‌ ଡିସେମ୍ବର ୧୨ରେ କେଜ୍‌ରିଓ୍ବାଲ ମହିଳାମାନଙ୍କ ପାଇଁ ‘ମହିଳା ସମ୍ମାନ ଯୋଜନା’ ଘୋଷଣା କରିଥିଲେ। ଏହି ଯୋଜନା ଅଧୀନରେ ସରକାର ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ପ୍ରତି ମାସରେ ୧ ହଜାର ଟଙ୍କା ପଠାଇବା ପାଇଁ ଘୋଷଣା କରିଥିଲେ। ପରେ ସେ କହିଥିଲେ ଯେ, ମହିଳାମାନଙ୍କୁ ୧୦୦୦ ଟଙ୍କା ବଦଳରେ ୨୧୦୦ ଟଙ୍କା ଦିଆଯିବ।

The post ଆଉ ଏକ ବଡ଼ ଗ୍ୟାରେଣ୍ଟି ଦେଲେ କେଜ୍‌ରିଓ୍ବାଲ: ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମାଗଣାରେ ମିଳିବ… appeared first on Dharitri Odia News.