ଆଉ କିଛି ସମୟ ପରେ ଖେଳାଯିବ ଭାରତ-ଇଂଲଣ୍ଡ ଶେଷ ଟି-୨୦, ସାମିଙ୍କ ଫିଟ୍‌‌ନେସ୍‌‌ ଉପରେ ନଜର

ମୁମ୍ବଇ : ପୁଣେରେ ଶୁକ୍ରବାର ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ଭାରତ ବିଜୟୀ ହେବା ପରେ ୫ ମ୍ୟାଚ୍‌‌ ବିଶିଷ୍ଟ ସିରିଜ୍‌‌ର ଗୁରୁତ୍ୱ କମିଯାଇଛି। ପୁଣେ ବିଜୟ ସହ ଭାରତ ୩-୧ରେ ଆଗୁଆ ସିରିଜ୍‌‌ କବ୍‌‌ଜା କରିଛି। ଇଂଲଣ୍ଡ ବିପକ୍ଷରେ ଏହା ଭାରତର କ୍ରମାଗତ ୫ମ ଟି-୨୦ ସିରିଜ୍‌‌ ବିଜୟ। ଏହାଛଡ଼ା ଘରୋଇ ମାଟିରେ ଭାରତ କ୍ରମାଗତ ୧୭ଟି ସିରିଜ୍‌‌ରେ ଅପରାଜେୟ ରହିଛି। ଏଭଳି ସ୍ଥିତିରେ ଆଜି ଆଉ କିଛି ସମୟ ପରେ ୱାଙ୍ଖଡେ ଷ୍ଟାଡିୟମ୍‌‌ରେ ୫ମ ତଥା […]

ଆଉ କିଛି ସମୟ ପରେ ଖେଳାଯିବ ଭାରତ-ଇଂଲଣ୍ଡ ଶେଷ ଟି-୨୦, ସାମିଙ୍କ ଫିଟ୍‌‌ନେସ୍‌‌ ଉପରେ ନଜର
today India vs England 5th T20

ମୁମ୍ବଇ : ପୁଣେରେ ଶୁକ୍ରବାର ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ଭାରତ ବିଜୟୀ ହେବା ପରେ ୫ ମ୍ୟାଚ୍‌‌ ବିଶିଷ୍ଟ ସିରିଜ୍‌‌ର ଗୁରୁତ୍ୱ କମିଯାଇଛି। ପୁଣେ ବିଜୟ ସହ ଭାରତ ୩-୧ରେ ଆଗୁଆ ସିରିଜ୍‌‌ କବ୍‌‌ଜା କରିଛି। ଇଂଲଣ୍ଡ ବିପକ୍ଷରେ ଏହା ଭାରତର କ୍ରମାଗତ ୫ମ ଟି-୨୦ ସିରିଜ୍‌‌ ବିଜୟ। ଏହାଛଡ଼ା ଘରୋଇ ମାଟିରେ ଭାରତ କ୍ରମାଗତ ୧୭ଟି ସିରିଜ୍‌‌ରେ ଅପରାଜେୟ ରହିଛି। ଏଭଳି ସ୍ଥିତିରେ ଆଜି ଆଉ କିଛି ସମୟ ପରେ ୱାଙ୍ଖଡେ ଷ୍ଟାଡିୟମ୍‌‌ରେ ୫ମ ତଥା ଶେଷ ଟି-୨୦ ମୁକାବିଲା ଅନୁଷ୍ଠିତ ହେବ।

ସିରିଜ୍‌‌ର ଫଳାଫଳ ଲାଗି ଏହା ହୁଏତ ଗୁରୁତ୍ୱ ରଖୁନାହିଁ। କିନ୍ତୁ ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଫାଷ୍ଟ ବୋଲର ମହମ୍ମଦ୍‌‌ ସାମିଙ୍କ ଫିଟ୍‌‌ନେସ୍‌‌ ଜାଣିବା ନିହାତି ଜରୁରୀ ହୋଇପଡ଼ିଛି। ଭାରତର ପ୍ରମୁଖ ଫାଷ୍ଟ ବୋଲର ଯଶପ୍ରୀତ୍‌‌ ବୁମ୍‌‌ରାଙ୍କ ଫିଟ୍‌‌ନେସ ସମ୍ପର୍କରେ ସନ୍ଦେହ ରହିଛି। ଏଣୁ ସାମି ଯେପରି ଫିଟ୍‌‌ ହୋଇ ଚାମ୍ପିଅନ୍ସ ଟ୍ରଫି ଖେଳିପାରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଏଣୁ ୍ରାଜିର ଏହି ମ୍ୟାଚ୍‌‌ ସାମିଙ୍କ ଲାଗି ଅନେକ ଗୁରୁତ୍ୱ ରଖୁଛି। ସେହିପରି ଫର୍ମରେ ନ ଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଫର୍ମ ହରାଇଥିବା ଓପନର ସଞ୍ଜୁ ସାମସନଙ୍କ ଲାଗି ମଧ୍ୟ ଏହି ମ୍ୟାଚ୍‌‌ ଅନେକ ଗୁରୁତ୍ୱ ରଖୁଛି। ଉଭୟ ବ୍ୟାଟର ଗୋଟିକ ପରେ ଗୋଟିଏ ୪ଟି ମ୍ୟାଚରେ ବିଫଳ ହୋଇଛନ୍ତି। କେବଳ ଭାରତର ସ୍ପିନରଙ୍କ ଯୋଗୁଁଁ ଦଳ ସିରିଜ୍‌‌ କବ୍‌‌ଜା କରିବାରେସମର୍ଥ ହୋଇଛି।

ଅନ୍ୟପକ୍ଷରେ ଇଂଲଣ୍ଡ ଅଧିନାୟକ ଜୋସ୍‌‌ ବଟ୍ଟଲରଙ୍କର ସୀମିତ ଓଭର କ୍ରିକେଟରେ ସ୍ୱତନ୍ତ୍ର ସ୍ଥାନ ରହିଛି। କିନ୍ତୁ ସେ ତାଙ୍କ ଦକ୍ଷତା ଅନୁଯାୟୀ ଖେଳ ପ୍ରଦର୍ଶନ କରିପାରି ନାହାନ୍ତି। ଏଠାରେ ବଟ୍ଟଲର ଏକ ଚମତ୍କାର ଇନିଂସ ଖେଳି ଇଂଲଣ୍ଡକୁ ବିଜୟ ଧାରାକୁ ଫେରାଇଆଣିବେ ବୋଲି ଆଶା ରଖିଛନ୍ତି।