ଆଉ କେହି ରହିବେନି ଅପାଠୁଆ, ସଭିଏଁ ସ୍କୁଲ ଯିବା……

କର୍ଲାମୁଣ୍ଡା,୨।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ବ୍ଲକ ଶିକ୍ଷା ବିଭାଗ କାର୍ଯ୍ୟାଳୟଠାରେ ବୁଧବାର ସଭିଏଁ ସ୍କୁଲ ଯିବା ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି ପାଇଁ ସଚେତନ ରଥ ଉଦ୍‌ଘାଟନ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ସରପଞ୍ଚ ସ୍ବର୍ଣ୍ଣଲତା ସାହୁ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର ସା ଓ ରୋହିତ କୁମାର ରଣା, ଗୋପମଣୀ ସାହୁ, ଆଦିବାସୀ ନେତା ନନ୍ଦି କିଶୋର ଭୋଇ, ନୋଡାଲ ସିଆରସିସି ପ୍ରସନ୍ନ କୁମାର ସାହୁ , ତେରେସିଙ୍ଗା […] The post ଆଉ କେହି ରହିବେନି ଅପାଠୁଆ, ସଭିଏଁ ସ୍କୁଲ ଯିବା…… appeared first on Dharitri Odia News.

ଆଉ କେହି ରହିବେନି ଅପାଠୁଆ, ସଭିଏଁ ସ୍କୁଲ ଯିବା……

କର୍ଲାମୁଣ୍ଡା,୨।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ବ୍ଲକ ଶିକ୍ଷା ବିଭାଗ କାର୍ଯ୍ୟାଳୟଠାରେ ବୁଧବାର ସଭିଏଁ ସ୍କୁଲ ଯିବା ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି ପାଇଁ ସଚେତନ ରଥ ଉଦ୍‌ଘାଟନ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ସରପଞ୍ଚ ସ୍ବର୍ଣ୍ଣଲତା ସାହୁ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର ସା ଓ ରୋହିତ କୁମାର ରଣା, ଗୋପମଣୀ ସାହୁ, ଆଦିବାସୀ ନେତା ନନ୍ଦି କିଶୋର ଭୋଇ, ନୋଡାଲ ସିଆରସିସି ପ୍ରସନ୍ନ କୁମାର ସାହୁ , ତେରେସିଙ୍ଗା ସିଆରସିସି ହେମନ୍ତ ନାଏକ, ରିଷିଡା ସିଆରସିସି ବିଶିକେସନ ସୁନା, ୱାର୍ଡ ମେମ୍ବର ଚନ୍ଦ୍ରଭାନୁ ସାହୁ, ସମାଜସେବୀ ଘିନୁ ସାହୁ ପ୍ରମୁଖ ଯୋଗଦେଇ ରଥକୁ ଉଦ୍‌ଘାଟନ କରିଥିଲେ। ଏହି ରଥଟି ବ୍ଲକରେ ଥିବା ସମସ୍ତ ଗାଁକୁ ଯାଇ ସଚେତନ କରିବ ବୋଲି ଏବିଇଓ ରାମ ଚନ୍ଦ୍ର ସା ସୂଚନା ଦେଇଛନ୍ତି।

The post ଆଉ କେହି ରହିବେନି ଅପାଠୁଆ, ସଭିଏଁ ସ୍କୁଲ ଯିବା…… appeared first on Dharitri Odia News.