ଆଉ ଜଣଙ୍କୁ କଚାଡ଼ି ମାରିଲା ଦନ୍ତାହାତୀ: ଭୟଭୀତ ଲୋକେ
ଜି.ଉଦୟଗିରି/ରାଇକିଆ,୨୯/୦୭(ଚିନ୍ମୟ କୁମାର ସେଠୀ/ ପ୍ରଦୀପ ବେହେରା/ଶିଶିର ପଟ୍ଟନାୟକ):କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ତଥା ରାଇକିଆ ବ୍ଲକ ଅନ୍ତର୍ଗତ ଆଡାସିକୁପା ଗ୍ରାମରେ ଆଜି ଭୋର୍ ସମୟରେ ହାତୀ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି। ଗତ ଶନିବାର ଦିନ ସନ୍ଧ୍ୟାବେଳେ ପାଜିମାହାଠାରେ ମାଲାଂସୁଗା ଗ୍ରାମର ଦନ୍ତାହାତୀ ଜଣଙ୍କୁ ଖଣ୍ଡ ଖଣ୍ଡ ମାରିଥିଲା। ଆଜି ମଧ୍ୟ ଦନ୍ତାହାତୀ ଆଡାସିକୁପା ଗ୍ରାମର ପ୍ରଶାନ୍ତ ନାୟକ ବୟସ ପ୍ରାୟ ୭୦ ହେବ ଭୋର ସକାଳୁ ଗାଈ ଗୋରୁଙ୍କୁ ଗୁହାଳରୁ ଛାଡ଼ିବା ପାଇଁ […] The post ଆଉ ଜଣଙ୍କୁ କଚାଡ଼ି ମାରିଲା ଦନ୍ତାହାତୀ: ଭୟଭୀତ ଲୋକେ appeared first on Dharitri Odia News.
ଜି.ଉଦୟଗିରି/ରାଇକିଆ,୨୯/୦୭(ଚିନ୍ମୟ କୁମାର ସେଠୀ/ ପ୍ରଦୀପ ବେହେରା/ଶିଶିର ପଟ୍ଟନାୟକ):କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ତଥା ରାଇକିଆ ବ୍ଲକ ଅନ୍ତର୍ଗତ ଆଡାସିକୁପା ଗ୍ରାମରେ ଆଜି ଭୋର୍ ସମୟରେ ହାତୀ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି। ଗତ ଶନିବାର ଦିନ ସନ୍ଧ୍ୟାବେଳେ ପାଜିମାହାଠାରେ ମାଲାଂସୁଗା ଗ୍ରାମର ଦନ୍ତାହାତୀ ଜଣଙ୍କୁ ଖଣ୍ଡ ଖଣ୍ଡ ମାରିଥିଲା। ଆଜି ମଧ୍ୟ ଦନ୍ତାହାତୀ ଆଡାସିକୁପା ଗ୍ରାମର ପ୍ରଶାନ୍ତ ନାୟକ ବୟସ ପ୍ରାୟ ୭୦ ହେବ ଭୋର ସକାଳୁ ଗାଈ ଗୋରୁଙ୍କୁ ଗୁହାଳରୁ ଛାଡ଼ିବା ପାଇଁ ଘରୁ ବାହାରି ଥିବା ବେଳେ ହାତୀଟି ତାଙ୍କୁ ଶୁଣ୍ଢରେ କଚାଡ଼ି କଚାଡ଼ି ମାରିଛି।
ବନ ବିଭାଗ କର୍ମଚାରୀ ଗତକାଲି ରାତିଠାରୁ ଡ୍ରୋନ ସାହାଯ୍ୟରେ ହାତୀର ଗତିବିଧି ଲକ୍ଷ୍ୟ କରି ଘଉଡାଇବାକୁ ଚେଷ୍ଟା କରୁଥିଲେ। କିନ୍ତୁ ହଠାତ୍ ହାତୀଟି କିଛି ସମୟ ପାଇଁ ଲୁଚି ଯାଇଥିଲା। ଡ୍ରୋନ କ୍ୟାମେରାରେ ଦେଖାଯାଇ ନ ଥିଲା । କିଛି ସମୟ ପରେ ପ୍ରଶାନ୍ତ ନାୟକଙ୍କୁ ମାରିଦେଇଥିବା ଖବର ଜଣାପଡ଼ିଥିଲା। ଘଟଣାସ୍ଥଳରେ ବନ ଅଧିକାରୀ ଅଧିକାରୀ କାଜଲ ନାୟକ, ରଶ୍ମିତା ବକ୍ସି ଓ ଅନ୍ୟମାନେ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ପୋଲିସ ଆଇଆଇସି ବିଜୟ କୁମାର ସାଇଁ, ଏଏସଆଇ ବୁଲୁ ବେହେରା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।
ଲୋକଙ୍କ ଦାବି ଦୁଇ ଦିନ ଅନ୍ତରରେ ଦୁଇ ଜଣ ମଣିଷଙ୍କୁ ଦଳାଚକଟା କରି ମାରିଥିବା ହାତୀକୁ ଅଚେତ କରି ଏଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉ। ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁବରଣ ହୋଇଥିବା ଘଟଣା ବିଷୟରେ ଡିଏଫଓ ଜାଣିବା ପରେ ମଧ୍ୟ ଘଟଣା ସ୍ଥଳକୁ ନ ଆସିବା ନେଇ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି।
The post ଆଉ ଜଣଙ୍କୁ କଚାଡ଼ି ମାରିଲା ଦନ୍ତାହାତୀ: ଭୟଭୀତ ଲୋକେ appeared first on Dharitri Odia News.