ଆଉ ଏକ ଯୁଦ୍ଧ ଆଶଙ୍କା, ଇରାନ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ
ସମାଜ ଡିଜିଟାଲ ଡେସ୍କ: ଇରାନ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଛି। ଆକ୍ରମଣର କାରଣ ଜଣାପଡ଼ି ନ ଥିଲେ ହେଁ ଇସ୍ରାଏଲର ଏହି ପଦକ୍ଷେପ ଆଉ ଏକ ଯୁଦ୍ଧର ସଙ୍କେତ ଦେଇଛି। ଇରାନ ପ୍ରତିଆକ୍ରମଣ କଲେ ବିଶ୍ଵ ପୁଣି ଏକ ଯୁଦ୍ଧକୁ ସାମ୍ନା କରିବା ନିଶ୍ଚିତ ବୋଲି କୁହାଯାଉଛି। ଗୁରୁବାର ବିଳମ୍ବିତ ରାତିରେ ଇରାନର ରାଜଧାନୀ ତେହେରାନ ସହର ଉପରେ ଇସ୍ରାଏଲ ପକ୍ଷରୁ ଆକ୍ରମଣ କରାଯାଇଛି। ଇରାନର ସରକାରୀ ଗଣମାଧ୍ୟମ ଆକ୍ରମଣ ନେଇ ସ୍ପଷ୍ଟ କରିଛି। ଇରାନର ଆଣବିକ […]

ସମାଜ ଡିଜିଟାଲ ଡେସ୍କ: ଇରାନ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଛି। ଆକ୍ରମଣର କାରଣ ଜଣାପଡ଼ି ନ ଥିଲେ ହେଁ ଇସ୍ରାଏଲର ଏହି ପଦକ୍ଷେପ ଆଉ ଏକ ଯୁଦ୍ଧର ସଙ୍କେତ ଦେଇଛି। ଇରାନ ପ୍ରତିଆକ୍ରମଣ କଲେ ବିଶ୍ଵ ପୁଣି ଏକ ଯୁଦ୍ଧକୁ ସାମ୍ନା କରିବା ନିଶ୍ଚିତ ବୋଲି କୁହାଯାଉଛି।
ଗୁରୁବାର ବିଳମ୍ବିତ ରାତିରେ ଇରାନର ରାଜଧାନୀ ତେହେରାନ ସହର ଉପରେ ଇସ୍ରାଏଲ ପକ୍ଷରୁ ଆକ୍ରମଣ କରାଯାଇଛି। ଇରାନର ସରକାରୀ ଗଣମାଧ୍ୟମ ଆକ୍ରମଣ ନେଇ ସ୍ପଷ୍ଟ କରିଛି।
ଇରାନର ଆଣବିକ ଏବଂ ସାମରିକ କେନ୍ଦ୍ରକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ବିବୃତିରେ କହିଛନ୍ତି। ଇରାନର ଆଣବିକ କାର୍ଯ୍ୟକ୍ରମ ଇସ୍ରାଏଲ ପ୍ରତି ବିପଦ ସୃଷ୍ଟି କରିଛି। ତେଣୁ ଏହା ବିରୋଧରେ ଇସ୍ରାଏଲ ‘ଅପରେସନ ରାଇଜିଂ’ ଆରମ୍ଭ କରିଥିବା ନେତାନ୍ୟାହୁ କହିଛନ୍ତି। ମିଶନ ଶେଷ ନ ହେବା ପର୍ଯ୍ୟନ୍ତ ଅପରେସନ ଜାରି ରହିବ ବୋଲି ସେ କହିଛନ୍ତି।