ଆଉ ଏକ ମହାମାରୀର ଦ୍ୱାରଦେଶର ବିଶ୍ୱ: ଭୟଙ୍କର ହେଉଛି H5N1 ଫ୍ଲୁ, ବିଶେଷଜ୍ଞ କହୁଛନ୍ତି- କୋଭିଡ୍‌ ଠାରୁ ବିନାଶକାରୀ ହେବ

ନୂଆଦିଲ୍ଲୀ: ବାର୍ଡଫ୍ଲୁ ମହାମାରୀ ବ୍ୟାପିବା ନେଇ ସତର୍କ ସୂଚନା ଜାରି କଲେଣି ବିଶେଷଜ୍ଞ। ଏହା କୋଭିଡ୍-୧୯ ଠାରୁ ବି ବିନାଶକାରୀ ହେବ ବୋଲି କୁହାଯାଉଛି। ବିଶେଷ କରି H5N1 ଷ୍ଟ୍ରେନ୍‌ ଅଧିକ ବିପଦ ସୃଷ୍ଟି କରିବ। କାରଣ ଏହି ଷ୍ଟ୍ରେନ୍‌ ବିଶ୍ୱରେ ପୁଣି ଏକ ବିନାଶକାରୀ ମହାମାରୀ ସୃଷ୍ଟି କରିବା ଦିଗରେ ଭୟଙ୍କର ଭାବେ ଅଗ୍ରସର ହେଉଛି ବୋଲି ବିଶେଷଜ୍ଞମାନେ ଚେତାଇଲେଣି। ସେପଟେ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍‌ ହାଉସ୍ କହିଛି ଫ୍ଲୁ ବ୍ୟାପିବା ସ୍ଥିତି ଉପରେ ସତର୍କତାର ନଜର ରଖାଯାଇଛି।ଏକାଧିକ ରୋଗୀ ଚିହ୍ନଟ ହେତୁ ବଢ଼ିଲା ଚିନ୍ତାବିଭିନ୍ନ ସ୍ଥାନରେ ଗାଈ, ବିଲେଇ ଏବଂ ମଣିଷ ଭଳି ସ୍ତନ୍ୟପାୟୀ ପ୍ରାଣୀଙ୍କ ଦେହରେ H5N1 ଚିହ୍ନଟ ହେଉଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଯାଇଛି। କାରଣ ଏହା ମଣିଷ ଦେହରେ ସହଜରେ ପ୍ରବେଶ କରିବା ପାଇଁ ରୂପାନ୍ତରିତ ହୋଇ ଚାଲିଛି। ଆମେରିକାର ଟେକ୍ସାସ ସହରରେ ଗୋପାଳନ  କରୁଥିବା ଜଣେ ଚାଷୀ H5N1 ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ୬ଟି ରାଜ୍ୟରେ ଗାଈମାନଙ୍କର ୧୨ଟି ଦଳ ଓ ଟେକ୍ସାସର ୩ଟି ବିଲେଇଙ୍କର ଏହି ଭାଇରସରେ ସଂକ୍ରମିତ ହୋଇ ମୃତ୍ୟୁ ହୋଇଛି। ଡେଲି ମେଲ୍‌ରେ ଏହି ରିପୋର୍ଟ ପ୍ରକାଶ ପାଇଛି।  ପଢ଼ନ୍ତୁ-ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ୨୦୨୫ ମାର୍ଚ୍ଚ ଯାଏ ୭୮୨ ଅତିଆବଶ୍ୟକୀୟ ଔଷଧର ମୂଲ୍ୟରେ ହେବନି ବୃଦ୍ଧିଏକ୍ସପର୍ଟଙ୍କ ମତଭାରତର ଖ୍ୟାତନାମା ବାର୍ଡ ଫ୍ଲୁ ଗବେଷକ ଡ. ସୁରେଶ କୁଚିପୁଡି ଏନ

ଆଉ ଏକ ମହାମାରୀର ଦ୍ୱାରଦେଶର ବିଶ୍ୱ: ଭୟଙ୍କର ହେଉଛି H5N1 ଫ୍ଲୁ, ବିଶେଷଜ୍ଞ କହୁଛନ୍ତି- କୋଭିଡ୍‌ ଠାରୁ ବିନାଶକାରୀ ହେବ

ନୂଆଦିଲ୍ଲୀ: ବାର୍ଡଫ୍ଲୁ ମହାମାରୀ ବ୍ୟାପିବା ନେଇ ସତର୍କ ସୂଚନା ଜାରି କଲେଣି ବିଶେଷଜ୍ଞ। ଏହା କୋଭିଡ୍-୧୯ ଠାରୁ ବି ବିନାଶକାରୀ ହେବ ବୋଲି କୁହାଯାଉଛି। ବିଶେଷ କରି H5N1 ଷ୍ଟ୍ରେନ୍‌ ଅଧିକ ବିପଦ ସୃଷ୍ଟି କରିବ। କାରଣ ଏହି ଷ୍ଟ୍ରେନ୍‌ ବିଶ୍ୱରେ ପୁଣି ଏକ ବିନାଶକାରୀ ମହାମାରୀ ସୃଷ୍ଟି କରିବା ଦିଗରେ ଭୟଙ୍କର ଭାବେ ଅଗ୍ରସର ହେଉଛି ବୋଲି ବିଶେଷଜ୍ଞମାନେ ଚେତାଇଲେଣି। ସେପଟେ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍‌ ହାଉସ୍ କହିଛି ଫ୍ଲୁ ବ୍ୟାପିବା ସ୍ଥିତି ଉପରେ ସତର୍କତାର ନଜର ରଖାଯାଇଛି।

ଏକାଧିକ ରୋଗୀ ଚିହ୍ନଟ ହେତୁ ବଢ଼ିଲା ଚିନ୍ତା

ବିଭିନ୍ନ ସ୍ଥାନରେ ଗାଈ, ବିଲେଇ ଏବଂ ମଣିଷ ଭଳି ସ୍ତନ୍ୟପାୟୀ ପ୍ରାଣୀଙ୍କ ଦେହରେ H5N1 ଚିହ୍ନଟ ହେଉଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଯାଇଛି। କାରଣ ଏହା ମଣିଷ ଦେହରେ ସହଜରେ ପ୍ରବେଶ କରିବା ପାଇଁ ରୂପାନ୍ତରିତ ହୋଇ ଚାଲିଛି। ଆମେରିକାର ଟେକ୍ସାସ ସହରରେ ଗୋପାଳନ  କରୁଥିବା ଜଣେ ଚାଷୀ H5N1 ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ୬ଟି ରାଜ୍ୟରେ ଗାଈମାନଙ୍କର ୧୨ଟି ଦଳ ଓ ଟେକ୍ସାସର ୩ଟି ବିଲେଇଙ୍କର ଏହି ଭାଇରସରେ ସଂକ୍ରମିତ ହୋଇ ମୃତ୍ୟୁ ହୋଇଛି। ଡେଲି ମେଲ୍‌ରେ ଏହି ରିପୋର୍ଟ ପ୍ରକାଶ ପାଇଛି।  

ପଢ଼ନ୍ତୁ-ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ୨୦୨୫ ମାର୍ଚ୍ଚ ଯାଏ ୭୮୨ ଅତିଆବଶ୍ୟକୀୟ ଔଷଧର ମୂଲ୍ୟରେ ହେବନି ବୃଦ୍ଧି

ଏକ୍ସପର୍ଟଙ୍କ ମତ

ଭାରତର ଖ୍ୟାତନାମା ବାର୍ଡ ଫ୍ଲୁ ଗବେଷକ ଡ. ସୁରେଶ କୁଚିପୁଡି ଏନେଇ ସତର୍କ ସୂଚନା ଜାରି କରିଛନ୍ତି। H5N1 ପାଇଁ ଆମେ ପୁଣି ଏକ ମହାମାରୀର ଦ୍ୱାରଦେଶରେ ପହଞ୍ଚିଲେଣି ବୋଲି କୁଚିପୁଡ଼ି କହିଛନ୍ତି। ମହାମାରୀ ଖେଳାଇବା ପାଇଁ ଏହି ଭାଇରସ ମଣିଷ ସମେତ ସ୍ତନ୍ୟପାୟୀ ପ୍ରାଣୀଙ୍କ ଦେହର କେତେ ଶୀଘ୍ର ବ୍ୟାପେ ତା’ର ଦକ୍ଷତା ପୂର୍ବରୁ ଦେଖାଯାଇ ସାରିଛି। 

ତେବେ ସବୁଠାରୁ ବଡ଼ କଥା ହେଲା ଏହି ଭୂତାଣୁ ଦ୍ରୁତ ବ୍ୟାପିବା ସହିତ ମୃତ୍ୟୁ ଆଶଙ୍କା ଉଚ୍ଚ ସ୍ତରରେ ରହିଛି। ତେଣୁ କୋଭିଡ୍ ଭଳି ଏହା ବିଶ୍ୱ ମହାମାରୀ ସୃଷ୍ଟି କରିପାରେ ବୋଲି ଫାର୍ମସୁଟିକାଲ ଇଣ୍ଡଷ୍ଟ୍ରୀ କନସଲ୍ଟାଣ୍ଟ ଜନ ଫୁଲଟନ କହିଛନ୍ତି।ଯଦି ମୃତ୍ୟୁ ଆଶଙ୍କା ଏହିଭଳି ରହେ ତେବେ H5N1ଫ୍ଲୁ କୋଭିଡ୍-୧୯ ଠାରୁ ୧୦୦ ଗୁଣା ଖରାପ ସ୍ଥିତି ସୃଷ୍ଟି କରିବ ବୋଲି ଫୁଲ୍‌ଟନ କହିଛନ୍ତି।   

H5N1 ମୃତ୍ୟୁ ଆଶଙ୍କା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁସାରେ H5N1 ମୃତ୍ୟୁ ଆଶଙ୍କା ୫୨ ପ୍ରତିଶତ ରହିଛି। ୨୦୦୩ରୁ ସଂଗୃହୀତ ତଥ୍ୟ ଅନୁସାରେ ଏହି ଆକଳନ କରାଯାଇଛି। ଏହା ତୁଳନାରେ କୋଭିଡ୍-୧୯ରେ ମୃତ୍ୟୁ ଆଶଙ୍କା କମ୍ ରହିଛି। ୨୦୨୦ ଠାରୁ ତଥ୍ୟ ଦେଖିଲେ ୩୦ ପ୍ରତିଶତ H5N1 ସଂକ୍ରମିତଙ୍କର ମୃତ୍ୟୁ ହୋଇଛି।