ଆଉ ଏକ ମିତ୍ର ଗଲା

ପଡ଼ୋଶୀ ରାଷ୍ଟ୍ର ବିରୋଧୀ ନୀତି ଯୋଗୁ ଭାରତ ଗୋଟିଏ ଗୋଟିଏ ପଡ଼ୋଶୀକୁ ହାତଛଡ଼ା କରୁଥିବା ଦେଖିବାକୁ ମିଳୁଛି। ପାକିସ୍ତାନ ଓ ଚାଇନା ଏମିତିରେ ଭାରତ ବିରୋଧୀ ଥିବାବେଳେ ନେପାଳ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ପର୍ଯ୍ୟାୟକ୍ରମେ ଦୂରେଇ ଯାଇଛନ୍ତି। ମ୍ୟାନ୍‌ମାର ଭଳି ଦେଶ ଭାରତ ବିରୋଧୀ ହୋଇଥିବା ସମସ୍ତେ ଜାଣନ୍ତି। ମ୍ୟାନ୍‌ମାରର ମିଲିଟାରୀକୁ ଭାରତ ଯେଉଁଭଳି ସମର୍ଥନ କରିଥିଲା ତା’ର କୁଫଳ ଆଗକୁ ଭୋଗିବାକୁ ପଡ଼ିବ। ସେଠାରେ ସାଧାରଣ ନାଗରିକର ପ୍ରବଳ ବିରୋଧ ଏବଂ ଗୃହଯୁଦ୍ଧ ଭଳି ସ୍ଥିତି […] The post ଆଉ ଏକ ମିତ୍ର ଗଲା appeared first on Dharitri Odia News.

ଆଉ ଏକ ମିତ୍ର ଗଲା

ପଡ଼ୋଶୀ ରାଷ୍ଟ୍ର ବିରୋଧୀ ନୀତି ଯୋଗୁ ଭାରତ ଗୋଟିଏ ଗୋଟିଏ ପଡ଼ୋଶୀକୁ ହାତଛଡ଼ା କରୁଥିବା ଦେଖିବାକୁ ମିଳୁଛି। ପାକିସ୍ତାନ ଓ ଚାଇନା ଏମିତିରେ ଭାରତ ବିରୋଧୀ ଥିବାବେଳେ ନେପାଳ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ପର୍ଯ୍ୟାୟକ୍ରମେ ଦୂରେଇ ଯାଇଛନ୍ତି। ମ୍ୟାନ୍‌ମାର ଭଳି ଦେଶ ଭାରତ ବିରୋଧୀ ହୋଇଥିବା ସମସ୍ତେ ଜାଣନ୍ତି। ମ୍ୟାନ୍‌ମାରର ମିଲିଟାରୀକୁ ଭାରତ ଯେଉଁଭଳି ସମର୍ଥନ କରିଥିଲା ତା’ର କୁଫଳ ଆଗକୁ ଭୋଗିବାକୁ ପଡ଼ିବ। ସେଠାରେ ସାଧାରଣ ନାଗରିକର ପ୍ରବଳ ବିରୋଧ ଏବଂ ଗୃହଯୁଦ୍ଧ ଭଳି ସ୍ଥିତି ଲାଗିରହିଛି। ସେଥିପାଇଁ ସାଧାରଣ ନାଗରିକ ମିଲିଟାରୀ ବିରୋଧରେ ହତିଆର ଉଠାଇଛନ୍ତି। ଏହାର ପରିଣାମ ଆଗକୁ କେଉଁଭଳି ରୂପ ଧାରଣ କରିବ ତାହା ଅନୁମାନ କରିବା କଷ୍ଟକର ନୁହେଁ। ମିଲିଟାରୀରେ ଥିବା ଲୋକଙ୍କ ପରିବାର ମଧ୍ୟ ଅଛନ୍ତିି। ଯେତେବେଳେ ନାଗରିକ ସମୂହ ଭାବେ ବିରୋଧ କରିବେ, ସେତେବେଳେ ସବୁଠାରୁ ଶକ୍ତିଶାଳୀ ବନ୍ଧୁକ ମଧ୍ୟ ନୀରବ ପଡ଼ିଯିବ। ଏଭଳି ପରିସ୍ଥିତି ଏବେ ନ ହେଲେ ମଧ୍ୟ କାଲି ଅତି ଶୀଘ୍ର ଆସିବ। ଯଦି ତାହା ଘଟିବ ସେତେବେଳେ ଭାରତ ଏକ ବିରୋଧୀ ରାଷ୍ଟ୍ର ଭାବେ ତାଙ୍କ ଜନସାଧାରଣଙ୍କ ଦ୍ୱାରା ଦୀର୍ଘକାଳ ପରିଲକ୍ଷିତ ହେବ।
ଏବେ ଆଉ ଏକ ମିତ୍ର ମାଳଦ୍ୱୀପ ଗଲା। ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁ ମାର୍ଚ୍ଚ ୧୫ ସୁଦ୍ଧା ତାଙ୍କ ଦେଶରୁ ଭାରତୀୟ ସୈନ୍ୟଙ୍କୁ ଫେରାଇ ନେବା ପାଇଁ ନୂଆଦିଲ୍ଲୀକୁ କହିଛନ୍ତି। ସେଠାକାର ଲୋକଙ୍କ ଜୀବନଜୀବିକା ପାଇଁ ମୁଖ୍ୟ ବ୍ୟବସାୟ ଭାବେ ପର୍ଯ୍ୟଟନ ଥିବାବେଳେ ଭାରତ ସେହି ଦାନାପାଣିରେ ମାଡ଼ କରିବାକୁ ଚେଷ୍ଟା କରିଥିବା କଥା ସେଠାକାର ନାଗରିକମାନେ ମନେ ରଖିବେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲାକ୍ଷାଦ୍ୱୀପ ଗସ୍ତରେ ଯାଇ ସୋସିଆଲ ମିଡିଆରେ ନିଜ ଫଟୋ ଓ ଭିଡିଓକୁ ଶେୟାର କରିଥିଲେ। ଏପରି କି ଲାକ୍ଷାଦ୍ୱୀପର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଥିଲେ, ଯାହାକି ଅତ୍ୟନ୍ତ ସ୍ବାଭାବିକ। ହେଲେ ସେ ସେଥିରେ ମାଳଦ୍ୱୀପ ସହିତ ଲାକ୍ଷାଦ୍ୱୀପର ତୁଳନା କରି ନ ଥିଲେ। କିନ୍ତୁ ପରେ ଅନେକ ଭାଜପା ସମର୍ଥକ ସେଥିରୁ ଖିଅ ଟାଣି ମାଳଦ୍ୱୀପ ସହିତ ଲାକ୍ଷାଦ୍ୱୀପର ତୁଳନା କରି ମାଳଦ୍ୱୀପକୁ ଭର୍ତ୍ସନା କରିଥିଲେ। ନିକଟରେ ମାଳଦ୍ୱୀପରେ ହୋଇଥିବା ନିର୍ବାଚନରେ ଭାରତ ବିରୋଧୀ ପ୍ରାର୍ଥୀ ଭାବେ ମୋହମ୍ମଦ ମୁଇଜୁ ରାଷ୍ଟ୍ରପତି ନିର୍ବାଚନ ଜିଣିଥିଲେ। ସେଥିପାଇଁ ଭାରତର ବୈଦେଶିକ ମନ୍ତ୍ରଣାଳୟ ଅତ୍ୟନ୍ତ ସଜାଗ ରହି ପ୍ରଧାନମନ୍ତ୍ରୀଙ୍କୁ ଏଭଳି କୌଣସି ମନ୍ତବ୍ୟ ନ ଦେବା ସକାଶେ ପରାମର୍ଶ ଦେବା ଉଚିତ ଥିଲା, ଯେଉଁଥିରେ ମାଳଦ୍ୱୀପ ପରୋକ୍ଷରେ କ୍ଷତିଗ୍ରସ୍ତ ହୋଇ ନ ଥାଆନ୍ତା। ଏହି ନୂତନ ଶତ୍ରୁତା ମାଳଦ୍ୱୀପଠାରୁ ଭାରତ ପାଇଁ ଅଧିକ କ୍ଷତିଗ୍ରସ୍ତ ହେବ।

The post ଆଉ ଏକ ମିତ୍ର ଗଲା appeared first on Dharitri Odia News.